ଦଶ ବର୍ଷରେ ଥରେ ଫୁଟେ ଏହି ଦୁର୍ଲଭ ପୁଷ୍ପ ! ଶହ ଶହ କିଲୋମିଟର୍ ଦୂରରୁ ଦେଖିବାକୁ ଆସନ୍ତି ଦର୍ଶକ…

ଦଶ ବର୍ଷରେ ଥରେ ଫୁଟେ ଏହି ଦୁର୍ଲଭ ପୁଷ୍ପ ! ଶହ ଶହ କିଲୋମିଟର୍ ଦୂରରୁ ଦେଖିବାକୁ ଆସନ୍ତି ଦର୍ଶକ…

ଆମେରିକାରେ ଥିବା ବିଭିନ୍ନ ସୁନ୍ଦର ସହର ମଧ୍ୟରୁ ସାନ ଫ୍ରାନସିସସ୍କୋ ହେଉଛି ଅନ୍ୟତମ । ବର୍ତ୍ତମାନ ଏହି ସହରରେ ଫୁଟିଛି ‘କର୍ପସ୍ ଫୁଲ’ ନାମକ ଏକ ବିରଳ ଫୁଲ । ଏହି ଫୁଲ ଦେଖିବା ପାଇଁ ଦୂରଦୁରାନ୍ତରୁ ଅସଂଖ୍ୟ ପର୍ଯ୍ୟଟକ ସାନ ଫ୍ରାନସିସସ୍କୋ ଆସୁଛନ୍ତି ଏବଂ ଏହି ଫୁଲ ସହିତ ଲୋକମାନେ ସୁନ୍ଦର ସୁନ୍ଦର ଫଟୋ ଉଠାଉଛନ୍ତି । ଆସନ୍ତୁ ଜାଣିବା କାହିଁକି ଏହି ଏହି ଫୁଲ ଅଟେ ଏତେ ଖାସ୍ ।

‘ଦ ଗାଡ଼ିଆନ୍ ୱେବସାଇଟ୍’ ଅନୁଯାୟୀ ସାନ ଫ୍ରାନସିସସ୍କୋର ବାଇ ଏରିଆରେ ଥିବା ନର୍ସରୀରେ ଏହି ଫୁଲ ଫୁଟିଥିଲା । ଏହା ପରେ ନର୍ସରୀର ମାଲିକ ସୋଲେମାନ୍ ଲେୱା ସୋସିଆଲ୍ ମିଡିଆରେ ଏହି ଫୁଲର ଫୋଟ ସେୟାର୍ କରିଥିଲେ ।

ନର୍ସରୀ ମାଲିକ ସୋଲେମାନ୍ ଲେୱା ଦେଖିଲେ ଯେ ଏହି ଫୁଲ ଦେଖିବା ପାଇଁ ସୋସିଆଲ୍ ମିଡ଼ିଆରେ ଲୋକମାନେ ବହୁତ ଆଗ୍ରହ ହେଉଛନ୍ତି ତେଣୁ ସେ ଏହି ଫୁଲ ବିଷୟରେ ନିଜ ପଡ଼ୋଶୀମାନଙ୍କୁ ମଧ୍ୟ ଜଣାଇଲେ ।

ନର୍ସରୀ ମାଲିକ ସୋଲେମାନ୍ ଲେୱା ଜଣେ ବନ୍ଧୁଙ୍କ ସାହାଯ୍ୟରେ ନର୍ସରୀରୁ ‘କର୍ପସ୍ ଫୁଲ’ ନେଇ କାର୍ଣ୍ଣିଭାଲ୍ ବିଲ୍ଡିଂରେ ରଖିଦେଲେ । ଏହାପରେ ଏହି ଫୁଲକୁ ଦେଖିବା ପାଇଁ ଦର୍ଶକମାନଙ୍କର ଧାଡିରେ ଲାଗିଗଲା । ଯେଉଁ ଦିନ ଏହି ଫୁଲ ସେଠାରେ ରଖାଯାଇଥିଲା ସେହିଦିନ ସନ୍ଧ୍ୟା ଚାରିଟା ମଧ୍ୟରେ ଏହି ଫୁଲକୁ ୧୨୦୦ରୁ ଅଧିକ ଦର୍ଶକ ଦେଖିସାରିଥିଲେ ।

ସୋସିଆଲ୍ ମିଡିଆରେ ଏହି ଫୁଲର ଫୋଟ ଦେଖିବା ପରେ ଫୁଲକୁ ଦେଖିବାକୁ ଆସିଥିବା ସାୟାଲି ଜୈନ୍ କହିଛନ୍ତି ଯେ, “ମୁଁ ସୋଲେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କାରଣ ମୁଁ କେବେ ମଧ୍ୟ ଭାବିନଥିଲି ଯେ ଆମେ ଏହି ଫୁଲକୁ କେବେ ପ୍ରକୃତରେ ଦେଖିପାରିବୁ ।”

ଆମେରିକାର ବଟାନିକ ଗାର୍ଡେନ ଅନୁଯାୟୀ ‘କର୍ପସ୍ ଫୁଲ ଅତ୍ୟନ୍ତ ବିରଳ ଅଟେ । ଏହି ଫୁଲଗୁଡିକ ୧୨ଫୁଟ ପର୍ଯ୍ୟନ୍ତ ବଢ଼ିପାରେ ଏବଂ ଫୁଟିବାକୁ ପ୍ରାୟ ଏକ ଦଶନ୍ଧି ସମୟ ନେଇଥାଏ । ଏହି ଫୁଲ ଏକ ଦୁର୍ଗନ୍ଧ ନିର୍ଗତ ହୋଇଥାଏ ଏବଂ ଫୁଟିବାର ଖୁବ୍ କମ୍ ଦିନ ମଧ୍ୟରେ ମରିଯାଇଥାଏ । ଏହି ଫୁଲରୁ ନିର୍ଗତ ହେଉଥିବା ଗନ୍ଧ କଞ୍ଚା ମାଂସ କିମ୍ବା ଶବର ଗନ୍ଧ ପରି ହୋଇଥାଏ ।

Leave a Reply

Your email address will not be published. Required fields are marked *