ଯେଉଁ ଲୋକମାନେ ଏପରି କର୍ମ କରିଥାନ୍ତି, ସେମାନେ ମହାକାଳଙ୍କ କ୍ରୋଧର ପାତ୍ର ହୋଇଥାନ୍ତି ! ଭୋଗିବାକୁ ପଡିଥାଏ ଅନେକ ଦୁଃଖ କଷ୍ଟ !

ଭଗବାନ ଶିବଙ୍କୁ ଭୋଲେନାଥ ବୋଲି କୁହାଯାଏ । ଭୋଲେନାଥ ନିଜ ଭକ୍ତମାନଙ୍କ ଉପରେ ସର୍ବଦା ସନ୍ତୁଷ୍ଟ ରୁହନ୍ତି । ଭଗବାନ ଶିବ ଯେତେବେଳେ କ୍ରୋଧିତ ହୋଇ ଓ ନିଜର ତୃତୀୟ ନୟନ ଖୋଲିବେ, ତେବେ ପ୍ରଳୟ ଆସିଯିବ ଓ ସଂସାରର ଅନ୍ତ ଘଟିବ । ଶିବ ପୁରାଣରେ ଭଗବାନ ଶିବଙ୍କ ବିଷୟରେ ଉଲ୍ଲେଖ ରହିଛି ଯେ, ଯେପରି କିଛି ପାପ କାର୍ଯ୍ୟ ରହିଛି ଯାହାକୁ ବ୍ୟକ୍ତି କରିବା ଦ୍ଵାରା ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି ଓ ସେହି ବ୍ୟକ୍ତିକୁ କଦାପି କ୍ଷମା କରନ୍ତି ନାହିଁ ।

Google

ଭଗବାନ ଶିବ ସେହି ଲୋକଙ୍କୁ କଦାପି କ୍ଷମା କରନ୍ତି ନାହିଁ, ଯେଉଁମାନେ ଜାଣିଶୁଣି ପାପ କାର୍ଯ୍ୟଗୁଡିକ କରିଥାନ୍ତି । କୁହାଯାଏ ଯେ, ଆପଣଙ୍କ ମସ୍ତିଷ୍କରେ କଣ ଚାଲୁଛି ଭଗବାନ ସବୁକିଛି ଜାଣନ୍ତି ! ସେ ସର୍ବଜ୍ଞାତା ଅଟନ୍ତି । ଯଦି ଆପଣ ଅଜାଣତରେ ଓ ଭୁଲରେ କୌଣସି ପାପ କରିଦିଅନ୍ତି, ତେବେ ଏପରି ସ୍ଥଳରେ ମହାଦେବ ସେହି ବ୍ୟକ୍ତିମାନଙ୍କୁ କ୍ଷମା ପ୍ରଦାନ କରନ୍ତି କିନ୍ତୁ ଯଦି ଆପଣ ଜାଣିଶୁଣି କୌଣସି ପାପ କାର୍ଯ୍ୟ କରିଛନ୍ତି; ତେବେ ସେହି କର୍ମର ଫଳରୁ ଆପଣଙ୍କୁ ନିଶ୍ଚିତ ଭାବେ ଭୋଗିବାକୁ ପଡିବ । ଭଗବାନ ଶିବ ସେହି ପାପକୁ କେବେ ମଧ୍ୟ କ୍ଷମା ପ୍ରଦାନ କରନ୍ତି ନାହିଁ ଓ ସେହି ପାପ କାର୍ଯ୍ୟ ପାଇଁ ଆପଣଙ୍କୁ ଦଣ୍ଡ ବିଧାନ ମଧ୍ୟ ଦେଇଥାନ୍ତି ।

Google

ଶିବ ପୁରାଣରେ କୁହାଯାଇଛି ଯେ, ଯଦି ଆପଣ ଅନ୍ୟ କାହାର ସ୍ତ୍ରୀ କିମ୍ବା ସ୍ୱାମୀ ଉପରେ କୁଦୃଷ୍ଟି ରଖନ୍ତି; ତେବେ ଏହାକୁ ପାପ ବୋଲି କୁହାଯାଏ । କୌଣସି ଦାନ କରାଯାଇଥିବା ବସ୍ତୁକୁ ପୁଣିଥରେ ନେଇଯିବା, ନିଜ ଗୁରୁଙ୍କ ସ୍ତ୍ରୀ ସହିତ ସମ୍ବନ୍ଧ ରଖିବା… ଇତ୍ୟାଦି ମହାପାପରେ ଅନ୍ତର୍ଭୁକ୍ତ ଅଟେ । ଏପରି ଅପରାଧ କରୁଥିବା ବ୍ୟକ୍ତିଙ୍କୁ ଭଗବାନ ଶିବ କେବେ ମଧ୍ୟ କ୍ଷମା ପ୍ରଦାନ କରନ୍ତି ନାହିଁ । ଭୁଲ ଭାବରେ ଅନ୍ୟ କୌଣସି ବ୍ୟକ୍ତିର ସଂପତ୍ତି ଅକ୍ତିଆର କରି ନେବା, ଏଥିରେ ମନ୍ଦିର କିମ୍ବା କୌଣସି ପୁରାତନ ବସ୍ତୁ ମଧ୍ୟ ହୋଇପାରେ; ତେବେ ଏହାକୁ ମଧ୍ୟ ଭୁଲ୍ ବୋଲି ବିବେଚନା କରାଯାଏ ।

କୌଣସି ଗର୍ଭବତୀ ମହିଳାଙ୍କୁ କଟୁବାଣୀ କହିବା ଓ ତା’ ହୃଦୟରେ ଆଘାତ ଦେବା ମଧ୍ୟ ଅପରାଧ ଶ୍ରେଣୀର ଅନ୍ତର୍ଭୁକ୍ତ ଅଟେ । ଭଗବାନ ଶିବଙ୍କ ନଜରରେ ଏହି ପାପ କ୍ଷମା ଯୋଗ୍ୟ ନୁହେଁ । କାହାର ସମ୍ମାନକୁ ଆଘାତ ଦେବା ପାଇଁ କଟୁବାଣୀ କହିବା ଆପଣଙ୍କ ନିମନ୍ତେ ଘୋର ପାପର ଭାଗିଦାରୀ କରିଦେଇଥାଏ । ଯଦି ଆପଣ ନିଜ ମାତାପିତା, ନିଜ ଗୁରୁ ଓ ନିଜ ଗୁରୁଜନଙ୍କୁ ଅପମାନ କରନ୍ତି; ତେବେ ଏହାକୁ ଅକ୍ଷମ୍ୟ ଅପରାଧ ବୋଲି ଧରାଯାଏ ।

Google

ଯଦି ଅନ୍ୟର ଧନ ସମ୍ପତ୍ତି ଉପରେ କୁଦୃଷ୍ଟି ରଖିବେ; ତେବେ ଭଗବାନ ଶିବ କ୍ରୋଧିତ ହୋଇଯାନ୍ତି । କାହାର ଧନ ସମ୍ପତ୍ତି ନେଇ ତାକୁ ନ ଫେରାଇବା ମଧ୍ୟ ପାପ ଶ୍ରେଣୀର ଅନ୍ତର୍ଭୁକ୍ତ ଅଟେ । ଯଦି ଆପଣ କୌଣସି ନିରୀହ ବ୍ୟକ୍ତିକୁ କଷ୍ଟ ପହଞ୍ଚାଇଥାନ୍ତି; ତେବେ ମଧ୍ୟ ଏହାକୁ ଭୁଲ ବୋଲି ବିବେଚନା କରାଯାଏ । ଭଗବାନ ଶିବ ଏପରି ମନୁଷ୍ୟଙ୍କୁ କେବେ ମଧ୍ୟ କ୍ଷମା କରନ୍ତି ନାହିଁ ।

ଯେଉଁ ମନୁଷ୍ୟ ଉଚିତ ମାର୍ଗକୁ ଛାଡ଼ି ଭୁଲ୍ ମାର୍ଗକୁ ଅନୁସରଣ କରେ, ତେବେ ସେହିପରି ବ୍ୟକ୍ତିଙ୍କୁ କ୍ଷମାର ଯୋଗ୍ୟ ନୁହେଁ ବୋଲି କୁହାଯାଇଛି । ଯଦି ଆପଣ କୌଣସି କାର୍ଯ୍ୟ ଧର୍ମର ବିପକ୍ଷରେ କରନ୍ତି, ତେବେ ଏହାକୁ ମଧ୍ୟ ପାପ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି ।

Be the first to comment

Leave a Reply

Your email address will not be published.


*