ଚାହା ପିଉଥିବା ବ୍ୟକ୍ତିମାନେ କରିଥାନ୍ତି ଏହି ସବୁ ଭୁଲ୍ ଅଭ୍ୟାସ । ଆପଣ ବି କରୁ ନାହାଁନ୍ତି ତ ଏହି ଭୁଲ୍ ଅଭ୍ୟାସଗୁଡିକ । ଜାଣନ୍ତୁ ଭୁଲ୍ ଅଭ୍ୟାସଗୁଡିକ କଣ କଣ ?

ଚାହା ପିଉଥିବା ବ୍ୟକ୍ତିମାନେ କରିଥାନ୍ତି ଏହି ସବୁ ଭୁଲ୍ ଅଭ୍ୟାସ । ଆପଣ ବି କରୁ ନାହାଁନ୍ତି ତ ଏହି ଭୁଲ୍ ଅଭ୍ୟାସଗୁଡିକ । ଜାଣନ୍ତୁ ଭୁଲ୍ ଅଭ୍ୟାସଗୁଡିକ କଣ କଣ ?

ଅନେକଗୁଡିଏ ଲୋକ ଦିନର ପ୍ରାରମ୍ଭରେ ହିଁ ଚାହା ପିଇଥାନ୍ତି । ଭାରତରେ ବହୁତ ଲୋକ ସକାଳୁ ଉଠିବା ପରେ ନିଜକୁ ସତେଜ ବା ଫ୍ରେସ୍ ରଖିବା ପାଇଁ ଚାହା ପିଇବାକୁ ପସନ୍ଦ କରନ୍ତି । ଚାହା ପିଇବାର ବହୁତ ଗୁଡିଏ ଫାଇଦା ରହିଛି କିନ୍ତୁ କିଛି ଖରାପ ଗୁଣ ମଧ୍ୟ ରହିଛି । ଆଜିର ଏହି ଅନୁଛେଦରେ ଆମେ ଆପଣଙ୍କୁ ସେହି ୫ଟି ଭୁଲ୍ ଅଭ୍ୟାସ ବିଷୟରେ କହିବାକୁ, ଯାହା ଆପଣ ଚାହା ପିଉଥିବା ସମୟରେ କରିଥାନ୍ତି । ଆସନ୍ତୁ ଜାଣିବା ସେହି ସବୁ ଭୁଲ୍ ଅଭ୍ୟାସଗୁଡିକ ବିଷୟରେ :

୧) ଖାଲି ପେଟରେ ଚାହା ପିଇବା :-

Google

ଯଦି ଆମେ ଖାଲି ପେଟରେ ଚାହା ପିଉଛୁ; ତାହାହେଲେ ଏହି କାରଣରୁ ଆମକୁ ଏସିଡିଟି ହୋଇପାରେ । ଏହା ସହ କର୍କଟ ରୋଗ ହେବାର ଆଶଙ୍କ ମଧ୍ୟ ସୃଷ୍ଟି ହୋଇଥାଏ । ଖାଲି ପେଟରେ ଚାହା ପିଇବା ଦ୍ଵାରା ବାର୍ଦ୍ଧକ୍ୟ ଶୀଘ୍ର ଆକ୍ରମଣ କରିଥାଏ । ଏଥିପାଇଁ ସକାଳେ ଉଠିବା ପରେ ପ୍ରଥମେ ପାଣି ପିଅନ୍ତୁ ଓ କିଛି ସମୟ ପରେ ଚାହା ପିଅନ୍ତୁ ।

୨) ଖାଇବା ପରେ ଚାହା ପିଇବା :-

Google

କିଛି ଲୋକଙ୍କର ଅଭ୍ୟାସ ରହିଛି, ଖାଇବା ପରେ ସେମାନେ ଚାହା ପିଇଥାନ୍ତି । ଏପରି କରିବା ଦ୍ଵାରା ଖାଦ୍ୟର ପୋଷାକ ତତ୍ତ୍ୱ ଆପଣଙ୍କୁ ମିଳିପାରି ନଥାଏ ।

୩) କଡା ଚାହା ପିଇବା :-

କିଛି ଲୋକଙ୍କର ଅଭ୍ୟାସ ରହିଛି ଚାହା ତିଆରି କରିବା ସମୟରେ ଚାହାକୁ ଅତ୍ୟାଧିକ ଗରମ କରି ସେହି ଚାହାକୁ କଡା କରିବା । କଡା ଚାହା ପିଇବା ଫଳରେ ଏସିଡିଟି ସମସ୍ୟା ଖୁବ୍ ହୋଇଥାଏ । ଏଥିପାଇଁ ପ୍ରଥମେ ପାଣିକୁ ଭଲ ଭାବରେ ଗରମ କରି ଦିଅନ୍ତୁ ପରେ ସେଥିରେ ଚାହା ପତି ପକାଇ ଫୁଠାଇ, ଚାହା ପ୍ରସ୍ତୁତ କରି ପିଅନ୍ତୁ ।

୪) ଅଧିକ ଚାହା ପିଇବା :-

Google

ଯେ କୌଣସି କାର୍ଯ୍ୟ ଆବଶ୍ୟକତା ଠାରୁ ଅଧିକ ହେଲେ, ତାହା ନିଜ ପ୍ରତି ବିପଦ ସୃଷ୍ଟି କରିଥାଏ । ଚାହା ପିଇବା ମଧ୍ୟ ଏହିପରି ଅଟେ । ଯେମିତି ଅଧିକ ମଦ ପିଇବା ଆପଣଙ୍କ ପାଇଁ ହାନିକାରକ ଅଟେ ଠିକ୍ ସେହିପରି ଅଧିକ ଚାହା ପିଇବା ଶରୀର ପାଇଁ ବହୁତ ହାନିକାରକ ଅଟେ ।

୫) ଚାହାରେ ତୁଳସି ପତ୍ର ପକେଇବା :-

Google

କିଛି ଲୋକଙ୍କର ଅଭ୍ୟାସ ରହିଛି; ଚାହା ପ୍ରସ୍ତୁତି କରିବା ସମୟରେ ସେଥିରେ ତୁଳସି ପତ୍ର ପକାଇ ଫୁଠାଇଥାନ୍ତି ଓ ଭାବିଥାନ୍ତି ଏପରି କରିବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ହୋଇଥାଏ । ଚାହା ତିଆରି କରିବା ସମୟରେ, ସେଥିରେ ତୁଳସି ପତ୍ର ପକାଇବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଚାହାର ପୋଷାକ ତ୍ଵତଵ ଶରୀରକୁ ମିଳି ପରିନଥାଏ ।

ଆଶା କରୁଛୁ ଅନୁଛେଦଟିରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ଅନୁଛେଦଟିକୁ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ହଁ ଆଜ୍ଞ, ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *