ଜୁନ୍ ୧ରୁ ହେବ ‘ମିନି ଅନ୍-ଲକ୍’ ! ସରକାର ସ୍ତରରୁ ଲୋକଙ୍କୁ ମିଳିବ ଆଶ୍ଵସ୍ତି ଏବଂ ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ…

ଜୁନ୍ ୧ରୁ ହେବ ‘ମିନି ଅନ୍-ଲକ୍’ ! ସରକାର ସ୍ତରରୁ ଲୋକଙ୍କୁ ମିଳିବ ଆଶ୍ଵସ୍ତି ଏବଂ ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ…

ରାଜ୍ୟରେ ହ୍ରାସ ହେଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୧ରୁ ‘ମିନି ଅନଲକ୍’ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ‘ମିନି ଅନଲକ୍’ରେ ସମସ୍ତ କ୍ଷେତ୍ରକୁ ଲକଡାଉନରୁ ରିହାତି ମିଳିବ ନାହିଁ । ‘ଅନଲକ୍’ର ପ୍ରଥମ ପର୍ଯ୍ୟାୟ ବଜାରରେ ସୀମିତ ସଂଖ୍ୟକ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ଗୃହ ବିଭାଗ ରାଜ୍ୟରେ ଲାଗୁହେବାକୁ ଥିବା ଅନଲକ ପ୍ରକ୍ରିୟା ପାଇଁ ଗାଇଡ଼ଲାଇନ୍ ପ୍ରସ୍ତୁତ କରୁଛି । ଦୁଇ ଦିନ ମଧ୍ୟରେ ଅନଲକ୍ ଗାଇଡ଼ଲାଇନକୁ ଗୃହମନ୍ତ୍ରୀ ଅନୁମୋଦନ କରିବେ । ରାଜ୍ୟରେ କରୋନା ମାମଲା ହ୍ରାସ ହେଉଥିବା ଯୋଗୁଁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

ସୂତ୍ର ଅନୁଯାୟୀ ‘ଅନଲକ୍’ର ପ୍ରଥମ ପର୍ଯ୍ୟାୟରେ ଦୈନିକ ଆବଶ୍ୟକୀୟ ସାମଗ୍ରୀଗୁଡିକ ଯେଉଁ ଦୋକାନଗୁଡିକରେ ଉପଲବ୍ଧ ହେଉଛି ସେହି ଦୋକାନଗୁଡିକ ଖୋଲିବାକୁ ଅନୁମତି ପ୍ରଦାନ କରାଯିବ । ଖାଦ୍ୟ ସାମଗ୍ରୀ, ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଉତ୍ପାଦ ଦୋକାନଗୁଡିକର ଖୋଲା ରହିବା ସମୟ ବୃଦ୍ଧି କରାଯିବ । ଏହି ଦୋକାନଗୁଡ଼ିକୁ ପୂର୍ବରୁ ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଖୋଲା ରଖିବା ପାଇଁ ଅନୁମତି ଦିଆଯାଇଥିଲା, ଯାହା ବର୍ତ୍ତମାନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ଯାଇପାରିବ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ବିଶେଷଜ୍ଞମାନେ କିଛି ମାତ୍ରାରେ ପ୍ରତିବନ୍ଧକ ହଟାଇବାକୁ ପରାମର୍ଶ ଦେଇଛନ୍ତି, ଏହାକୁ ଆଧାର କରି ଏକ ଗାଇଡଲାଇନ୍ ପ୍ରସ୍ତୁତ କରାଯାଉଛି ।

ହଟାଯାଇପାରେ ଟ୍ରାଫିକ ପ୍ରତିବନ୍ଧକ

ପୂର୍ବରୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ, ଗୋଟିଏ ସହରରୁ ଅନ୍ୟ ସହରକୁ ଏବଂ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ଉପରେ ଯେଉଁ ପ୍ରତିବନ୍ଧକ ଲଗାଯାଇଥିଲା ତାହା ହଟିଯିବ ବୋଲି ଅନୁମାନ କରାଯାଉଛି । ବ୍ୟକ୍ତିଗତ ଯାନଗୁଡିକୁ ସର୍ତ୍ତମୂଳକ ଯାତାୟାତ ପାଇଁ ଅନୁମତି ମିଳିପାରେ ।

ବିଶେଷଜ୍ଞ କହିଛନ୍ତି ଯେ ଯେଉଁଠାରେ କରୋନା ମାମଲା କମ୍ ରହିଛି, ସେହି ଅଞ୍ଚଳର ବ୍ୟବସାୟୀମାନଙ୍କୁ ସତର୍କତାର ସହିତ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ।

ସରକାରଙ୍କ କରୋନା କୋର୍ ଗ୍ରୁପର ବିଶେଷଜ୍ଞ ଡକ୍ଟର୍ ବିରେନ୍ଦ୍ର ସିଂ କହିଛନ୍ତି; ଯଦି କରୋନାର ପଜିଟିଭିଟି ହାର କମ୍ ଥାଏ, ଦୈନିକ ମାମଲା କମ୍ ଥାଏ ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା କମ୍ ଥାଏ ତେବେ ବଜାରରେ ଦୋକାନ ଖୋଲାଯାଇପାରିବ । କିନ୍ତୁ ଏହା ଅତ୍ୟନ୍ତ ସାବଧାନର ସହ ହେବା ଉଚିତ । ପ୍ରଥମ ପର୍ଯ୍ୟାୟରେ କେବଳ କମ୍ ଭିଡ ହେଉଥିବା ଦୋକାନଗୁଡ଼ିକ ଖୋଲାଯିବ । ଯେଉଁଠାରେ କରୋନା ମାମଲା କମ୍ ସେଠାରେ ଦୋକାନ ଏବଂ ବାଣିଜ୍ୟିକ କାର୍ଯ୍ୟକଳାପଗୁଡିକୁ କରୋନା ନିର୍ଦ୍ଦେଶାବଳୀ ଅନୁସରଣ ନିମାୟାବାଳୀକୁ ମାନି ଖୋଲି ପାରିବେ, ଯାହା ଦ୍ୱାରା ଜୀବିକା ମଧ୍ୟ ବଜାୟ ରହିପାରିବ ।

ଇଲେକ୍ଟ୍ରୋନିକ୍ସ ଦୋକାନ ଖୋଲିବାକୁ ମିଳିପାରେ ଅନୁମୋଦନ

ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ସ ଷ୍ଟୋରଗୁଡିକୁ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ଏହା ସହିତ ଫ୍ୟାନ୍, AC, କୁଲର୍ ଏଗୁଡିକର ମରାମତି କରୁଥିବା ଦୋକାନଗୁଡ଼ିକୁ ମଧ୍ୟ ଖୋଲା ରହିବାକୁ ଅନୁମତି ମିଳିବ, ଯାହାକି ଅନେକ ବ୍ୟବସାୟିକ ସଂଗଠନ ଦାବି କରୁଥିଲେ ।

କେଉଁ ଦୋକାନ ରହିବ ଖୋଲା

ଭେରାଇଟି ଷ୍ଟୋର୍ (General Stores), ଡ୍ରେସ୍ ଦୋକାନ ଏବଂ ଗ୍ୟାରେଜ୍ ରହିବ ଖୋଲା ।

ତେଜରାତି ଦୋକାନର ବୃଦ୍ଧି ହେବ ଖୋଲିବାର ସମୟ ।

ରେଷ୍ଟୁରାଣ୍ଟରୁ ହୋମ୍ ଡେଲିଭରି ପାଇଁ ଅନୁମତି ଦିଆଯିବ ।

ଖତ, ମଞ୍ଜି ଏବଂ କୃଷି ଯନ୍ତ୍ରପାତି ସହିତ ଜଡିତ ଦୋକାନ ଏବଂ ୱାର୍କଶପ୍ ରହିବ ଖୋଲା ।

ପେଟ୍ରୋଲ୍ ଏବଂ ଡିଜେଲ୍ ଭରିବା ପାଇଁ ସମୟର ପ୍ରତିବନ୍ଧକ ରହିବ ନାହିଁ ।

ଘରୋଇ ଯାନର ଯାତାୟାତ ପାଇଁ ମିଳିବ ସର୍ତ୍ତମୁଳକ ଅନୁମତି ।

କେଉଁ କ୍ଷେତ୍ର ରହିବ ବନ୍ଦ

ବିଦ୍ୟାଳୟ, କଲେଜ୍, କୋଚିଂ ପ୍ରତିଷ୍ଠାନ ଏବଂ ଲାଇବ୍ରେରୀଗୁଡ଼ିକ ବନ୍ଦ ରହିବ ।

ଫିଲ୍ମ ହଲ୍, ମଲ୍ଟିପ୍ଲେକ୍ସ, ଥିଏଟର୍, ଜିମ୍, ସୁଇମିଂ ପୁଲ୍, ସର୍ବସାଧାରଣ ପାର୍କ ଏବଂ ଷ୍ଟାଡିୟମ୍ ରହିବ ବନ୍ଦ ।

ସପିଂ ମଲ୍ ଗୁଡିକ ବନ୍ଦ ରହିବ, ବଜାରରେ ମନୋନୀତ ଦୋକାନଗୁଡିକ ବନ୍ଦ ରହିବ ।

ହୋଟେଲ୍ ଏବଂ ରିସୋର୍ଟ ବନ୍ଦ ରହିବ ।

ବିବାହ ସମାରୋହ ଉପରେ ପ୍ରତିବନ୍ଧକ ଜାରି ରହିବ ୧୧ରୁ ଅଧିକ ଲୋକ ବିବାହକୁ ଆସିପାରିବେ ନାହିଁ ।

ପବ୍ଲିକ୍ ଟ୍ରାନ୍ସପୋର୍ଟ ବନ୍ଦ ରହିବ

୧ ଜୁନ୍ ରୁ ୮ ଜୁନ୍ ମଧ୍ୟରେ ହେବ ଅନଲକ୍

ରାଜସ୍ଥାନ ସରକାର ରାଜ୍ୟରେ ୮ଜୁନ୍ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଅନଲକ୍ ପ୍ରକ୍ରିୟା ଧୀରେ ଧୀରେ ଆରମ୍ଭ ହେବ । ଜୁନ୍ ୧ରୁ ଅନଲକ୍ ମାତ୍ର ନାମକୁ ହେବ କାରଣ ଅଧିକାଂଶ ପ୍ରତିବନ୍ଧକ ଜାରି ରହିବ । ଯେପର୍ଯ୍ୟନ୍ତ ୱିକେଣ୍ଡ କର୍ଫ୍ୟୁ ଉଠାଯାଇ ନାହିଁ ଏବଂ ଦିନରେ ଲକଡାଉନ୍ ପ୍ରତ୍ୟାହାର କରାଯାଇନାହିଁ ସେପର୍ଯ୍ୟନ୍ତ ଅନଲକର କୌଣସି ପ୍ରଭାବ ରହିବ ନାହିଁ ।

ସୀମିତ ଜିଲ୍ଲା ବଦଳରେ ସମଗ୍ର ରାଜ୍ୟରେ ହେବ ଅନଲକ୍

ରାଜ୍ୟରେ ଜୁନ୍ ୬ ପର୍ଯ୍ୟନ୍ତ ଲକଡାଉନ୍ ରହିବ । ନୂତନ ନିର୍ଦ୍ଦେଶାବଳୀରେ ଜୁନ୍ ୧ରୁ ହେବାକୁ ଥିବା ଅନଲକ୍ ବିଷୟରେ ଉଲ୍ଲେଖ ଅଛି । ଏହି ସମୟରେ ସରକାରଙ୍କ ରଣନୀତି ସୀମିତ ଜିଲ୍ଲାଗୁଡ଼ିକରେ ଅନଲକ ଲାଗୁକରିବା ଥିଲା । ବର୍ତ୍ତମାନ କିନ୍ତୁ ସରକାର ରଣନୀତି ବଦଳାଇଛନ୍ତି ବର୍ତ୍ତମାନ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ସମସ୍ତ ଜିଲ୍ଲାରେ ଅନଲକ୍ ଲାଗୁ ହେବ । ପ୍ରଥମ ପର୍ଯ୍ୟାୟରେ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ପ୍ରତିବନ୍ଧକ ହଟାଯିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *