ପିତା ଦବଙ୍ଗ, କକା ଲୋକସଭା ସାଂସଦ, ଏପରି ପରିବାର ସହ ସମ୍ପର୍କ ରଖିଛନ୍ତି ପବନ ସିଂହଙ୍କ ଦ୍ଵିତୀୟ ପତ୍ନୀ !

ମୁମ୍ବାଇ : ଭୋଜପୁରୀ ସୁପରଷ୍ଟାର ପବନ ସିଂହ ଆଜି ଇଣ୍ଡଷ୍ଟ୍ରିରେ “ଲୋଲୀପୋପ ଲାଗେଲୂ” ଏବଂ “ଲଛକତା ହମାରେ ଜବାନିୟା” ଭଳି ଗୀତରେ ନିଜର କଳା ପ୍ରଦର୍ଶନ କରିସାରିଛନ୍ତି । ପବନ ସିଂହଙ୍କୁ ଆଜି କୋୖଣସି ପରିଚୟର ଆବଶ୍ୟକତା ନାହିଁ । ପବନ ସିଂହ ଅଭିନେତା ହେବା ସହିତ ଜଣେ ଗାୟକ ମଧ୍ୟ । ସେ ଫିଲ୍ମ ଏବଂ ଗୀତ ସହିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି ।

asianetnews.com

ବିହାରର ଆରା ଜିଲ୍ଲାରେ ଜନ୍ମ ହୋଇଥିବା ପବନ ସିଂହ ୨ ବର୍ଷ ପୂର୍ବରୁ ୨୦୧୮ରେ ଜ୍ୟୋତି ସିଂହଙ୍କୁ ବିବାହ କରିଥିଲେ । ଜ୍ୟୋତି ସିଂହ ବାଲିୟାର ଝିଅ ଥିଲେ ।

asianetnews.com
asianetnews.com

ପବନ ସିଂହ ଜ୍ୟୋତି ସିଂହଙ୍କୁ ୫ ମାର୍ଚ୍ଚ ୨୦୧୮ ମସିହା, କୋର୍ଟରେ ବିବାହ କରିଥିଲେ । ଏହାପରେ ସେ ୬ ମାର୍ଚ୍ଚ ୨୦୧୮ରେ ହିନ୍ଦୁ ରୀତିନୀତି ଅନୁସାରେ ମଧ୍ୟ ବିବାହ କରିଥିଲେ । କୁହାଯାଏ ଯେ, ଜ୍ୟୋତି ସିଂହ ଏବଂ ପବନ ସିଂହଙ୍କ ପରିବାର ମଧ୍ୟରେ ପୂର୍ବରୁ ସମ୍ପର୍କ ଥିଲା । ତେଣୁ ସେମାନେ ତାଙ୍କ ବିବାହ କରିଥିଲେ ପାଇଁ ରାଜି ହୋଇଥିଲେ ।

asianetnews.com

ଯେତେବେଳେ ଜ୍ୟୋତି ସିଂହଙ୍କର ବିବାହ ପବନ ସିଂହଙ୍କ ସହିତ ହୋଇଥିଲା, ସେତେବେଳେ ସେ ଗ୍ରାଜୁଏସନ କରୁଥିଲେ । ଜ୍ୟୋତି ସିଂହଙ୍କ ପିତା ରାମ ବାବୁ ସିଂହ ବାଲିୟାର, ଦବଙ୍ଗ ଲୋକଙ୍କ ମଧ୍ୟରେ ଗଣତି ହେଉଥିଲେ ଏବଂ ଜ୍ୟୋତି ସିଂହଙ୍କ କକା ଲୋକସଭାର ସାଂସଦ ରହି ସାରିଛନ୍ତି । ଜ୍ୟୋତି ସିଂହ, ଘରର ୩ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ।

asianetnews.com

ପବନ ସିଂହ ପ୍ରଥମ ବିବାହ ୨୦୧୪ରେ ନୀଲମ ସିଂହଙ୍କ ସହିତ କରିଥିଲେ । ନୀଲମ ବିବାହ ପରେ ୨୦୧୫ରେ ଆତ୍ମହତ୍ୟା କରିଥିଲେ ।

ନୀଲମଙ୍କ ଆତ୍ମହତ୍ୟା କରିବା ପଛର ରହସ୍ୟ ପବନ ସିଂହଙ୍କର ଅକ୍ଷରା ସିଂହଙ୍କ ସହିତ ଅଫେୟାର ଥିବା କାରଣରୁ ବୋଲି କୁହାଯାଏ । ଅକ୍ଷରା ସିଂହ ଏବଂ ପବନ ସିଂହ ରିଲେସନସିପରେ ରହିସାରିଛନ୍ତି । ଏହା ସହିତ ନୀଲମଙ୍କ ମୃତ୍ୟୁ ପଛର କାରଣ ଏହା ମଧ୍ୟ କୁହାଯାଏ ଯେ, ପବନ ସିଂହ କାମରେ ଅଧିକ ବ୍ୟସ୍ତ ରହୁଥିଲେ ଏବଂ ତାଙ୍କୁ ସମୟ ଦେଉନଥିଲେ । ଏହି କାରଣରୁ ସେ ଆତ୍ମହତ୍ୟା କରିଥିଲେ ।

asianetnews.com

ପବନ ସିଂହ ଭୋଜପୁରୀରେ ନିଜ କ୍ୟାରିଅରର ଆରମ୍ଭ ୧୧ ବର୍ଷ ବୟସରେ କରିଥିଲେ । ମାତ୍ର ତାଙ୍କୁ “ଲୋଲୀପୋପ ଲାଗେଲୁ” ଗୀତରୁ ହିଁ ପ୍ରସିଦ୍ଧି ମିଳିଥିଲା ।

asianetnews.com

ଏହି ଗୀତରେ ପ୍ରସିଦ୍ଧ ହେବା ପରେ ପବନ ସିଂହଙ୍କୁ ଅନେକ ଫିଲ୍ମ ଅଫର ହୋଇଥିଲା । ଏବେ ସେ କୌଣସି ଗୀତ କିମ୍ବା ଫିଲ୍ମ ନେଇ ଆସିଲେ ତାହା ରାତାରାତି ହିଟ ହୋଇଯାଏ ।

Be the first to comment

Leave a Reply

Your email address will not be published.


*