ପ୍ରେମରେ ଦୁର୍ବଳ ଏବଂ ଅଧିକ ଖର୍ଚ୍ଚି ହୋଇଥାନ୍ତି ଏହି “Y” ନାମର ଲୋକ ! ଜାଣନ୍ତୁ ଏମାନଙ୍କର ୧୦ଟି ସ୍ୱଭାବ…

ପ୍ରେମରେ ଦୁର୍ବଳ ଏବଂ ଅଧିକ ଖର୍ଚ୍ଚି ହୋଇଥାନ୍ତି ଏହି “Y” ନାମର ଲୋକ ! ଜାଣନ୍ତୁ ଏମାନଙ୍କର ୧୦ଟି ସ୍ୱଭାବ…

ଅଙ୍କ ଜ୍ୟୋତିଷ ଆପଣଙ୍କ ନାମର ପ୍ରଥମ ଅକ୍ଷର ଆଧାରରେ ଆପଣଙ୍କ ସ୍ୱଭାବ ଏବଂ ଚରିତ୍ର କହିପାରେ । ଏମିତିରେ ଆଜି ଆମେ ଆପଣଙ୍କୁ Y ଅକ୍ଷର ନାମରେ ଥିବା ଜାତକଙ୍କ ସହିତ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । Y ଅକ୍ଷରର ବ୍ୟକ୍ତିଙ୍କର ଲକ୍କି ଅଙ୍କ ୭ ହୋଇଥାଏ । ଏମାନଙ୍କ ବ୍ୟକ୍ତିତ୍ୱରେ ଯେଉଁ ଖାସ୍ କଥା ରହିଥାଏ ତାହା ହେଉଛି ଏହିପରି :-

୧. ଏମାନେ ଖୁବ୍ ସରଳ ମନର ହୋଇଥାନ୍ତି । ଏମାନଙ୍କ ମନରେ କୌଣସି ପ୍ରକାରର ଖରାପ ଭାବନା ନଥାଏ । ଏମାନଙ୍କର ଏହି ଗୁଣ ସମସ୍ତଙ୍କୁ ଅଧିକ ପସନ୍ଦ ଆସିଥାଏ ।

୨. ଏମାନଙ୍କ ଠାରୁ ପରାମର୍ଶ ନେବା ଖୁବ୍ ଲାଭଦାୟକ ହୋଇଥାଏ । ଏମାନେ ଯାହାବି ପରାମର୍ଶ ଦିଅନ୍ତି ତାହା ଦ୍ୱାରା ସାମ୍ନା ଲୋକକୁ ନିଶ୍ଚିତ ଭାବରେ ଲାଭ ହୋଇଥାଏ । ଏମାନେ କେବେବି କାହାକୁ ମିଛ କହନ୍ତି ନାହିଁ ଏବଂ କାହାକୁ କେବେ ଭ୍ରମିତ ମଧ୍ୟ କରନ୍ତି ନାହିଁ ।

୩. ଏହି ଲୋକମାନେ ବହୁତ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି । ଏମାନଙ୍କୁ ଭବିଷ୍ୟତର ଚିନ୍ତା ନଥାଏ । କେବଳ ପେଟ ପୋଷିବା ପାଇଁ ଦୁଇ ଓଳି ଖାଇବା ମିଳିଗଲେ ଏମାନଙ୍କୁ ଆଉ କିଛିର ଅବଶ୍ୟକତା ନଥାଏ । ଏମାନେ ବର୍ତ୍ତମାନରେ ରହିବା ଅଧିକ ପସନ୍ଦ ।

୪. ଏମାନେ ଅନ୍ୟ ମାନଙ୍କର ମନ ଏବଂ ଭାବନା ପଢ଼ିବାରେ ମାହୀର ହୋଇଥାନ୍ତି । ସାମ୍ନା ଲୋକର ସ୍ୱଭାବ ଆଧାରରେ ଏମାନେ ତାଙ୍କ ସହିତ ଡିଲ୍ କରନ୍ତି । ଏହି କାରଣରୁ ସମସ୍ତଙ୍କ ସହିତ ଏମାନଙ୍କର ଭଲ ପଡ଼ିଥାଏ ।

୫. ଏମାନଙ୍କୁ ଶାନ୍ତି ପସନ୍ଦ ଅଟେ । ଏମାନେ ଅଧିକ କଥା କହିବା ପସନ୍ଦ କରନ୍ତି ନାହିଁ । ଅଧିକ ପାଟିତୁଣ୍ଡ ହେଉଥିବା ପରିବେଶ ସେମାନଙ୍କୁ ଆଦୌ ପସନ୍ଦ ନଥାଏ ।

୬. ଏମାନେ ନିଜ ଜୀବନକୁ ନିଜ ଇଚ୍ଛା ଏବଂ ନିଜ ଅନୁସାରେ ବଞ୍ଚିବାକୁ ପସନ୍ଦ କରନ୍ତି । ଏହି କାରଣରୁ ଟଙ୍କା ରୋଜଗାର କରିବା କ୍ଷେତ୍ରରେ ଟିକେ ପଛରେ ରହିଯାଆନ୍ତି । କିନ୍ତୁ ସମୟ ସହିତ ଏମାନଙ୍କ ପାଖରେ ମଧ୍ୟ ଠିକ୍ ଠାକ୍ ପୁଞ୍ଜି ଜମା ହୋଇ ଯାଇଥାଏ ।

୭. ଏମାନେ କାମ ସହିତ କୌଣସି କମପ୍ରମାଇଜ୍ କରନ୍ତି ନାହିଁ । ଏମାନଙ୍କୁ ଯଦି କୌଣସି କାମ ପସନ୍ଦ ନାହିଁ ତେବେ ସେମାନେ ତାହାକୁ କରି ନଥାନ୍ତି ପୁଣି ତାହା ଯେତେ ଅଧିକ ଟଙ୍କା ପାଇଁ ହୋଇଥାଉ ନା କାହିଁକି ।

୮. ପ୍ରେମ ମାମଲାରେ ଏମାନେ ଖୁବ୍ ଦୁର୍ବଳ ହୋଇଥାନ୍ତି । ଏମାନେ ଯାହାକୁ ପସନ୍ଦ କରିଥାନ୍ତି ତାଙ୍କୁ ନିଜ ମନ କଥା ଖୋଲି କହିପାରନ୍ତି । ଏମାନେ ନିଜ ପାର୍ଟନର ମାନଙ୍କ ପାଇଁ କିଛି ସ୍ପେଶଲ୍ କରନ୍ତି ନାହିଁ । କିନ୍ତୁ ଏମାନେ ଖୁବ୍ ବିଶ୍ୱାସ କରିବା ଯୋଗ୍ୟ ହୋଇଥାନ୍ତି ଏବଂ ଖୁବ୍ ସରଳ ମଧ୍ୟ ହୋଇଥାନ୍ତି । କେବଳ ନିଜ ବ୍ୟକ୍ତିତ୍ୱ କାରଣରୁ ଅଧିକ ରୋମାଣ୍ଟିକ୍ ହୋଇ ପାରନ୍ତି ନାହିଁ ।

୯. ଏମାନେ ବହୁତ ଭାବୁକ ହୋଇଥାନ୍ତି । ଇମୋଶନ୍ ସହିତ ଖେଳୁଥିବା ଲୋକ ଏମାନଙ୍କର ପସନ୍ଦ ନଥାଏ । ଏମାନେ ସବୁବେଳେ ସ୍ୱାଧୀନ ରହିବାକୁ ପସନ୍ଦ କରନ୍ତି । ଅନ୍ୟ ଉପରେ ନିର୍ଭର ରହିବା ଏମାନଙ୍କୁ ପସନ୍ଦ ନଥାଏ ।

୧୦. ଏମାନେ ଏକୁଟିଆ ରହିବାକୁ ମଧ୍ୟ ପସନ୍ଦ କରନ୍ତି । ଭିଡ଼ ଥିବା ସ୍ଥାନକୁ ସେମାନେ ଆସନ୍ତି ନାହିଁ । ସମ୍ପର୍କ କୁ ନେଇ ଏମାନେ ଖୁବ୍ ସଚ୍ଚୋଟ ହୋଇଥାନ୍ତି । ସମ୍ପର୍କରେ ଏମାନେ ନିଜର ୧୦୦ ପ୍ରତିଶତ ଦେଇଥାନ୍ତି । ଏହି କାରଣରୁ ଲୋକେ ତାଙ୍କୁ ସମ୍ମାନ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *