ଏହି ଦିଗକୁ ମୁଣ୍ଡ କରି ଶୋଉଥିବା ବ୍ୟକ୍ତି ଅଟନ୍ତି ଧନୀ !

ଏହି ଦିଗକୁ ମୁଣ୍ଡ କରି ଶୋଉଥିବା ବ୍ୟକ୍ତି ଅଟନ୍ତି ଧନୀ !

ନମାସ୍କର ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ଦିଗକୁ ମୁଣ୍ଡ ରଖି ଶୋଉଥିବା ବ୍ୟକ୍ତିମାନେ ଅଟନ୍ତି ଧନୀ।ଆପଣଙ୍କ ଶୋଇବା ଶୈଳୀ ଏବଂ କେଉଁ ଦିଗକୁ ମୁଣ୍ଡ କରି ଶୋଉଛନ୍ତି ତାହା ଆପଣଙ୍କ ଜୀବନ ଶୈଳୀ ଉପରେ ପ୍ରଭାବ ପକାଇଥାଏ । ଏହା କୁହାଯାଇ ଥାଏ ଯେ ଶୋଇବା ସମୟରେ ଆପଣଙ୍କ ଗୋଡ଼ ଏବଂ ମୁଣ୍ଡ ଯଦି ଭୁଲ୍ ଦିଗରେ ରହିଥାଏ ତେବେ ଆପଣଙ୍କ ଜୀବନରେ ଅନେକ ଅସୁବିଧା ଆସିଥାଏ ଏବଂ ଆପଣଙ୍କୁ ନିଜ କ୍ୟାରିଅରରେ ଉର୍ଣ୍ଣତ୍ତି ମିଳିପାରେ ନାହିଁ । ତେବେ ଆପଣଙ୍କୁ ଏହା ଧ୍ୟାନ ରଖିବାକୁ ପଡିଥାଏ ଯେ ଆପଣଙ୍କୁ ଶୋଇବା ସମୟରେ କେବଳ ସଠିକ୍ ଦିଗ ଆଡକୁ ମୁଣ୍ଡ ଏବଂ ଗୋଡ଼ ରଖି ଶୋଇବା ଉଚିତ । ତେବେ ଆଜିର ଏହି ଆର୍ଟିକିଲ୍ ମାଧ୍ୟମରେ ଜାଣିବା ଯେ ଆପଣଙ୍କୁ କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ଏବଂ ଶୋଇବା ସହିତ ଜଡିତ ଅନ୍ୟ କିଛି ମହତ୍ୱପୂର୍ଣ୍ଣ ନିୟମ ବିଷୟରେ ।

ନମ୍ବର ୧:- ଆପଣ ଆପଣଙ୍କ ଖଟ ଏବଂ ବିଛଣାରେ ଏପରି ଭାବରେ ସୁଅନ୍ତୁକି ଆପଣଙ୍କ ମୁଣ୍ଡ ପୂର୍ବ ଅଥବା ଦକ୍ଷିଣ ଦିଗ ଆଡ଼କୁହିଁ ରହିବ । କାରଣ ଉତର ଏବଂ ପଶ୍ଚିମ ଦିଗ କରି ଶୋଇବା ଉଚିତ ନୁହେଁ । ବସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଆପଣ ନିଜ ମୁଣ୍ଡ ପୂର୍ବ ଦିଗ ଆଡ଼କୁ ରଖି ଶୋଉଛନ୍ତି ତେବେ ଆପଣଙ୍କ ମସ୍ତିସ୍କ ପ୍ରଖର ହୋଇଥାଏ ଏବଂ ଆପଣ ବୁଦ୍ଧିମାନ୍ ହୋଇଥାଆନ୍ତି ।

ନମ୍ବର ୨:- ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡକରି ଶୋଇବା ଉତ୍ତମ ହୋଇଥାଏ ଏବଂ ଯେଉଁ ବ୍ୟକ୍ତି ଏହି ଦିଗ ଆଡ଼କୁ ମୁଣ୍ଡକରି ଶୁଅନ୍ତି ସେହି ବ୍ୟକ୍ତିମାନଙ୍କ ଆୟୁଷ ବୃଦ୍ଧି ହୋଇଥାଏ ଏବଂ ସେମାନେ ଜୀବନରେ ଅନେକ ଉର୍ଣ୍ଣତ୍ତି ସାଧନ କରିଥାଆନ୍ତି । ଏହି ଦିଗକୁ ମୁଣ୍ଡ କରି ଶୋଇବା ଅତ୍ୟନ୍ତ ସୁଖଦାୟକ ଅଟେ ।

