ଫୋଟରେ ଦେଖୁଥିବା ଏହି ଅଭିନେତ୍ରୀଙ୍କୁ ଚିହ୍ନିବାରେ ୯୯ ପ୍ରତିଶତ ଲୋକ ହୋଇଛନ୍ତି ବିଫଳ ! କ’ଣ ଆପଣଙ୍କୁ ଜଣା ଅଛି ଏହି ଅଭିନେତ୍ରୀ କିଏ ଅଟନ୍ତି…

ଫୋଟରେ ଦେଖୁଥିବା ଏହି ଅଭିନେତ୍ରୀଙ୍କୁ ଚିହ୍ନିବାରେ ୯୯ ପ୍ରତିଶତ ଲୋକ ହୋଇଛନ୍ତି ବିଫଳ ! କ’ଣ ଆପଣଙ୍କୁ ଜଣା ଅଛି ଏହି ଅଭିନେତ୍ରୀ କିଏ ଅଟନ୍ତି…

ଭାରତୀୟ ସିନେମା ଜଗତର କଳାକାରମାନେ ନିଜ ଚଳଚ୍ଚିତ୍ର ଠାରୁ ଅଧିକ ନିଜ ସୋସିଆଲ୍ ମିଡ଼ିଆ ପୋଷ୍ଟ ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି । ପ୍ରାୟତଃ କଳାକାର ମାନଙ୍କର ଫୋଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । କିନ୍ତୁ ଏହି ଫୋଟ ଗୁଡିକ ମଧ୍ୟରୁ ଯଦି କୌଣସି ଫୋଟ ତାଙ୍କ ପିଲାଦିନର ହୋଇଥାଏ, ଯାହାକୁ ପ୍ରଶଂସକମାନେ କେବେ ମଧ୍ୟ ଦେଖିନଥାନ୍ତି, ତେବେ ପ୍ରଶଂସକ ମାନଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ଫୋଟ ହୋଇ ଯାଇଥାଏ । ଯେଉଁଥିରେ ସେମାନଙ୍କର ସୁନ୍ଦର ଏବଂ କ୍ୟୁଟ୍ ମୁହଁକୁ ଦେଖି କେହି ଚିହ୍ନି ପାରନ୍ତିନାହିଁ ଯେ ଏହି ପ୍ରସିଦ୍ଧ କଳାକାର କିଏ ଅଟନ୍ତି । ବାସ୍ତବରେ ବଲିଉଡ ଚଳଚ୍ଚିତ୍ର ଜଗତର କଳାକାର ମାନଙ୍କର ଫୋଟ ପ୍ରାୟତଃ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ତେବେ ପ୍ରଶଂସକମାନେ ସେହି ଫୋଟକୁ ଦେଖି ଏତିକି ଅନୁମାନ କରିଥାନ୍ତି ଯେ ଇଏ କେଉଁ ଅଭିନେତ୍ରୀ ଅଟନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀଙ୍କର ପିଲାଦିନର ଫୋଟ ଚର୍ଚ୍ଚାରେ ରହିଛି ।

ସୂଚନାଯୋଗ୍ୟ ଯେ, ପିଲାଦିନର ଫୋଟରୁ ସମସ୍ତେ ତାଙ୍କୁ ଚିହ୍ନିବାରେ ଅସୁବିଧା ହେଉଅଛି । ଏଥିସହ ତାଙ୍କ ସୁନ୍ଦର ହସ ସମସ୍ତଙ୍କ ହୃଦୟରେ ଘର ତିଆରି କରିଦେଉଛି । ଆପଣଙ୍କୁ କହିରଖୁଛୁ ଯେ, ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କର ନାମ ଅନୁପମା ପରମେଶ୍ୱନ ଅଟେ । ନିଜର ଟେଲେଣ୍ଟ ଏବଂ ଅଭିନୟ ବଳରେ ସମସ୍ତଙ୍କୁ ନିଜର ଦିୱାନା କରିଥିବା ଅନୁପମା ନିଜ ଫୋଟକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏହି ଫୋଟରେ ତାଙ୍କର ସୁନ୍ଦର ହସ ସ୍ପଷ୍ଟ ଦେଖା ଯାଉଅଛି । ତାଙ୍କ ସହ ତାଙ୍କ ଜେଜେମା ମଧ୍ୟ ଦେଖା ଯାଉଛନ୍ତି ଏବଂ ଜେଜେମା ଜଣେ ପିଲାକୁ ଧରି ବସିଛନ୍ତି । ବାସ୍ତବରେ ସେ ଅଭିନେତ୍ରୀଙ୍କର ଛୋଟ ଭାଇ ଅକ୍ଷୟ ଅଟନ୍ତି ।

ବାସ୍ତବରେ, ଅଭିନେତ୍ରୀ ଅନୁପମା ନିଜ ସୌନ୍ଦର୍ଯ୍ୟ ଦ୍ୱାରା ସମସ୍ତଙ୍କୁ ନିଜର ଦିୱାନା କରିଦେଇଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ପିଲାଦିନର ଫୋଟରେ ତାଙ୍କ ପ୍ରଶଂସକ ଏବଂ ତାଙ୍କୁ ଭଲ ପାଉଥିବା ଲୋକମାନେ ସୁନ୍ଦର ସୁନ୍ଦର କମେଣ୍ଟ ଦେଇଥିବାର ଦେଖାଯାଉଛି । ଏଠାରେ କହିରଖୁଛୁ ଯେ, ମିଡ଼ିଆ ରିପୋର୍ଟ ଅନୁଯାୟୀ ଅନୁପମା ପରମେଶ୍ୱନ ଏବଂ ଭାରତୀୟ ଦଳର ଷ୍ଟାର୍ ବୋଲର୍ ଜସପ୍ରୀତ ବୁମରାହଙ୍କର ଘନିଷ୍ଠତାର ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ଉଭୟେ ଏହି କଥାକୁ ମାନିନଥିଲେ ଏବଂ ଏକାଠି ମଧ୍ୟ ଏହି କଥାକୁ ଅସ୍ଵୀକାର କରିନଥିଲେ । କିନ୍ତୁ ଜସପ୍ରୀତଙ୍କର ବିବାହ ପରେ ବର୍ତ୍ତମାନ ଏହି କଥାର କୌଣସି ମୂଲ୍ୟ ନାହିଁ ।

ଆପଣଙ୍କୁ କହିରଖୁଛୁ ଯେ, ନିଜ କ୍ୟାରିଅରର ଆରମ୍ଭ ଅଭିନେତ୍ରୀ “ପ୍ରେମମ୍” ଚଳଚ୍ଚିତ୍ରରୁ କରିଥିଲେ । ଏହି ଚଳଚ୍ଚିତ୍ରଟି ଅଭିନେତ୍ରୀଙ୍କୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଥିଲା । ତାଙ୍କ ଅଭିନୟ ଏବଂ ଟେଲେଣ୍ଟକୁ ସମସ୍ତେ ଦେଖି ନେଇଛନ୍ତି । ଅଭିନେତ୍ରୀ ନିଜ ଛୋଟ କ୍ୟାରିଅରରେ ସଫଳତାର ଅନେକ ସିଡି ଅତିକ୍ରମ କରିସାରିଛନ୍ତି । ସେ “ଏଏଏ” ଧନୁଷଙ୍କ ସହ “କୋଡୀ” ଭଳି ହିଟ୍ ଚଳଚ୍ଚିତ୍ର କରିଛନ୍ତି । ଅନୁପମାଙ୍କର ଆଗାମୀ ଚଳଚ୍ଚିତ୍ରର ଅପେକ୍ଷା ପ୍ରଶଂସକ ମାନେ ଦୀର୍ଘ ସମୟ ଧରି କରିଛନ୍ତି । ତାଙ୍କ ଅଭିନୟକୁ ନେଇ ଲୋକମାନଙ୍କ ମନରେ ଜବରଦସ୍ତ କ୍ରେଜ୍ ରହିଛି । ବାସ୍ତବରେ ତାଙ୍କ ଚଳଚ୍ଚିତ୍ର ମଧ୍ୟରେ “କୁରୁପ୍ପୁ” ଏବଂ “ଥଲ୍ଲୀ ପୋଗଠେ” ମଧ୍ୟ ରହିଛି ଏବଂ ଚଳଚ୍ଚିତ୍ର ଗୁଡିକର ଶୁଟିଂ ଶେଷ ହୋଇସାରିଛି ।

Leave a Reply

Your email address will not be published. Required fields are marked *