ଆଜି ମଧ୍ୟ ବଲିଉଡର ଏହି ୫ଜଣ ଅଭିନେତ୍ରୀଙ୍କ ନାଚ ଭୁଲି ପାରି ନାହାଁନ୍ତି ଲୋକମାନେ ! ବାହାଘରରେ ଲୋକମାନେ ଝୁମନ୍ତି ତାଙ୍କ ନାଚରେ…

ଆଜି ମଧ୍ୟ ବଲିଉଡର ଏହି ୫ଜଣ ଅଭିନେତ୍ରୀଙ୍କ ନାଚ ଭୁଲି ପାରି ନାହାଁନ୍ତି ଲୋକମାନେ ! ବାହାଘରରେ ଲୋକମାନେ ଝୁମନ୍ତି ତାଙ୍କ ନାଚରେ…

ବଲିଉଡ ଚଳଚିତ୍ରର ନୃତ୍ୟ ସଙ୍ଗୀତ ଲୋକମାନଙ୍କୁ ଏତେ ପସନ୍ଦ ଆସେ ଯେ ଲୋକମାନେ ଏହି ସଙ୍ଗୀତର ଭରପୁର ମଜା ଉଠାଇଥାନ୍ତି । କିନ୍ତୁ ବଲିଉଡ଼ରେ ଏପରି ୫ଜଣ ଅଭିନେତ୍ରୀ ଅଛନ୍ତି; ତାଙ୍କ ନୃତ୍ୟ ସଙ୍ଗୀତ ସମସ୍ଥଙ୍କୁ ପସନ୍ଦ ଆସେ । ଚାଲନ୍ତୁ ଜାଣିବା କିଏ ସେହି ୫ଜଣ ଅଭିନେତ୍ରୀ ।

ମାଧୁରୀ ଦୀକ୍ଷିତ :

Google

ବଲିଉଡ ଇଣ୍ଡଷ୍ଟ୍ରିର ଧକ୍-ଧକ୍ ଗାର୍ଲ କୁହାଯାଉଥିବା ମାଧୁରୀ ଦୀକ୍ଷିତ ଉଭୟ ହୃଦୟସ୍ପର୍ଶୀ ଅଭିବ୍ୟକ୍ତି ସହିତ ଶାସ୍ତ୍ରୀୟ ଏବଂ ପାଶ୍ଚାତ୍ୟ ଗୀତ ସହିତ ନୃତ୍ୟ ପରିବେଷଣ କରିଛନ୍ତି । ମଧୁରୀଙ୍କ ଫିଲ୍ମରେ ଥିବା ଗୀତ ଗୁଡିକରେ “1,2,3…”, “ଚୋଲି କେ ପିଛେ କ୍ୟା ହେ” ଓ “ମାର୍ ଡାଲା” ସମସ୍ତଙ୍କୁ ଦର୍ଶକ ପସନ୍ଦ କରିଥିଲେ ଏବଂ ଦର୍ଶକ ଆଜି ମଧ୍ୟ ଏହି ଗୀତଗୁଡିକ ବହୁତ ପସନ୍ଦ କରନ୍ତି । ମାଧୁରୀ ଦୀକ୍ଷିତଙ୍କ ନୃତ୍ୟ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ।

ଉର୍ମିଲା ମାଟୋଣ୍ଡକର :

Google

ବଲିଉଡର ଅଭିନେତ୍ରୀ ଉର୍ମିଲା ମାଟୋଣ୍ଡକରଙ୍କୁ “ରଙ୍ଗିଲା ଗାର୍ଲ” କୁହାଯାଉଥିଲା । ତାଙ୍କର ଏହି ନାମଟି ରଙ୍ଗିଲା ଫିଲ୍ମରୁ ଆସିଛି । କାରଣ ଏହି ଫିଲ୍ମରେ ସେ ନୃତ୍ୟ କରି ସମସ୍ଥଙ୍କୁ ଦିବାନା କରି ଦେଇଛନ୍ତି । ଉର୍ମିଳାଙ୍କର ‘ଛମା ଛମା’ ସଂଗୀତଟି ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା ।

ଐଶ୍ୱର୍ଯ୍ୟା ରାୟ :

Google

ବଲିଉଡର ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ସୁନ୍ଦରତା ସମସ୍ଥଙ୍କୁ ମନମୁଗ୍ଧ କରାଇଥାଏ ଓ ତାଙ୍କ ନୃତ୍ୟ ମଧ୍ୟ ସମସ୍ଥଙ୍କୁ ପ୍ରଭାବିତ କରିଥାଏ । ଐଶ୍ୱର୍ଯ୍ୟା ରାୟଙ୍କ “ନିମ୍ବୁଡା ନିମ୍ବୁଡା”, “କଜରାରେ… କଜରାରେ” ଓ “କ୍ରେଜି କିୟା…” ଇତ୍ୟାଦି ଐଶ୍ୱର୍ଯ୍ୟା ରାୟଙ୍କ ଉପରେ ସୁଟିଂ ହୋଇଥିବା ଗୀତଗୁଡିକ ବହୁତ ହିଟ୍ ହୋଇଥିଲା । ବଲିଉଡ ଜଗତରେ ଐଶ୍ୱର୍ଯ୍ୟା ରାୟ ମଧ୍ୟ ନିଜ ସୌନ୍ଦର୍ଯ୍ୟ ବ୍ୟତୀତ ନୃତ୍ୟ ପ୍ରଦର୍ଶନ କରି ଏକ ନୂତନ ପରିଚୟ ଦେବାରେ ବହୁତ ସହଯୋଗ କରିଛନ୍ତି ।

ପ୍ରିୟଙ୍କା ଚୋପ୍ରା :

Google

ବଲିଉଡରେ ଦେଶୀ ଗାର୍ଲ କୁହାଯାଥିବା ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୟ ଯେପରି ପ୍ରଶଂସନୀୟ ଠିକ ସେହିପରି ତାଙ୍କ ଦ୍ଵାରା ପ୍ରଦର୍ଶିତ ଗୀତଗୁଡିକ ମଧ୍ୟ ସେହିପରି ଲୋକପ୍ରିୟତା ହାସଲ କରିପାରିଛି । ବହୁତ ହିଟ ନୃତ୍ୟ ଅଛି ଯେପରିକି , ଦେଶୀ ଗାର୍ଲ , ରାମ ଚାହେଁ ଲୀଳା ଓ ପିଙ୍ଗା ପରି ଗୀତରେ ପ୍ରିୟଙ୍କା ଚୋପ୍ରା ତାଙ୍କ ନୃତ୍ୟ ସହିତ ଲୋକଙ୍କ ମନ ଜିଣି ନେଇଥିଲା । ପ୍ରିୟଙ୍କା ପାଶ୍ଚାତ୍ୟ ଏବଂ ଶାସ୍ତ୍ରୀୟ ନୃତ୍ୟ ଭଲ ପ୍ରଦର୍ଶନ କରନ୍ତି ।

କୋବେରୀ କୁଇନ୍ ହେଲେନ୍ :

Google

କୋବେରୀ କୁଇନ୍ ହେଲେନ୍ ବଲିଉଡର ଡାନ୍ସକୁ ଏକ ନୂତନ ସ୍ଥାନରେ ପହଁଚାଇ ଦେଇଥିଲେ । ସେ ତାଙ୍କର ନୂତନ ନୃତ୍ୟ ଶୈଳୀ ଦ୍ଵାରା ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ । ହେଲେନଙ୍କ ବହୁତ ହିଟ୍ ହୋଇଥିବା ଗୀତ ମଧ୍ୟରୁ “ମୋନିକା ହେ ମୋର ଡାରଲିଙ୍ଗ”, “ମେହବୁବା ମେହବୁବା”, “ୟେ ମେରା ଦିଲ୍ ପ୍ୟାର୍ କା ଦେୱାନା…” ଇତ୍ୟାଦି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ଆଜି ମଧ୍ୟ ଲୋକେ ଏହି ଗୀତ ଶୁଣିବାକୁ ପସନ୍ଦ କରନ୍ତି । ହେଲେନଙ୍କ ଉପରେ ସୁଟିଂ ହୋଇଥିବା ଅନେକ ଗୀତର ରିମେକ୍ ମଧ୍ୟ ଥିଲା ଏବଂ ହିଟ୍ ମଧ୍ୟ ହୋଇଥିଲା । ହେଲନଙ୍କ ଡାନ୍ସ ବିନା ବଲିଉଡ଼ ଅଧୁରା ଲାଗିଥାଏ ।

Leave a Reply

Your email address will not be published. Required fields are marked *