ଯେଉଁ ବ୍ୟକ୍ତିମାନଙ୍କ ମଧ୍ୟରେ ଦେଖା ଯାଇଥାଏ ଏହିପରି ଲକ୍ଷଣ ! ସେମାନେ ହୋଇଥାନ୍ତି ବାଲ୍ୟରୁ ଧନୀ…

ଯେଉଁ ବ୍ୟକ୍ତିମାନଙ୍କ ମଧ୍ୟରେ ଦେଖା ଯାଇଥାଏ ଏହିପରି ଲକ୍ଷଣ ! ସେମାନେ ହୋଇଥାନ୍ତି ବାଲ୍ୟରୁ ଧନୀ…

ଏହିପରି କୁହାଯାଇଥାଏ କି ଜଣେ ବ୍ୟକ୍ତି ନିଜର ଭାଗ୍ୟ ନିଜେ ସୃଷ୍ଟି କରିଥାଏ କାରଣ ବ୍ୟକ୍ତିଙ୍କ ଦ୍ୱାରା କରାଯାଇ ଥିବା କର୍ମ ଅନୁସାରେ ସେ ନିଜ ଭାଗ୍ୟ ବଦଳାଇ ପାରନ୍ତି । ଏହି ଦୁନିଆରେ ଏହିପରି ମଧ୍ୟ ବହୁତ ଲୋକ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କରିଥାନ୍ତି ଏବଂ ଭଲ କର୍ମ ମଧ୍ୟ କରିଥାନ୍ତି । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସେମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇନଥାଏ । ଏହିପରି ମଧ୍ୟ ବିଶ୍ୱାସ କରାଯାଏ କି ଅନେକ ଲୋକ ଉପରୁ ନିଜ ଭାଗ୍ୟ ଲେଖାହୋଇ ଆସିଥାଏ, ସେମାନଙ୍କୁ କେବଳ କମ୍ ପରିଶ୍ରମରେ ଅଧିକ ସଫଳତା ପ୍ରାପ୍ତ ହୋଇଥାଏ । ଏହି ବ୍ୟକ୍ତିମାନଙ୍କ ଉପରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କ କୃପା ସଦାସର୍ଵଦା ରହିଥାଏ । କିନ୍ତୁ ଅଧିକାଂଶ ବ୍ୟକ୍ତି ଜୀବନସାରା କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ସେମାନେ ନିଜ ଜୀବନରେ ଏତେ ମାତ୍ରାରେ ଧନ ରୋଜଗାର କରିବାରେ ଅସମର୍ଥ ହୋଇଥାନ୍ତି ଯାହା ସେମାନଙ୍କୁ ଧନବାନ୍ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିପାରିବ । ଆଜି ଆମେ ଆପଣଙ୍କୁ ଏହି ଲେଖନୀ ମାଧ୍ୟମରେ ଏହିପରି କିଛି ବିଶେଷ ଗୁଣ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯେଉଁଥିରୁ ଏହା ଅନୁମାନ କରାଯାଇ ପାରିବ କି ସେହି ବ୍ୟକ୍ତି ଜଣକ ନିଜ ଭାଗ୍ୟରେ ଧନୀ ବୋଲି ଉପରୁ ଲେଖି ଆସିଛନ୍ତି କି ନାହିଁ ।

ଆସନ୍ତୁ ଜାଣିବା ଭାଗ୍ୟରେ ଧନୀ ହେବାର ଲକ୍ଷଣ ବିଷୟରେ

ହାତରେ ପତାକାର ଚିହ୍ନ

ଯେଉଁ ବ୍ୟକ୍ତିଙ୍କ ପାପୁଲିରେ ପତାକା ଚିହ୍ନ ଥାଏ, ସେପରି ବ୍ୟକ୍ତିମାନେ ସେମାନଙ୍କ ଜୀବନର କେବେ ନା କେବେ ନିଶ୍ଚୟ ଧନୀ ହୋଇଥାନ୍ତି । ଯଦିଓ ଏହି ବ୍ୟକ୍ତିଙ୍କ ଜନ୍ମ ଜଣେ ସାଧାରଣ ପରିବାରରେ ହୋଇଥିଲେ ମଧ୍ୟ ସେ ନିଜ ଶକ୍ତି ଦ୍ୱାରା ଏତେ ମାତ୍ରାରେ ଧନ ରୋଜଗାର କରନ୍ତି ଯେ ତାଙ୍କ ନାମ ଧନୀ ତାଲିକାରେ ଅନ୍ତର୍ଭୂକ୍ତ ହୋଇଥାଏ ।

ଆଙ୍ଗୁଠିରେ ଚିହ୍ନ

ଯେଉଁ ବ୍ୟକ୍ତି ମାନଙ୍କର ଆଙ୍ଗୁଠିରେ ପରି ଚିହ୍ନ ଦୃଷ୍ଟିଗୋଚର ହୋଇଥାଏ ସେମାନେ ବହୁତ ଭାଗ୍ୟବାନ ବୋଲି ସାବ୍ୟସ୍ତ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଵ୍ୟକ୍ତିମାନଙ୍କ ମଧ୍ୟରେ ଏହିପରି ଲକ୍ଷଣ ଦେଖା ଦେଇଥାଏ, ସେମାନେ ସେମାନଙ୍କର ଉଦ୍ୟମ ଦ୍ୱାରା ଧନୀ ହୋଇଥାନ୍ତି । ଯଦି ଏହି ଚିହ୍ନ ପାପୁଲି ମଝିରେ ଥାଏ, ତେବେ ସେହି ବ୍ୟକ୍ତିଙ୍କର ଏକ ସନ୍ତାନ ଜଣେ ଭଲ ଗୁଣ ବିଶିଷ୍ଟ ହୋଇଥାନ୍ତି । ଯାହା ମାଧ୍ୟମରେ ତାଙ୍କୁ ଧନ ଦୌଲତ ଏବଂ ଖ୍ୟାତି ପ୍ରାପ୍ତ ହୋଇଥାଏ ।

ହାତ ଉପରେ ଗଭୀର ରେଖା

ଯେଉଁ ବ୍ୟକ୍ତି ମାନଙ୍କର ପାପୁଲିରେ ହାଲୁକା ରେଖା ନଜର ଆସିଥାଏ ତାହା ରୋଗକାରକ ଏବଂ ଅଶୁଭ ବୋଲି ବିବେଚନା କରାଯାଇଥାଏ, କିନ୍ତୁ ପାପୁଲିରେ ଗୋଲାପୀ ରଙ୍ଗର ଧାଡିଗୁଡିକ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଛି ଏବଂ ଯଦି ଜଣେ ବ୍ୟକ୍ତିଙ୍କ ପାପୁଲିରେ ଥିବା ରେଖା ପରସ୍ପରକୁ କାଟୁ ନଥିବେ, ତେବେ ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ ଏବଂ ସେମାନେ ତାଙ୍କ ଜୀବନରେ ଉନ୍ନତି ଆଡ଼କୁ ଅଗ୍ରସର ହୋଇଥାନ୍ତି ।

ଆଙ୍ଗୁଠିର ଆକାର

ଯେଉଁ ବ୍ୟକ୍ତି ମାନଙ୍କର ଆଙ୍ଗୁଠି ଲମ୍ବା ଏବଂ ସିଧା ଆକୃତି ବିଶିଷ୍ଟ ହୋଇଥାଏ, ସେହି ବ୍ୟକ୍ତିମାନେ ଧନ ସଂଗ୍ରହକାରୀ ବୋଲି ବିଶ୍ଵାସ କରାଯାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିମାନଙ୍କ ଠାରେ ଏହିପରି ଲକ୍ଷଣ ଦେଖାଯାଏ, ସେହି ବ୍ୟକ୍ତିମାନେ କୌଣସି ନା କୌଣସି ପ୍ରକାରେ ଧନ ଜମା କରନ୍ତି ଏବଂ ସେମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହୋଇଥାନ୍ତି । ଏହିପରି ଆଙ୍ଗୁଠି ଆକୃତି ବିଶିଷ୍ଟ ବ୍ୟକ୍ତିମାନେ ଭଲ ବ୍ୟବସାୟୀ ମଧ୍ୟ ହୋଇଥାନ୍ତି ।

ପାପୁଲିରେ ଶୁଭ ଚିହ୍ନ

ଯେଉଁ ବ୍ୟକ୍ତିମାନଙ୍କ ହାତ ପାପୁଲିରେ ଚକ୍ର, ତଲୱର୍, ତ୍ରିଶୂଳ, ଧନୁଷର ମଧ୍ୟରୁ ଯଦି କୌଣସି ଚିହ୍ନ ଥାଏ, ତେବେ ଏହିପରି ବ୍ୟକ୍ତିମାନେ ସରକାରୀ ପଦବୀର ଲାଭ ଉଠାନ୍ତି । ଯଦି ହାତ ପାପୁଲିରେ ମନ୍ଦିର ଏବଂ ତ୍ରିକୋଣ ସଦୃଶ ଚିହ୍ନ ମିଳିଥାଏ ତେବେ ଏହିପରି ଲୋକମାନେ ବହୁତ ଆଧ୍ୟାତ୍ମିକ ହୋଇଥାନ୍ତି ଏବଂ ସେମାନଙ୍କୁ ସମାଜରେ ବହୁତ ମାନ-ସମ୍ମାନ ଏବଂ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *