ମଧୁମେହ ରୋଗୀମାନଙ୍କ ପାଇଁ କୌଣସି ବରଦାନରୁ କମ୍ ନୁହେଁ ଏହି ପତ୍ର ! ଜାଣନ୍ତୁ ବ୍ୟବହାର କରିବାର ସଠିକ୍ ଉପାୟ…

ମଧୁମେହ ରୋଗୀମାନଙ୍କ ପାଇଁ କୌଣସି ବରଦାନରୁ କମ୍ ନୁହେଁ ଏହି ପତ୍ର ! ଜାଣନ୍ତୁ ବ୍ୟବହାର କରିବାର ସଠିକ୍ ଉପାୟ…

ଆଜିକାର ସମୟରେ ଲୋକଙ୍କ ଜୀବନ ଖୁବ ବ୍ୟସ୍ତ ହୋଇଯାଇଛି । ବ୍ୟସ୍ତ ଜୀବନରେ ଅନିୟମିତ ଜୀବନ ଶୈଳୀ କାରଣରୁ ଲୋକଙ୍କୁ ଅନେକଗୁଡ଼ିଏ ରୋଗ ଲାଗି ରହେ । ଅଧିକାଂଶ ଲୋକ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି । ମଧୁମେହ ରୋଗର ଚିକିତ୍ସା ନାହିଁ ବୋଲି କୁହାଯାଏ, ଯାହା ଧୀରେ ଧୀରେ ମନୁଷ୍ୟ ଜୀବନକୁ ଶେଷ କରିଦିଏ । ଯଦି ଏହି ରୋଗ କୌଣସି ମନୁଷ୍ୟ ଶରୀରରେ ହୋଇଯାଏ ତେବେ ଜୀବନଯାକ ମଧୁମେହ ରୋଗ ଭଲ ହୁଏ ନାହିଁ ।

ମଧୁମେହ ରୋଗ କାରଣରୁ ରୋଗୀ ମାନଙ୍କୁ ଆଖିରେ କଷ୍ଟ, ବୃକକ୍-ଯକୃତ ରୋଗ ଓ ପାଦରେ କଷ୍ଟ ହେବା ସାଧାରଣ କଥା ଅଟେ । ଏହି ରୋଗ ଯେକୌଣସି ବୟସରେ ହୋଇପାରେ । ମଧୁମେହ ରୋଗୀଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଦାୟିତ୍ଵବାନ୍ ରହିବା ବହୁତ ଆବଶ୍ୟକତା ରହିଛି ଏବଂ ଖାଦ୍ୟପେୟ ଉପରେ ମଧ୍ୟ ଧ୍ୟାନ ରଖିବା ଜରୁରୀ ଅଟେ । ନହେଲେ ଭୁଲ ଖାଦ୍ୟପେୟ କାରଣରୁ ଶର୍କରାର ସ୍ତର ପ୍ରଭାବିତ ହୋଇଥାଏ ଏତିକିନୁହେଁ ବରଂ ଶରୀର ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଥାଏ ।

ଅଧିକାଂଶ ସମୟରେ ଦେଖାଯାଏ ଯେ ବହୁତ ଗୁଡ଼ିଏ ଲୋକ ଜନ୍ମଜାତ ମଧ୍ୟ ମଧୁମେହ ରୋଗରେ ପୀଡ଼ିତ ହୁଅନ୍ତି । ସେମିତିରେ ଯଦି ଆହାରରେ କିଛି ପରିବର୍ତ୍ତନ କରାଯିବ ତେବେ ଏଥିରୁ ରକ୍ତ ଶର୍କରା ମାତ୍ରାରେ ନିୟନ୍ତ୍ରଣ ପାଇପାରିବା । ଡାକ୍ତରମାନେ କୁହନ୍ତି ଯେ ଲେମ୍ବୁ ଆଚାର ଓ ଚଟଣୀର ସେବନ ଯଦି ମଧୁମେହ ରୋଗୀ କରନ୍ତି ତେବେ ଏହା ତାଙ୍କ ପାଇଁ ଲାଭଦାୟକ ଅଟେ ।

ପୋଦିନା ଚଟଣି ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ

ଯେପରିକି ଆମେ ସମସ୍ତେ ଜାଣୁ ଯେ ପୋଦିନାର ଉପଭୋଗ ଭାରତୀୟ ରୋଷେଇ ଘରେ ମୁଖ୍ୟ ରୂପେ ଚଟଣୀ ରୂପେ କରାଯାଏ । ପୋଦିନାର ଅନେକଗୁଡ଼ିଏ ଗୁଣ ରହିଛି । ପୋଦିନା ସ୍ଵାଦରେ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ । ଆପଣ ଏପରି ବୁଝି ପାରିବେ ଯେ ମଧୁମେହ ରୋଗୀଙ୍କ ପାଇଁ ପୋଦିନା କୌଣସି ବରଦାନରୁ କମ୍ ନୁହେଁ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ପୋଦିନାର ଚଟଣୀରେ କ୍ୟାଲୋରୀ ମାତ୍ରା ଖୁବ୍ କମ୍ ଥାଏ । ଏଥିସହିତ ଏହା ଇମ୍ୟୁନିଟି ବୃଦ୍ଧି କରିବାରେ ଲାଭଦାୟକ ଅଟେ । ପୋଦିନାରେ ପ୍ରୋଟିନ୍ ଓ ଫ୍ୟାଟର୍ ମାତ୍ରା କମ୍ ଥାଏ । ସେପଟେ ପୋଦିନାରେ ଭିଟାମିନ-ଏ, ବି-କମ୍ପ୍ଲେକ୍ସ ଓ ଭିଟାମିନ-ସିର ମାତ୍ରା ଅଧିକ ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ଅନୁସାରେ ଯଦି ମଧୁମେହ ରୋଗୀ ପୋଦିନା ଚଟଣୀ ସେବନ କରନ୍ତି ତେବେ ଏଥିରୁ ତାଙ୍କୁ ଲାଭ ମିଳିଥାଏ । ପୋଦିନା ଚଟଣୀରେ ଏପରି ଗୁଣ ଥାଏ ଯାହା ମଧୁମେହ ରୋଗୀଙ୍କୁ ଅନେକଗୁଡ଼ିଏ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ ।

ପୋଦିନା ଚଟଣୀ ତିଆରି କରିବା ଉପାୟ

ପୋଦିନା ଚଟଣୀ ତିଆରି କରିବା ପାଇଁ ଆପଣ ୫୦ ଗ୍ରାମ୍ ପୋଦିନା ନେବାକୁ ପଡିବ । ଆପଣ ଯେତିକି ମାତ୍ରାରେ ପୋଦିନା ନେଇଛନ୍ତି ସେତିକି ମାତ୍ରାରେ ଅଦା ଓ ଡାଲିମ୍ବ ମଞ୍ଜି ନିଅନ୍ତୁ, ଏଥିସହିତ ୨୫ ଗ୍ରାମ୍ ରସୁଣ ନିଅନ୍ତୁ । ଏବେ ଆପଣ ପୋଦିନା ପତ୍ରକୁ ଭଲ ଭାବରେ ପରିଷ୍କାର କରି ଧୋଇ ନିଅନ୍ତୁ ଏବଂ ରସୁଣ ଚୋପାକୁ ବାହାର କରି ନିଅନ୍ତୁ ।

ଏତିକି କରିବା ପରେ ଆପଣ ମିକ୍ସରରେ ଏହି ସମସ୍ତ ଜିନିଷକୁ ପକାଇ ଭଲ ଭାବରେ ପେଷ୍ଟ ତିଆରି କରନ୍ତୁ । ବର୍ତ୍ତମାନ ଆପଣ ସ୍ଵାଦନୁସାରେ ପୋଦିନା ଚଟଣୀରେ କଳା ଲୁଣ, ଏକ ଚିମୁଟି ଜିରା, ଲେମ୍ବୁ ରସ ଓ କଞ୍ଚା ଲଙ୍କା ପକାଇ ଏହାକୁ ପୁଣିଥରେ ଭଲ ଭାବରେ ମିକ୍ସରରେ ପେଷ୍ଟ କରି ଦିଅନ୍ତୁ ।

ପୋଦିନା ଭଲ ଭାବରେ ପେଷ୍ଟ ହୋଇଯିବ ତେବେ ଆପଣ ଚଟଣୀକୁ କୌଣସି ବାସନରେ ବାହାର କରି ନିଅନ୍ତୁ ଏବଂ ଦିନରେ ୩ଥର ଏହି ଚଟଣୀକୁ ସେବନ କରନ୍ତୁ ।

ପୋଦିନା ଚଟଣୀର ଲାଭ

ଯଦି କାହାକୁ ପାଚନ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ଏପରି ପରିସ୍ଥିତିରେ ତାହାକୁ ପୋଦିନା ଚଟଣୀ ସେବନ ନିଶ୍ଚିତ ଭାବେ କରିବା ଉଚିତ୍ । ପୋଦିନାରେ ଏଣ୍ଟି-ଅକ୍ସସିଡେଣ୍ଟ, ମେଥାନଲ୍ ଓ ଫାଇଟୋନ୍ୟୁଟ୍ରିଏଣ୍ଟସ ଉପସ୍ଥିତ ଥାଏ, ଯାହା ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ପୋଦିନାରେ ଏପରି ତତ୍ତ୍ୱ ରହିଥାଏ ଯାହା ଶରୀରରେ କାରଟିସୋଲ୍ ସ୍ତରକୁ ନିୟନ୍ତ୍ରଣ କରେ । ଏହା କାରଣରୁ ଚିନ୍ତା ନେବା କମ୍ ହୋଇଥାଏ । ଏତିକିନୁହେଁ ବରଂ ଏଥିରୁ ଚିନ୍ତା ଓ ଡ଼ିପ୍ରେସନର ଶିକାର ହେବାରୁ ରକ୍ଷା ପାଇପାରିବେ ।

ଶରୀରର ଓଜନ ହ୍ରାସ କରିବା ପାଇଁ ମଧ୍ୟ ପୋଦିନା ଲାଭଦାୟକ ଅଟେ । ପୋଦିନାରେ ଏସେନ୍ସିଆଲ ଅଏଲ୍ ଥାଏ, ଯାହା ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *