ମଦ, ଗୁଟଖା ଓ ପାନ ଦୋକାନ ଖୋଲିବା ପାଇଁ ମିଳିଲା ଅନୁମତି । ଏହି ସର୍ତ୍ତ ଅବଲମ୍ବନ କଲେ ଦୋକାନ ଖୋଲାଯିବ ।

ଦେଶରେ ଲକ୍ଡ଼ାଉନର ଦ୍ଵିତୀୟ ପର୍ଯ୍ୟାୟ ମେ’ ୩ ତାରିଖ ପର୍ଯ୍ୟନ୍ତ ଥିଲା । କିନ୍ତ କରୋନାର ପ୍ରକୋପ ଦିନ ଦିନକୁ ଦୃଦ୍ଧି ପାଉଥିବା ଯୋଗୁଁ କେନ୍ଦ୍ର ସରକାର ଗତକାଲି କଲିର ବୈଠକ ପରେ ଲକ୍ଡ଼ାଉନର ତୃତୀୟ ପର୍ଯ୍ୟାୟ ଘୋଷଣା କରି ଲକ୍ଡ଼ାଉନର ଅବଧିକୁ ମେ’ ୧୭ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହା ସହିତ ଲୋକମାନଙ୍କୁ ନିଜ ଭିତରେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ହେବ । ଗୃହ ମନ୍ତ୍ରାଳୟ ସୂଚନାରୁ ଜଣାପଡିଛି କି ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ସରକାର ନେଇଛନ୍ତି । ଏଥିସହିତ କିଛି ନିୟମର ପରିବର୍ତ୍ତନ ମଧ୍ୟ କରିଛନ୍ତି । ପ୍ରତି ରାଜ୍ୟରେ ଜିଲ୍ଳା ଗୁଡିକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି ଯଥା: ରେଡ଼ ଜୋନ୍, ଅରେଞ୍ଜ ଜୋନ୍ ଓ ଗ୍ରୀନ ଜୋନ୍ । ଏହି ସମୟରେ ଲୋକମାନଙ୍କ ଜାଣିବା ପାଇଁ ଇଚ୍ଛା ବଢିଛି କି କେଉଁ ସବୁ ନିୟମ ସେମାନଙ୍କୁ ପାଳିବାକୁ ହେବ ଓ କେଉଁ ସବୁ ସେମାନେ ଗୁରୁତ୍ୱ ଦେବେ ।

ଏହି ସର୍ତ୍ତ ଅବଲମ୍ବନ କଲେ ଖୋଲିବ ଦୋକାନ :

Google

୧୫ ଏପ୍ରିଲ ପରେ ସରକାର କିଛି ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ, ହେଲେ ସେଥିରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଗୃହ ମନ୍ତ୍ରାଳୟ ତରଫରୁ ସୂଚନା ଆସିଛି କି ଯେଉଁ ସବୁ ଦୋକାନ ତମାଖୁ, ମଦ ଆଦି ବିକ୍ରୟ କରୁଛନ୍ତି; ସେମାନଙ୍କୁ ସୂଚନା ଦ୍ୱାରା ଜଣାଇ ଦିଆଯାଉଛି କି ସେମାନେ ପ୍ରାୟ ୬ ଫୁଟର ଦୂରତା ସାମଞ୍ଜସ୍ୟ ରଖି ଗରାଖଙ୍କ ସହ କ୍ରୟ ବିକ୍ରିୟ କରିପାରିବେ । ଅର୍ଥାତ ୨ ଗଜର ଦୂରତାରେ ଠିଆ ହୋଇ ଦୋକାନୀ ସାମଗ୍ରୀ ଦେଇପାରିବେ ଓ ଦୋକାନରେ ୫ ଜଣ ଲୋକରୁ ଅତ୍ୟଧିକ ରହି ପାରିବେ ନାହିଁ ।

Google

ଗୃହ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ଅନୁମତି ଭିତରେ କେବଳ ଅରେଞ୍ଜ ଓ ଗ୍ରୀନ ସୂଚିତ ଜିଲ୍ଲାମାନଙ୍କରେ ଏହିସବୁ ଦୋକାନ ଖୋଲାରହିବ । ଏହିସବୁ ଦୋକାନ ଗୁଡିକରେ ୫ରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ ଓ ମୁଁହରେ ମାସ୍କ ଲଗାଇବା ଅନିବାର୍ଯ୍ୟ ଓ ରେଡ଼ ଜୋନ୍ ଜିଲ୍ଲାରେ ଏହିସବୁ ଦୋକାନ ବନ୍ଦ ରହିବା ଏନେଇ ଗୃହମନ୍ତ୍ରାଳୟ ତରଫରୁ ଅନୁମତି ଆସିଛି ।

୨ ଗଜର ସାମାଜିକ ଦୂରତା :

Google

ଏଥିସହ ଆହୁରି ମଧ୍ୟ କେତେକ ନିୟମ ପାଳନ କରିବାକୁ ହେବ କି ତମାଖୁ, ଗୁଟଖା ଓ ମଦର ବିକ୍ରି କେବଳ ସେହି ଦୋକାନ ମାନଙ୍କରେ ହେବ, ଯେଉଁ ଦୋକାନ ଗୁଡିକ ଆଇନଗତ ପଞ୍ଜିକରଣ ହୋଇଛି । ମଲ କିମ୍ବା ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଗୁଡିକ ଏହିସବୁ ଜିନିଷର ବିକ୍ରୟ କରି ପାରିବେନାହିଁ ।

ଦେଖିବାକୁ ଗଲେ ଏହି ଲକ୍ଡ଼ାଉନ ସମୟରେ ମଦ ଓ ତମାଖୁ ଖାଉଥିବା ଲୋକମାନଙ୍କର ମୁଣ୍ଡ ବିନ୍ଧା ବଢିଯାଇଥିଲା । ଏହାକୁ ଆଖି ଆଗରେ ରଖି ସରକାର ସେମାନଙ୍କ ପାଇଁ ନିଜ ନିଷ୍ପତିକୁ କୋହଳ କରିଛନ୍ତି ଓ ସରକାର ସତର୍କ କରାଇଛନ୍ତି କି ଯେଉଁ ଦୋକାନ ଗୁଡିକରେ ଏହିସବୁ ଜିନିଷ ବିକ୍ରୟ ହେବ, ସେଠାକାର ଲୋକମାନଙ୍କ ମଧ୍ୟରେ ୬ ଫୁଟର ଦୂରତା ରହିବ ଅନିବାର୍ଯ୍ୟ ଓ ସାମାଜିକ ଦୁରତାକୁ ଭିତ୍ତି କରି ଦୋକାନଗୁଡିକ ନିଶ୍ଚିତ କରିବାକୁ ପଡିବ ଯେ ଦୋକାନରେ ଏକଥରରେ ପାଞ୍ଚରୁ ଅଧିକ ଲୋକ ଯେପରି ରହିବେ ନାହିଁ ।

ରେଡ଼ ଜୋନ୍ ଅନ୍ତର୍ଭୁକ୍ତ ଅଞ୍ଚଳଗୁଡିକୁ ଏହିସବୁ ସୁଵିଧା ଦିଆଯାଇନାହିଁ :

ମଦ୍ୟପାନ ସହିତ ପାନ ମସାଲା, ଗୁଟଖା ଏବଂ ତମାଖୁ ବିକ୍ରୟ କରିବାକୁ ମଧ୍ୟ ଅନୁମୋଦନ କରାଯାଇଛି କିନ୍ତୁ ଏହା ସାର୍ବଜନୀନ ସ୍ଥାନମାନଙ୍କରେ ଖାଇବା ଅନୁଚିତ । ଏହି ସୁବିଧା କେବଳ ଅରେଞ୍ଜ ଓ ଗ୍ରୀନ ଜୋନରେ ଥିବା ଜିଲ୍ଲାମାନଙ୍କୁ ହିଁ ମିଳିଛି । କିଛି ନିୟମ ଅନୁଯାୟୀ ଅରେଞ୍ଜ ଜୋନ୍ ଜିଲ୍ଲା ମାନଙ୍କରେ ଗାଡି ଚଳାଚଳ ହୋଇପାରିବ ଓ ଗ୍ରୀନ ଜିଲ୍ଲାରେ ୫୦% ଯାତ୍ରୀଙ୍କ ସହ ବସ୍ ଚଳାଚଳ ହୋଇପାରିବ । ତଥାପି ସେମାନେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରଖିବା ନିହାତି ଜରୁରୀ ଅଟେ ।

ସାଂପ୍ରତିକ ସ୍ଥିତିକୁ ଭିତ୍ତି କରି ଅରେଞ୍ଜ ଓ ଗ୍ରୀନ ଜୋନ୍ ଅଞ୍ଚଳ ମାନଙ୍କରେ ଏହି ସବୁ ଜିନିଷ ବିକ୍ରି ହୋଇପାରିବ ତଥାପି କେତେକ ଜିନିଷ ଉପରେ ମେ’ ୧୭ ପର୍ଯ୍ୟନ୍ତ ପ୍ରତିବାନ୍ଧକ ଲାଗିଛି । ସେଗୁଡିକ ହେଲା ଟ୍ରେନ ଚଳାଚଳ, ମେଟ୍ରୋ, ବିମାନ ଓ ଅନ୍ୟ ଜିଲ୍ଲାମାନଙ୍କୁ ଯାତ୍ରା କରିବା ଏହିସବୁ ଉପରେ ଆରୋପ ଲାଗିଛି । ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷା ଅନୁଷ୍ଠାନ ମଧ୍ୟ ବନ୍ଦ ରହିବା ସଙ୍ଗେ ସଙ୍ଗେ ଧାର୍ମିକ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ । ପରିସ୍ଥିତିକୁ ଦ୍ରୁଷ୍ଟି ରଖି ଗୃହ ମନ୍ତ୍ରଣାଳୟର କେତେକ ବିଶେଷ ଅନୁମତି ଏବଂ ଆବଶ୍ୟକତା ଉପରେ ନିର୍ଭର କରି କିଛି ସ୍ଥାନରେ ବିମାନ ଓ ରେଳ ଯାତ୍ରା ଅନୁମତି ଦିଆଯାଇପାରେ ।

Be the first to comment

Leave a Reply

Your email address will not be published.


*