ନମ୍ବର ୩:- ପଶ୍ଚିମ ଦିଗକୁ ଯେଉଁ ଲୋକମାନେ ମୁଣ୍ଡ କରି ଶୁଅନ୍ତି ସେହି ଲୋକମାନଙ୍କୁ ଜୀବନରେ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ । ଏବଂ ତାଙ୍କର ମସ୍ତିସ୍କ ଶୋଇବା ସମୟରେ ମଧ୍ୟ ଶାନ୍ତ ରୁହେ ନାହିଁ ଏବଂ ସର୍ବଦା ବିଚଳିତ ରହିଥାଏ ।

ନମ୍ବର ୪:- ଯେଉଁ ଲୋକମାନେ ଉତ୍ତର ଦିଗକୁ ମୁଣ୍ଡ କରି ଶୁଅନ୍ତି ସେହି ବ୍ୟକ୍ତିମାନଙ୍କୁ ଜୀବନରେ ଅନେକ ପ୍ରକାର ହାନି ଏବଂ କ୍ଷତିର ସମ୍ମୁଖିନ ହେବାକୁ ପଡିଥାଏ ଏବଂ ଏହି ଦିଗକୁ ଶୋଇବା ଫଳରେ ଆୟୁଷ ହାନି ହୋଇଥାଏ । ଯଦି ଆପଣ ଏହି ଦିଗ ଆଡ଼କୁ ମୁଣ୍ଡକରି ଶୋଉଛନ୍ତି ତେବେ ତୁରନ୍ତ ନିଜର ଦିଗ ବଦଲାଈ ଦିଅନ୍ତୁ ଏବଂ କେବଳ ସଠିକ୍ ଦିଗ ଆଡ଼କୁ ମୁଣ୍ଡ କରି ଶୁଅନ୍ତୁ ।

ନମ୍ବର ୫:- ଶୋଇବା ଦିଗ ବ୍ୟତୀତ ଆପଣ କେଉଁ ପ୍ରକାର ଖଟ ଉପରେ ମୁଣ୍ଡ କରି ଶୋଉଛନ୍ତି ତାହା ମଧ୍ୟ ଆପଣଙ୍କ ଜୀବନରେ ପ୍ରଭାବ ପକାଇଥାଏ । ବସ୍ତୁଶାସ୍ତ୍ର ଅନୁସାରେ ବାଉଁଶ କିମ୍ବା ପଣସ କାଠରେ ତିଆରି ହୋଇଥିବା ଖଟ ଉପର୍ଵ ଆଦୌ ଶୁଅନ୍ତୁ ନାହିଁ ଏବଂ ଏହି କାଠରେ ତିଆରି ଖଟ ମଧ୍ୟ କ୍ରୟ ନକରିବା ଆପଣଙ୍କ ପାଇଁ ଭଲ ହୋଇଥାଏ ।

ନମ୍ବର ୬:- କେତେବେଳେ ଶୋଇବା ଉଚିତ୍ ଏବଂ କେତେବେଳେ ଶୋଇବା ଉଚିତ୍ ନୁହେଁ । ଦିନରେ ଶୋଇବା ଉଚିତ ନୁହେଁ । ଯେଉଁ ଲୋକମାନେ ଦିନରେ ଅଧିକ ସମୟ ଶୁଅନ୍ତି ସେହି ଲୋକମାନଙ୍କୁ ରୋଗ ହେବାର ଅଧିକ ଆଶଙ୍କା ରହିଥାଏ । ସମସ୍ତ ଋତୁ ମଧ୍ୟରୁ କେବଳ ଗ୍ରୀଷ୍ମ ଋତୁରେ ଦିନ ବେଳେ ଶୋଇବା ଉଚିତ୍ । ଏହିପରି ଭାବରେ ରାତିରେ ୭ ରୁ ୮ ଘଣ୍ଟା ଶୋଇବା ସବୁଠାରୁ ଉତ୍ତମ ବୋଲି ଧରାଯାଇଥାଏ ଏବଂ ସକାଳ ୫ଟା ପୂର୍ବରୁ ଶଯ୍ୟା ତ୍ୟାଗ କରିବା ସବୁଠାରୁ ଉତ୍ତମ ଅଟେ ।

Leave a Reply

Your email address will not be published. Required fields are marked *