“ଜନ ଧନ ଆକାଉଣ୍ଟ” ଥିବା ଲୋକମାନେ ନିଶ୍ଚିତ ଭାବରେ ପଢିନିଅନ୍ତୁ ଏହି ଜରୁରୀ ଖବର ! ନଚେତ୍ ଗୋଟିଏ ଛୋଟ ଭୁଲ୍ ଯୋଗୁଁ ଆପଣଙ୍କ ଅନେକ ଟଙ୍କା କ୍ଷତି ହୋଇପାରେ…

“ଜନ ଧନ ଆକାଉଣ୍ଟ” ଥିବା ଲୋକମାନେ ନିଶ୍ଚିତ ଭାବରେ ପଢିନିଅନ୍ତୁ ଏହି ଜରୁରୀ ଖବର ! ନଚେତ୍ ଗୋଟିଏ ଛୋଟ ଭୁଲ୍ ଯୋଗୁଁ ଆପଣଙ୍କ ଅନେକ ଟଙ୍କା କ୍ଷତି ହୋଇପାରେ…

ଜନ ଧନ ଯୋଜନା ଅନ୍ତର୍ଗତ ଦେଶର କୋଟି କୋଟି ଲୋକ ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟ (BSBDA) ଖୋଲା ରଖିଛନ୍ତି । ତେବେ ଏଭଳି ଆକାଉଣ୍ଟ ମାଧ୍ୟମରେ ବର୍ତ୍ତମାନ ଡିଜିଟାଲ୍ କାରବାର କରିବା ବର୍ତ୍ତମାନ ମହଙ୍ଗା ପଡିବାକୁ ଲାଗିଛି । ଏହା ଏଥିପାଇଁ ଯେ କେତେକ ବ୍ୟାଙ୍କ ଜନ ଧନ ଯୋଜନା ଦ୍ୱାରା ନିର୍ମିତ ହୋଇଥିବା ଆକାଉଣ୍ଟରୁ ପ୍ରତି ମାସରେ ଏକ ନିର୍ଧାରିତ ସୀମା ପରେ ଟଙ୍କା ଉଠାଇବା ଦ୍ୱାରା ୨୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଛନ୍ତି । ଏହି ଚାର୍ଜ BSBDA ଆକାଉଣ୍ଟରୁ ପ୍ରତି ମାସରେ ୪ରୁ ଅଧିକ କାରବାର ହେବା ଦ୍ୱାରା କଟୁଅଛି । ଏହିଭଳି ଭାବରେ ଏହି ଆକାଉଣ୍ଟରୁ ଡିଜିଟାଲ୍ କାରବାର କରିବା ଗ୍ରାହକ ମାନଙ୍କ ପାଇଁ ମହଙ୍ଗା ପଡୁଅଛି । ସେମାନଙ୍କୁ ଏଥିପାଇଁ ପ୍ରତି ମାସରେ ଟଙ୍କା ଦେବାକୁ ପଡୁଅଛି ।

ଆଇଆଇଟି ବମ୍ବେ ଗଣିତ ବିଭାଗର ଜଣେ ପ୍ରଫେସର୍ ଆଶିଷ୍ ଦାସ୍ ନିଜ ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ଖୋଲାସା କରିଛନ୍ତି । ସେ କହିଛନ୍ତି ଯେ, କିଭଳି ବ୍ୟାଙ୍କ ଦ୍ୱାରା ଅନ୍ୟ ରେଗୁଲାର୍ ଆକାଉଣ୍ଟ ତୁଳନାରେ BSBDA ସହ ବ୍ୟବହାର କରାଯାଉଛି । ବିଶେଷ କରି ଡେବିଟ୍ ଟ୍ରାନଜାକସନ୍ ମାମଲାରେ ଏହି ଭେଦଭାବ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଅଛି ।

ଆଶିଷ୍ ଦାସ୍ ଏକ ଅଧ୍ୟୟନ କରି ପାଇଛନ୍ତି ଯେ ‘BSBDA’ରେ ପ୍ରତି ମାସରେ ୪ରୁ ଅଧିକ ଡେବିଟ୍ ହେବା ଦ୍ୱାରା ବ୍ୟାଙ୍କ ଦ୍ୱାରା ୧୭.୭ ଟଙ୍କା ପ୍ରତି ଡେବିଟ୍ ପର୍ଯ୍ୟନ୍ତ ଚାର୍ଜ କରାଯାଉଛି । ଏକ ଆକଳନ ଅନୁଯାୟୀ, ‘SBI’ ଆର୍ଥିକ ବର୍ଷ ୨୦୧୫ରୁ ୨୦୨୦ ମଧ୍ୟରେ ଏଭଳି ୧୨ କୋଟି ଆକାଉଣ୍ଟରୁ ଏଭଳି ଚାର୍ଜରୁ ପ୍ରାୟତଃ ୩୦୦ କୋଟି ଟଙ୍କା ଆଦାୟ କରିଛି ।

ଏଥିସହିତ ପଞ୍ଜାବ ନେସନାଲ୍ ବ୍ୟାଙ୍କ ୩.୯ କୋଟି ଆକାଉଣ୍ଟରୁ ପ୍ରାୟତଃ ୯.୯ କୋଟି ଟଙ୍କା ଆଦାୟ କରିସାରିଛି । ଏହାବ୍ୟତୀତ ଆଇଡିବିଆଇ ବ୍ୟାଙ୍କ ଏଭଳି ଆକାଉଣ୍ଟରୁ ନନ୍ କ୍ୟାଶ୍ ଡେବିଟ୍ ଆକାରରେ ଜାନୁଆରୀ ୨୦୨୧ ରୁ ୨୦ ଟଙ୍କା ଡେବିଟ୍ ପର୍ଯ୍ୟନ୍ତ ଆଦାୟ କରିବାକୁ ନିଷ୍ପତ୍ତି ନେଇଅଛି ।

ବାସ୍ତବରେ BSBDA ସହ ଏହି ଅସୁବିଧା ସେତେବେଳେ ସୃଷ୍ଟି ହୋଇଅଛି ଯେତେବେଳେ ଏକ ସ୍କିମ ଅନୁଯାୟୀ ପ୍ରତି ମାସରେ ଅଧିକରୁ ଅଧିକ ଚାରିଥର ଉଠାଣର ଅନୁମତି ଦିଆଯାଇଥିଲା । ଏହାପରେ ବ୍ୟାଙ୍କ ଏହା ମାନି ଚାଲିବା ଆରମ୍ଭ କରିଦେଲା କି ଏହି ସୀମାରେ UPI କିମ୍ବା ରୁପେ କାର୍ଡ ମାଧ୍ୟମରେ ଟଙ୍କା ବାହାର କରିବା ମଧ୍ୟ ଅନ୍ତର୍ଭୁକ୍ତ ଅଟେ ।

ଯେତେବେଳେ କି ‘RBI’ର ନିୟମ ଅନୁଯାୟୀ, ବ୍ୟାଙ୍କ ଏଭଳି ଆକାଉଣ୍ଟରେ ସର୍ଭିସ ଚାର୍ଜ ଲାଗୁ କରିପାରିବ ନାହିଁ । ଏଥିସହିତ ଏଭଳି କିଛି ବ୍ୟାଙ୍କ ଥିଲା, ଯାହା ୪ଟି ଡେବିଟ୍ ପୂରା ହେଉ ହେଉ ଗ୍ରାହକ ମାନଙ୍କର ଏହି ଆକାଉଣ୍ଟକୁ ଫ୍ରିଜ୍ କରି ଦେଇଥିଲା । ବର୍ତ୍ତମାନ ଏହି ଅସୁବିଧାକୁ ସମାଧାନ କରିବାପାଇଁ RBI ୨୦୧୯ ମସିହାରେ ବ୍ୟାଙ୍କକୁ କହିଥିଲା କି ୪ରୁ ଅଧିକ ଡେବିଟ୍ ହେବା ଦ୍ୱାରା ଚାର୍ଜ ନେଇପାରନ୍ତି । ତା’ପରେ ୧ ଜୁଲାଇ ୨୦୧୯ରୁ ଏହି ନିୟମ ବ୍ୟାଙ୍କ ଲାଗୁ ମଧ୍ୟ କରିଦେଲା । ତେବେ ଏହାକୁ ନେଇ କୌଣସି ଉଚିତ ତର୍କ ଦିଆ ଯାଇନଥିଲା ।

Leave a Reply

Your email address will not be published. Required fields are marked *