‘Risk’ ନେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ଏହି ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି ! ସ୍ଵଭାବ ବିନମ୍ର ହୋଇଥାଏ ଓ ସର୍ବଦା ନିର୍ଭୟରେ କାର୍ଯ୍ୟ ହାସଲ କରନ୍ତି…

‘Risk’ ନେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ଏହି ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି ! ସ୍ଵଭାବ ବିନମ୍ର ହୋଇଥାଏ ଓ ସର୍ବଦା ନିର୍ଭୟରେ କାର୍ଯ୍ୟ ହାସଲ କରନ୍ତି…

ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଥିବାର ଦେଖିବାଳୁ ମିଳିଥାଏ । ଏହି ରାଶି ଗୁଡିକ ଦ୍ୱାରା ଆପଣ ଯେକୌଣସି ବ୍ୟକ୍ତିଙ୍କର ସ୍ଵଭାବ ବିଷୟରେ କହିପାରିବେ । ପ୍ରତ୍ୟେକ ରାଶିର ନିଜର ଏକ ସ୍ୱତନ୍ତ୍ର ସ୍ଵଭାବ ରହିଥାଏ । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ସ୍ୱଭାବରେ ନିର୍ଭୟ, ଚତୁର ରାଶି ବିଷୟରେ କହିବାକୁ ଯାଉଛୁ । ଏହି ରାଶିର ଲୋକମାନେ ଏତେ ବାହାଦୂର ଏବଂ ସାହସୀ ହୋଇଥାନ୍ତି କି ଏମାନେ କୌଣସି ବିପଦ ଉଠାଇବାକୁ ମଧ୍ୟ ଭୟ କରନ୍ତି ନାହିଁ । ତେବେ ଚାଲନ୍ତୁ ବିନା କୌଣସି ବିଳମ୍ବ ନକରି ଏହି ରାଶି ଗୁଡିକ ବିଷୟରେ ଜାଣିନେବା ।

ମେଷ ରାଶି:-

ଏହି ଲୋକମାନେ ଅତ୍ୟନ୍ତ ବାହାଦୂର ଏବଂ ସାହସୀ ହୋଇଥାନ୍ତି । ଏମାନେ କାହାକୁ ଭୟ କରନ୍ତି ନାହିଁ । ପରାକ୍ରମ ଏମାନଙ୍କ ମଧ୍ୟରେ କୌଣସି ଅଭାବ ନାହିଁ । ଏହାର କାରଣ ଏମାନେ ମଙ୍ଗଳ ଦେବଙ୍କର ରାଶି ଅଟନ୍ତି । ମଙ୍ଗଳ ନିଜେ କ୍ରୋଧ, ଯୁଦ୍ଧ, ସାହସର କାରକ ଅଟନ୍ତି । ତେଣୁ ମଙ୍ଗଳଯୁକ୍ତ ଏହି ରାଶିରେ ସୂର୍ଯ୍ୟଦେବ ମଧ୍ୟ ଉଚ୍ଚ ହୋଇଥାନ୍ତି । ଏଭଳି କୁହାଯାଏ କି ଏହି ରାଶିର ଜାତକକୁ ଦୁନିଆଁର କୌଣସି ଜିନିଷ ପ୍ରତି ଭୟ ନଥାଏ । ଏମାନେ ନିଜ ନିର୍ଭୟତା ଏବଂ ଶକ୍ତି ବଳରେ କାମରେ ସଫଳତା ହାସଲ କରିଥାନ୍ତି ।

ସିଂହ ରାଶି:-

ଏହି ରାଶିର ଲୋକମାନେ ଜନ୍ମରୁ ନିର୍ଭୟ ହୋଇଥାନ୍ତି । ଏମାନେ ଏକ ଭଲ ନେତା ମଧ୍ୟ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ନେତୃତ୍ଵ କରିବାର ବଳ ରହିଥାଏ । ଏମାନେ କାହାର ପାଦ ତଳେ ଚାପି ରହି କାମ କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ନିଜେ ନିଜ କାମ କରିବାରେ ସକ୍ଷମ ହୋଇଥାନ୍ତି । ଏମାନଙ୍କ ମସ୍ତିଷ୍କ ବହୁତ ତୀବ୍ର ଚାଲିଥାଏ । ଏମାନଙ୍କୁ କୌଣସି କାମରେ ହରାଇବା ସହଜ ନୁହେଁ । ଏମାନେ ନିଜ କ୍ଷେତ୍ରରେ ପାରଙ୍ଗମ ହୋଇଥାନ୍ତି ।

ବିଛା ରାଶି:-

ଏହି ରାଶିର ସ୍ୱାମୀ ମଙ୍ଗଳ ଅଟନ୍ତି । ଏମାନଙ୍କୁ ସାହାସ ଏବଂ ପରାକ୍ରମର କାରକ ଭାବରେ ବିବେଚନା କରାଯାଏ । ଏଥିପାଇଁ ଏହି ରାଶିର ଜାତକ ନିର୍ଭୟ, ଜିଦି ଏବଂ ଭାବୁକ ହୋଇଥାନ୍ତି । ଏମାନେ ନିଜର ରହସ୍ୟ ଅନ୍ୟମାନଙ୍କ ଠାରୁ ଲୁଚାଇ ରଖିବା ପସନ୍ଦ କରିଥାନ୍ତି । ଏମାନେ ନିଜ ଜୀବନ ନିଜ ଇଚ୍ଛାରେ ବଞ୍ଚିଥାନ୍ତି । ଏମାନେ ଭାବୁକ ସ୍ୱଭାବର ହୋଇଥିଲେ ମଧ୍ୟ ଟିକିଏ ତୀବ୍ର ହୋଇଥାନ୍ତି । ଏମାନଙ୍କୁ ବୋକା ବନେଇବା ମଧ୍ୟ ଏତେ ସହଜ ନୁହେଁ । ଆପଣ ଏମାନଙ୍କର ଲାଭ ଉଠାଇ ପାରିବେନାହିଁ ।

ଧନୁ ରାଶି:-

ଏହି ଲୋକମାନେ ଜ୍ଞାନୀ ହୋଇଥାନ୍ତି । ଏମାନଙ୍କ ମସ୍ତିଷ୍କ ଅତ୍ୟନ୍ତ ତୀବ୍ର ଚାଲିଥାଏ । ଗୋଟିଏ ପକ୍ଷରେ ଆପଣ କହିପାରିବେ କି ଏମାନଙ୍କର ଜ୍ଞାନ ଏବଂ ମସ୍ତିଷ୍କ ଏମାନଙ୍କୁ ନିର୍ଭୟ କରିଥାଏ । ଏହି ରାଶିର ଜାତକ ହାରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ବାହାରୁ କଠୋର ସ୍ଵଭାବର ହେଲେ ମଧ୍ୟ ଭିତରୁ ଅତ୍ୟନ୍ତ ଦୟାଳୁ ସ୍ୱଭାବର ହୋଇଥାନ୍ତି । ବିଷମ ପରିସ୍ଥିତିରେ ମଧ୍ୟ ଏମାନେ ଅତ୍ୟନ୍ତ ବୁଦ୍ଧିମାନର ସହ କାମକୁ ଗ୍ରହଣ କରିଥାନ୍ତି । ଏମାନଙ୍କ ନିକଟରେ ପ୍ରାୟତଃ ପ୍ରତ୍ୟେକ ସମସ୍ୟାର ସମାଧାନ ରହିଥାଏ । କଷ୍ଟକର ପରିସ୍ଥିତିରୁ ବାହାରକୁ ବାହାରିବା ଏମାନଙ୍କୁ ଜଣାଥାଏ ।

ବି.ଦ୍ର : ଅନୁଛେଦରେ ପ୍ରଦାନ କରାଯାଇଥିବା ତଥ୍ୟ ଶତକଡା ୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ପ୍ରଯୁର୍ଯ୍ୟ ଅଟେ ।

Leave a Reply

Your email address will not be published. Required fields are marked *