ଶ୍ରାବଣ ମାସ ଆରମ୍ଭ ହେବା କ୍ଷଣେ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଭୋଳବାବଙ୍କ ଅଶେଷ କୃପା । କାହିଁ ଆପଣଙ୍କ ରାଶି ଏଥିରେ ନାହିଁ ତ !

ଶ୍ରାବଣ ମାସ ଆରମ୍ଭ ହେବା କ୍ଷଣେ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଭୋଳବାବଙ୍କ ଅଶେଷ କୃପା । କାହିଁ ଆପଣଙ୍କ ରାଶି ଏଥିରେ ନାହିଁ ତ !

ଶ୍ରାବଣ ମାସ ପ୍ରଥମ ସୋମବାର ଠାରୁ କିଛି ରାଶିର ବ୍ୟକ୍ତି ବିଶେଷମାନଙ୍କ ଉପରେ ଭଗବାନ ଶିବଙ୍କ ଅପାର କୃପା ମିଳିବ ।

ଆସନ୍ତା କାଲି ଠାରୁ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି । ଆଜ୍ଞା ହଁ, ସଂପୂର୍ଣ୍ଣ ଶ୍ରାବଣ ମାସଟି ଭଗବାନ ଭୋଳାନାଥଙ୍କ ଦିନ ରୂପେ ପାଳନ କରାଯାଇଥାଏ । ଯେଉଁଥିରେ କୁହାଯାଉଛି କି, ଶ୍ରାବଣ ମାସ ପ୍ରଥମ ସୋମବାର ଠାରୁ କିଛି ରାଶିର ବ୍ୟକ୍ତି ବିଶେଷମାନଙ୍କ ଉପରେ ଭଗବାନ ଶିବଙ୍କ ଅପାର କୃପା ମିଳିବ ।

Google

କିନ୍ତୁ ଅନେକ ଥର ଦେଖାଯାଏ ଯେ, ନିଷ୍ଠାର ସହ ନୀତିନିୟମ ପାଳନ କରିବା ସତ୍ତ୍ୱେ ମଧ୍ୟ କେତେକ ବ୍ୟକ୍ତିଙ୍କ ଉପରେ ବିପତ୍ତି ଆସିଯାଇଥାଏ । ଯାହାର କାରଣ କୁହାଯାଉଛି କି, ତାଙ୍କ ଗ୍ରହ ନକ୍ଷେତ୍ରରେ ଗତିବିଧି ଠିକ ନୁହେଁ । ଆପଣଙ୍କୁ କହିରଖୁଛୁ କି, ହିନ୍ଦୁ ଧର୍ମରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦେବତା ମହାଦେବଙ୍କୁ ହିଁ ମାନ୍ୟତା କରାଯାଏ । ଭଗବାନ ଶିବଙ୍କୁ ସଂହାରକର୍ତା ବୋଲି ମାନ୍ୟତା କରାଯାଇଥାଏ । କେବଳ ଏତିକି ନୁହେଁ, ଜ୍ୟୋତିଷବିତଙ୍କ କହିବା ଅନୁସାରେ ଶ୍ରାବଣ ମାସର ପ୍ରଥମ ଦିନ ଅର୍ଥାତ ସୋମାବାର ଦିନ ଠାରୁ ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସମର୍ଥନ ମିଳିବ ଏବଂ ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ତେବେ ଆସନ୍ତୁ ଜାଣିବା ସେହି ୫ଟି ରାଶି ବିଷୟରେ :

ମେଷ ରାଶି :

Google

ଏହି ରାଶିର ଜାତକ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରାବଣ ମାସର ପ୍ରଥମ ସୋମବାର ଠାରୁ ହିଁ ଶୁଭ ସମୟ ରହିବ । କେବଳ ଏତିକି ନୁହେଁ, ଏହି ସମୟରେ ବହୁତ ଖୁସି ଅନୁଭବ କରିବେ । ସେମାନଙ୍କ ଜୀବନରେ ଲାଗିରହିଥିବା ସମସ୍ତ ଅସୁବିଧା ଦୂର ହୋଇଯିବ । ଶିବଙ୍କୁ ହୃଦୟର ସହିତ ଆରାଧନା କରନ୍ତୁ । ଶ୍ରାବଣ ମାସରେ ଭଗବାନ ଶିବ ୧ ମାସ ପାଇଁ ଧରାପୃଷ୍ଠକୁ ଅବତରଣ କରିଥାନ୍ତି ଏବଂ ଶିବଲିଙ୍ଗରେ ସେ ଅଵସ୍ଥାନ କରିଥାନ୍ତି । ଏହି ଜାତକର ବ୍ୟକ୍ତି ବିଶେଷମାନେ ସମଗ୍ର ଶ୍ରାବଣ ମାସରେ ଭଗବାନ ଶିବଙ୍କ ଶିବଲିଙ୍ଗରେ କ୍ଷୀର ଅର୍ପଣ କରି ନିଜ ଦୁଃଖ-କଷ୍ଟରୁ ମିକ୍ତି ପାଇପାରିବେ ।

ବୃଷ ରାଶି :

google

ଏହି ରାଶି ଜାତକ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରାବଣ ମାସର ପ୍ରଥମ ସୋମବାର ଠାରୁ ହିଁ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସେମାନଙ୍କୁ ନିଜ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ମିଳିପାରିବ । ବ୍ୟବସାୟରେ ଲାଭ ପ୍ରାପ୍ତ ହେବ । ଭଗବାନ ଶିବଙ୍କୁ ଆରାଧନା କରନ୍ତୁ, ତାଙ୍କ କୃପାରୁ ଆପଣଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ଭଗବାନ ଶିବଙ୍କ ରୁଦ୍ରବିଷେକ କରନ୍ତୁ, ଜୀବନରେ ଲାଗିରହିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ ।

ସିଂହ ରାଶି :

Google

ଏହି ରାଶି ଜାତକ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରାବଣ ମାସର ପ୍ରଥମ ସୋମବାର ଠାରୁ ହିଁ ମାନସିକ ଶାନ୍ତି ନିଶ୍ଚିତ ପ୍ରାପ୍ତ ହେବ । ଏହା ସହିତ ହିଁ, ସେମାନଙ୍କୁ କାହାଠାରୁ ଉପହାର ମଧ୍ୟ ମିଳିପାରେ । ସବୁଠାରୁ ଖାସ କଥା ଏହିକି ଯେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ବହୁତ ଭଲ ସମୟ ହେବ, ପରୀକ୍ଷାରେ ଭଲ ଅଙ୍କ ମଧ୍ୟ ପ୍ରାପ୍ତ ହେବ । କୌଣସି ଜଣେ ବିଶେଷ ବନ୍ଧୁଙ୍କୁ ସାକ୍ଷାତ କରିପାରିବେ । ଶ୍ରାବଣ ମାସରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ କରନ୍ତୁ, ଜୀବନର ସମସ୍ୟା ଗୁଡିକ ଦୂର ହୋଇଯିବ ।

ତୁଳା ରାଶି :

Google

ତୁଳା ରାଶି ଜାତକ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରାବଣ ମାସର ପ୍ରଥମ ସୋମବାର ଠାରୁ ହିଁ ଏକ ଭଲ ସମୟ ଆରମ୍ଭ ହୋଇଯିବ । ଚାକିରୀରେ ସହକର୍ମୀଙ୍କ ସହଯୋଗ ମିଳିବ ଓ ସ୍ଥଗିତ କାର୍ଯ୍ୟକୁ ମଧ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିପାରିବେ ଏବଂ ଆପଣଙ୍କ ସିନିୟରମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ଅଫିସରେ ଆପଣଙ୍କୁ ଅତିରିକ୍ତ କାର୍ଯ୍ୟ ମିଳିପାରେ । ଭଗବାନ ଶିବଙ୍କ ପୂଜା, ଆରାଧନା କରନ୍ତୁ ଏହା ଦ୍ୱାରା ଆପଣଙ୍କ ଜୀବନରେ ସୁଖସମୃଦ୍ଧି ଆସିବ, ଧନର ଉତ୍ପାଜନର ନୂଆ ରାସ୍ତା ମିଳିବ । ପଞ୍ଚାମୃତ ପ୍ରସ୍ତୁତ କରି ଶିବଲିଙ୍ଗ ଉପରେ ଚଢାନ୍ତୁ ।

କୁମ୍ଭ ରାଶି :

google

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶ୍ରାବଣର ପ୍ରଥମ ସୋମବାର ଠାରୁ ହିଁ ସମୟ ଶୁଭ ରହିବ । କେବଳ ଏତିକି ନୁହେଁ, ଏହି ସମୟରେ ବହୁତ ଆନନ୍ଦିତ ଅନୁଭବ କରିବେ । ସେମାନଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଗୁଡିକ ଦୂର ହୋଇଯିବ । ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଆର୍ଥିକ ଲାଭ ମଧ୍ୟ ହୋଇପାରେ । ଭଗବାନ ଶିବଙ୍କ ଉପରେ ପଞ୍ଚାମୃତ ପ୍ରସ୍ତୁତ କରି ଏହାକୁ ଶିବ ଲିଙ୍ଗକୁ ଚଢାନ୍ତୁ । ଆପଣଙ୍କ କଷ୍ଟ ଦୂର ହୋଇଯିବ ଓ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ ।

ବି.ଦ୍ର : ଅନୁଛେଦରେ ପ୍ରଦତ୍ତ ତଥ୍ୟ ଶତକଡା ୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ହିଁ ପ୍ରଯୁର୍ଯ୍ୟ ।

Leave a Reply

Your email address will not be published. Required fields are marked *