ଏହି ୫ଟି ରାଶିର ଲୋକମାନେ ଅଧିକାଂଶ ସମୟରେ ରୁହନ୍ତି ଦୁଃଖିତ ! ଜୀବନରେ କେବେ ସନ୍ତୁଷ୍ଟ ହୁଅନ୍ତି ନାହିଁ…

ଏହି ୫ଟି ରାଶିର ଲୋକମାନେ ଅଧିକାଂଶ ସମୟରେ ରୁହନ୍ତି ଦୁଃଖିତ ! ଜୀବନରେ କେବେ ସନ୍ତୁଷ୍ଟ ହୁଅନ୍ତି ନାହିଁ…

ସଂସାରରେ ଅନେକ ପ୍ରକାର ଲୋକ ରୁହନ୍ତି । ଏପରି କିଛି ଲୋକ ଥାଆନ୍ତି ଯେଉଁମାନେ ନିଜ ଜୀବନରେ ଯେତେ ମିଳେ ସେତିକିରେ ସନ୍ତୁଷ୍ଟ ହୋଇଯାନ୍ତି । କିନ୍ତୁ ଏପରି କିଛି ମନୁଷ୍ୟ ମଧ୍ୟ ଅଛନ୍ତି ଯେଉଁମାନେ ସବୁକିଛି ପାଇ ମଧ୍ୟ ଖୁସିରେ ରୁହନ୍ତି ନାହିଁ । ଶାସ୍ତ୍ର ଅନୁସାରେ ଏହାର ଉଲ୍ଲେଖ କରାଯାଇଛି ଯେ ସନ୍ତୋଷ ହିଁ ବ୍ୟକ୍ତିକୁ ଜୀବନରେ ସୁଖରେ ରଖେ । ସନ୍ତୋଷ ଏପରି ଏକ ଶସ୍ତ୍ର ଅଟେ ଯେଉଁଥିରୁ ଆପଣ ନିଜ ଜୀବନକୁ ଖୁସି କରିପାରିବେ ଏବଂ ବିଶ୍ୱକୁ ଜୟ କରିପାରିବେ କିନ୍ତୁ କିଛି ଲୋକଙ୍କ ନିକଟରେ ସବୁକିଛି ଥାଇ ମଧ୍ୟ ସେମାନେ ଖୁସିରେ ରୁହନ୍ତି ନାହିଁ । ତାଙ୍କୁ କେବେହେଲେ କୌଣସି ଜିନିଷକୁ ନେଇ ସନ୍ତୁଷ୍ଟି ମିଳେ ନାହିଁ । ତାଙ୍କ ନିକଟରେ ଯାହା କିଛି ଥାଏ, ସେମାନେ ତାହାର ମୂଲ୍ୟ ବୁଝିପାରନ୍ତି ନାହିଁ ଏବଂ ଅନ୍ୟ ଜିନିଷରୁ ଅଧିକରୁ ଅଧିକ ଆଶା କରନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି ପାଞ୍ଚଟି ରାଶିର ଲୋକଙ୍କ ବିଷୟରେ କୁହାଯାଇଛି ଯେଉଁମାନେ ନିଜ ଜୀବନରେ କେବେହେଲେ ସନ୍ତୁଷ୍ଟ ରୁହନ୍ତି ନାହିଁ । ଏହି ରାଶିମାନେ ଅଧିକ ଆଶାରେ ସର୍ବଦା ଦୁଃଖିତ ରୁହନ୍ତି ଓ ନିଜ ଶରୀରକୁ କଷ୍ଟ ଦିଅନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁ ରାଶିମାନେ ଅଛନ୍ତି ଏହି ତାଲିକାରେ…

ମେଷ ରାଶି

ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ମଙ୍ଗଳ ଗ୍ରହ ଅଟନ୍ତି । ମଙ୍ଗଳ ଗ୍ରହକୁ ପରାକ୍ରମ ଓ ଉତ୍ସାହର କାରକ ବୋଲି କୁହାଯାଏ । ଏହି ରାଶିର ଲୋକମାନେ ବହୁତ ସ୍ୱାଭିମାନୀ ପ୍ରକୃତିର ଅଟନ୍ତି । ଏମାନେ ନିଜ ଜୀବନରେ ଅନେକଗୁଡ଼ିଏ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି । ଏମାନେ ନିଜ ଜୀବନରେ କିଛି ନା କିଛି ଅଧିକ ଆଶା କରନ୍ତି । ଯାହା ଫଳରେ ଏମାନଙ୍କ ଜୀବନ ବହୁତ କଷ୍ଟସାଧ୍ୟ ହୋଇଯାଏ । ଏମାନଙ୍କୁ ନିଜ ଜୀବନରେ ଅନେକଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ଓ ଏମାନେ କୌଣସି ପରିସ୍ଥିତିକୁ ଭୟ କରନ୍ତି ନାହିଁ ବରଂ ସାହସର ସହିତ ଲଢ଼ିବା ଏମାନଙ୍କୁ ଖୁବ୍ ପସନ୍ଦ ହୋଇଥାଏ । ଏହି ରାଶିର ଲୋକମାନେ ନୂତନ ଅନୁଭବ ଖୋଜାରେ ବାହାରି ପଡ଼ନ୍ତି । ଏହି ରାଶିର ଲୋକମାନେ ନିଜ ଆଖପାଖ ଜିନିଷକୁ ଖୁବ୍ କମ୍ ଖୁସି ଓ ସନ୍ତୁଷ୍ଟ ହୋଇପାରନ୍ତି । ଏମାନଙ୍କ ଭିତରେ ଅଧିକ ଆଶା ରହିଥାଏ ।

ମିଥୁନ ରାଶି

ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ବୁଧ ଗ୍ରହ ଅଟନ୍ତି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଦୁଇଟି ପାର୍ଶ୍ଵ ରହିଥାଏ । ପ୍ରଥମ ପାର୍ଶ୍ଵ ଏହିକିଯେ ଏମାନେ ମିଳାମିଶା ପ୍ରକୃତିର ଅଟନ୍ତି ଓ ସାମାଜିକ ହୋଇଥାନ୍ତି ଏବଂ ସର୍ବଦା ମଉଜ୍ ମଜଲିସ୍ କରିବା ପାଇଁ ଆଗରେ ରୁହନ୍ତି ଓ ଅନ୍ୟ ପାର୍ଶ୍ୱଟି ହେଉଛି ଏମାନେ ସର୍ବଦା ବିଚଳିତ, ଗମ୍ଭୀର ଓ ଚିନ୍ତାରେ ବୁଡି ରୁହନ୍ତି । ଏହି ରାଶିର ବ୍ୟକ୍ତି ବିଶେଷ ଯେକୌଣସି ଜିନିଷରୁ ଖୁବ୍ ଶୀଘ୍ର ବିଚଳିତ ହୋଇଯାନ୍ତି ଏବଂ ନୂତନ ଆଶା ଖୋଜିବାରେ ଲାଗି ପଡ଼ନ୍ତି । ଏହି ରାଶିର ଲୋକଙ୍କ ଆଖପାଖରେ ଜିନିଷରୁ କେବେ ମଧ୍ୟ ଖୁସିରେ ରୁହନ୍ତି ନାହିଁ । ଏହି ରାଶିର ବ୍ୟକ୍ତି ବିଶେଷ ସର୍ବଦା ଅନ୍ୟ ମାନଙ୍କୁ ଲକ୍ଷ୍ୟ କରନ୍ତି । ତାଙ୍କ ମନରେ ଏହା ରହେ ଯେ ଆଉ ଜଣେ କିପରି ହାସଲ କରିଛନ୍ତି ? ସେ ମଧ୍ୟ ସେହି ଜିନିଷକୁ ହାସଲ କରିବା ପାଇଁ ଚେଷ୍ଟାରେ ଲାଗିଯାନ୍ତି । ଅଧିକ ଆଶାରେ ଏମାନେ ନିଜ ଜୀବନରେ କେବେ ସନ୍ତୁଷ୍ଟି ଲାଭ କରିପାରନ୍ତି ନାହିଁ ।

କନ୍ୟା ରାଶି

ଯେଉଁ ଲୋକମାନେ କନ୍ୟା ରାଶିର ହୋଇଥାନ୍ତି, ସେମାନଙ୍କ ସ୍ୱାମୀ ବୁଧ ଗ୍ରହର ଅଟନ୍ତି । ଏହି ରାଶିର ଲୋକଙ୍କ ମନରେ ବହୁତଗୁଡିଏ କଥା ଆସେ । ଏମାନଙ୍କ ମନରେ କଣ ଚାଲୁଛି ଏହା କେହି ଜାଣନ୍ତି ନାହିଁ । ଏମାନେ ଅନ୍ୟ ଲୋକଙ୍କ ସହ ଅଧିକ ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ବହୁତ ଆଳସୀ ସ୍ଵଭାବର ହୋଇଥାନ୍ତି । ଏମାନେ ଯେକୌଣସି ଜିନିଷ ପାଇଁ ମଧ୍ୟ ଅସନ୍ତୁଷ୍ଟ ରୁହନ୍ତି । ସେମିତିରେ ଏମାନେ ସମସ୍ତ କାର୍ଯ୍ୟ ନିଜେ କରିବାକୁ ପସନ୍ଦ କରନ୍ତି କିନ୍ତୁ ବେଳେବେଳେ ଏମାନେ ନିଜ କାର୍ଯ୍ୟରେ ମଧ୍ୟ ଖୁସି ହୋଇପାରନ୍ତି ନାହିଁ । ଏହି ରାଶିର ଲୋକମାନେ ଜୀବନରେ କେବେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ ।

ମକର ରାଶି

ମକର ରାଶିର ବ୍ୟକ୍ତିବିଶେଷ ସ୍ୱାମୀ ଶନିଦେବ ଅଟନ୍ତି । ଏହି ରାଶିର ଲୋକମାନେ କେବେମଧ୍ୟ କୌଣସି କାମକୁ ନେଇ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ କାରଣ ଏମାନଙ୍କ ପାଖରେ ଅଧିକ ପାଇବା ଆଶା ଥାଏ । ଏମାନେ ସଫଳତା ପାଇବା ପାଇଁ ଖୁବ୍ କଠିନ ପରିଶ୍ରମ କରନ୍ତି । ଯଦି ଏମାନଙ୍କ ପାଖରେ କିଛି ପାଇବାର ଆଶା ଅଛି ତେବେ ତାହାକୁ ପାଇବା ପରେ ଶାନ୍ତ ହୁଅନ୍ତି । ଏହି ରାଶିର ବ୍ୟକ୍ତି ବିଶେଷମାନେ ସମସ୍ତ ଜିନିଷରେ କୌଣସି ନା କୌଣସି ପ୍ରକାର ଦୋଷ ଖୋଜନ୍ତି, ଯାହା ଫଳରେ ସର୍ବଦା ଚିନ୍ତିତ ରୁହନ୍ତି ।

ମୀନ ରାଶି

ମୀନ ରାଶିର ବ୍ୟକ୍ତିବିଶେଷଙ୍କ ସ୍ୱାମୀ ବୃହସ୍ପତି ଅଟନ୍ତି । ଏହି ରାଶିର ଲୋକମାନେ ଖୁବଶୀଘ୍ର ଉତ୍ତେଜିତ ହୋଇଯାନ୍ତି ଏବଂ ଏମାନେ ସମସ୍ତ ଜିନିଷକୁ ନେଇ ଖୁବ୍ ବିଚଳିତ ରୁହନ୍ତି । ଏହି ରାଶିର ବ୍ୟକ୍ତି ବିଶେଷମାନେ କିଛି ନା କିଛି କାର୍ଯ୍ୟ କରିବାରେ ଲାଗି ରହନ୍ତି, ଯାହା ଫଳରେ ଏମାନେ ଅନ୍ୟସବୁ ଜିନିଷର ଆନନ୍ଦ ଉଠାଇ ପାରନ୍ତି ନାହିଁ । ଏହି ରାଶିର ବ୍ୟକ୍ତି ବିଶେଷ ଅଧିକ ପାଇବା ଆଶାରେ ଜୀବନଯାକ ଦୁଃଖିତ ରୁହନ୍ତି । ଏମାନେ କେବେମଧ୍ୟ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ ଏବଂ ଏମାନଙ୍କ ଜୀବନ ଏପରି ଚାଲିଥାଏ ।

Leave a Reply

Your email address will not be published. Required fields are marked *