ବେଳେବେଳେ ବ୍ୟକ୍ତିକୁ ଦାଣ୍ଡର ଭିକାରୀ ମଧ୍ୟ କରିଦିଏ ମନୀ ପ୍ଲାଣ୍ଟ ! ଯଦି ଲାଗିବାରେ ଏପରି ଭୁଲ୍ ହୁଏ ତ…

ବେଳେବେଳେ ବ୍ୟକ୍ତିକୁ ଦାଣ୍ଡର ଭିକାରୀ ମଧ୍ୟ କରିଦିଏ ମନୀ ପ୍ଲାଣ୍ଟ ! ଯଦି ଲାଗିବାରେ ଏପରି ଭୁଲ୍ ହୁଏ ତ…

ଆମ ଜୀବନରେ ସମସ୍ତ ମନୁଷ୍ୟର କିଛି ନା କିଛି ଭିନ୍ନ ଭିନ୍ନ ଅଭ୍ୟାସ ରହିଥାଏ । ଯାହା ଆମ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଯେଉଁଥିରୁ କିଛି ଅଭ୍ୟାସ ଏପରି ହୋଇଥାଏ ଯାହା ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ତ ଆଉ କିଛି ବହୁତ ଭଲ । ହିନ୍ଦୁ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର, ସାମୁଦ୍ରିକ ଶାସ୍ତ୍ର ଏପରି କିଛି ଶାସ୍ତ୍ର ରହିଛି ଯାହାର ପ୍ରୟୋଗ ଫଳରେ ଜୀବନକୁ ଆସୁଥିବା ବିପଦକୁ ଏଡ଼ାଇ ପାରିବା । ଅସୁବିଧା ହେଲେ ଲୋକମାନେ ଏହି ଶାସ୍ତ୍ରୀୟ ଉପାୟକୁ ପ୍ରୟୋଗ କରନ୍ତି, କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

କହିଦେଉଛୁ ଯେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ମନୀ ପ୍ଲାଣ୍ଟ ଲଗାଇବା ଫଳରେ ସୁଖ ସମୃଦ୍ଧି ସଙ୍ଗେ ସଙ୍ଗେ ଧନର ଆଗମନ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ସମସ୍ତ ବୃକ୍ଷ ପାଇଁ ଏକ ଦିଶା ନିର୍ଦ୍ଧାରିତ ହୋଇଥାଏ । ଯଦି ସଠିକ୍ ଦିଗରେ ବୃକ୍ଷ ରୋପଣ କରାଯାଏ ତେବେ ଏଥିରୁ ଅନେକ ଲାଭ ମିଳେ, କିନ୍ତୁ ଭୁଲ୍ ଦିଗରେ ବୃକ୍ଷ ରୋପଣ କରିବା ଫଳରେ ଲାଭ ବଦଳରେ କ୍ଷତି ହୋଇଥାଏ । ଘରେ ମନୀ ପ୍ଲାଣ୍ଟକୁ ସଠିକ୍ ଦିଗରେ ଲଗାଇବା ଅତ୍ୟନ୍ତ ଜରୁରୀ ଅଟେ । ଏହାକୁ ଘରେ ଲଗାଇବା ଲାଭ ଓ କ୍ଷତି ଉଭୟ ରହିଛି ।

ଆସନ୍ତୁ ଜାଣିବା ଏଥି ସହ ଜଡ଼ିତ କିଛି ବାସ୍ତୁ ଟିପ୍ସ :

୧. ବାସ୍ତୁ ଶାସ୍ତ୍ର ଅନୁସାରେ ମନୀପ୍ଲାଣ୍ଟ ବୃକ୍ଷକୁ ଘରେ ଲଗାଇବା ପାଇଁ ପୂର୍ବ-ଦକ୍ଷିଣ ଦିଗ ସବୁଠାରୁ ଉଚିତ ଅଟେ । କୁହାଯାଏ ଯେ ଏହି ଦିଗରେ ବୃକ୍ଷ ଲଗାଇବା ଫଳରେ ଜୀବନରେ ସକାରାତ୍ମକ ଉର୍ଜା ଆସେ ।

୨. କୁହାଯାଏ ଯେ ଘରେ ମନୀପ୍ଲାଣ୍ଟକୁ ମଧ୍ୟ ଐଶାନ୍ୟ ଅର୍ଥାତ ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ୍ ନୁହେଁ କାରଣ ଏହି ଦିଗ ସବୁଠାରୁ ନକରାତ୍ମକ ପ୍ରଭାବର ଅଟେ ।

୩. ଐଶାନ୍ୟ ଦିଗର ପ୍ରତିନିଧି ଦେବଗୁରୁ ବୃହସ୍ପତି ଅଟନ୍ତି । ବୃହସ୍ପତି କିମ୍ବା ଶୁକ୍ରରେ ଶତ୍ରୁଙ୍କ ସମ୍ବନ୍ଧ ରହିଥାଏ ଏଥିପାଇଁ ଜୀବନରେ ଏଥିରୁ ନକରାତ୍ମକ ପ୍ରଭାବ ପଡିଥାଏ । ଐଶାନ୍ୟ ଦିଗରେ ତୁଳସୀ ବୃକ୍ଷ ଲଗାଇବା ଶୁଭ ଅଟେ ।

୪. ସେମିତିରେ ଘର ବାହାରେ କେବେହେଲେ ମନୀ ପ୍ଲାଣ୍ଟ ବୃକ୍ଷ ରୋପଣ କରିବା ଉଚିତ ନୁହେଁ, ବାସ୍ତୁ ଶାସ୍ତ୍ର ଅନୁସାରେ ମନୀପ୍ଲାଣ୍ଟ ଘର ଭିତରେ କୌଣସି ବୋତଲ୍ କିମ୍ବା ଗମଳାରେ ଲଗାଇପାରିବେ ।

Leave a Reply

Your email address will not be published. Required fields are marked *