ଡାଏବେଟିସରେ ପୀଡିତ ରୋଗୀମାନେ ଏହି ଫଳଗୁଡକ ସେବନ କରିବା ଉଚିତ ନୁହେଁ ।

ଡାଏବେଟିସରେ ପୀଡିତ ରୋଗୀମାନେ ଏହି ଫଳଗୁଡକ ସେବନ କରିବା ଉଚିତ ନୁହେଁ ।

ଆଜିକାଲି ଲୋକଙ୍କ ଦୈନନ୍ଦିନ ଜୀବନ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି, ବ୍ୟବସ୍ତା ମଧ୍ୟରେ ଦିନ ଅତିବାହିତ କରି ନିଜର ଯତ୍ନ ରଖିବାକୁ ମଧ୍ୟ ଆଜିକାଲିର ମନୁଷ୍ୟକୁ ଫୁରସତ ମିଳିନଥାଏ । ଏହିପାଇଁ ଅଧିକାଂଶ ଲୋକ ଅଳ୍ପ ବୟସରେ ହିଁ ନାନା ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି । ଆଜି ଏହି ଅନୁଛେଦରେ ଆମେ ମଧୁମେହ (ଡାଏବେଟିସ) ରୋଗ ସମ୍ବନ୍ଧରେ ଆଲୋଚନା କରିବା ! ବିଶେଷ କରି ଡାଏବେଟିସ ରୋଗୀମାନେ କେତେକ ପନିପରିବାରେ ମଧ୍ୟ ଖାଇବା ଉଚିତ ଓ ଆଉ କେତେକ ଖାଇବା ଅନୁଚିତ ହୋଇଥାଏ ସେହି ବିଷୟରେ ଆଲୋଚନା କରିବା ।

ଲକ୍ଷଣ :

ସାଂପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ କେହି ନା କେହି ଡାଏବେଟିସରେ ପୀଡିତ ବ୍ୟକ୍ତି ନିଶ୍ଚୟ ଥିବେ । ଡାଏବେଟିସ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସୁଗାର ଲେଭଲ ବଢିଗଲେ ରୋଗୀଙ୍କୁ ଅଧିକ ଭୋକ ଲାଗିଥାଏ, ବାରମ୍ବାର ପରିସ୍ରା ଲାଗିବା ଏହିପରି କେତେକ ସମସ୍ୟା ଦେଖାଦେଇଥାଏ । ଡାକ୍ତରମାନଙ୍କ କହିବାନୁଯାୟୀ, ଡାଏବେଟିସ ରୋଗୀଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଇନ୍ସୁଲିନ ଉତ୍ପାଦନ ହୋଇପାରିନଥାଏ । ଇନ୍ସୁଲିନ ଉତ୍ପାଦନ ହୋଇନ ପାରିବା ଯୋଗୁଁ ରୋଗୀ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଥାଏ । ସେଥିପାଇଁ ମଧୁମେହ ରୋଗୀ ନିଜ ଖାଦ୍ୟପେୟ ଓ ଜୀବନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ।

ମଧୁମେହ ରୋଗୀମାନେ ଏହିସବୁ ଫଳ ଓ ପନିପରିବା ସେବନ କରିବ ଉଚିତ –

୧. କଦଳୀରେ ବହୁ ମାତ୍ରାରେ କାର୍ବୋହାଇଡ୍ରେଟ୍ସ ରହିଛି । ମଧୁମେହ ରୋଗୀ ଥରକେ ଅଧା କଦଳୀ ସେବନ କରିବ ଉଚିତ ।

୨. ମଧୁମେହ ରୋଗୀ ପ୍ରତିଦିନ ଗୋଟିଏ କିମ୍ବା ଫାଳେ ସେଓ ଖାଇବା ଉଚିତ । ସେଓରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି, ଯାହା କୋଲେଷ୍ଟ୍ରୋଲ ଲେଭଲ କମ କରିଥାଏ ଏବଂ ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ ।

୩. ମଧୁମେହ ରୋଗୀଙ୍କ ପାଇଁ ପିଜୁଳି ଅତ୍ୟନ୍ତ ହିତକର । ପିଜୁଳିରେ ଭିଟାମିନ୍-ଏ, ସି, ଫାଇବର ପ୍ରଚୁର ପରିମାଣରେ ରହିଛି । ପିଜୁଳିରେ ମିଠା ଅଂଶ ମଧ୍ୟ କମ ରହିଥାଏ ।

୪. ଏହାଛଡା ନାସପାତି, ଜାମୁକୋଳି, ପିଚ୍ ମଧ୍ୟ ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଏହିସବୁ ଫଳରେ ଭିଟାମିନ ଓ ଫାଇବର୍ ରହିଛି ଯାହା ବ୍ଲଡ୍ ସୁଗାର କମ୍ କରିବାରେ ସାହାଯ୍ୟ କରିଥାଏ ।

୫. ପନିପରିବା ମଧ୍ୟରେ କଲରା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ହିତକର । ଏହା ବ୍ଲଡ଼ରେ ସୁଗାର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ । କଲରାରେ ଫାଇଟୋକେମିକାଲ ରହିଛି ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ।

୬. ଭେଣ୍ଡିରେ ମାଇରିସିଟିନ୍ ତତ୍ୱ ରହିଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ।

ଏହିସବୁ ଫଳ ଓ ପନିପରିବା ଖାଇବା ଅନୁଚିତ –

୧. ଅଙ୍ଗୁର ଓ ଚେରୀରେ କାର୍ବୋହାଇଡ୍ରେଟ୍ସ ରହିଛି । ସେଥିପାଇଁ ଅଧିକ ମାତ୍ରାରେ ଅଙ୍ଗୁର ଓ ଚେରୀ ଖାଇବା ହାନିକାରକ ହୋଇପାରେ ।

୨. ପାଚିଲା ସପୁରିରେ ମଧ୍ୟ ସୁଗାର ମାତ୍ରା ଅଧିକ ରହିଛି, ତେଣୁ ମଧୁମେହ ରୋଗୀ ପାଚିଲା ସପୁର ନ ଖାଇବା ଭଲ ।

୩. ଗୋଟିଏ ପାଚିଲା ଆମ୍ବରେ ପାଖାପାଖି ୨୫-୩୦ ଗ୍ରାମ କାର୍ବୋହାଇଡ୍ରେଟ୍ସ ରହିଛି । ଏହା ସେବନ କରିବା ଦ୍ଵାରା ବ୍ଲଡରେ ସୁଗାର ଲେଭଲ୍ ବୃଦ୍ଧି କରିଥାଏ । ସେଥିପାଇଁ ମଧୁମେହ ରୋଗୀ ଅଧିକ ଆମ୍ବ ଖାଇବା ଅନୁଚିତ ।

୪. ମଧୁମେହ ରୋଗୀ ଅଧିକ ପରିମାଣର ଡ୍ରାଏ ଫ୍ରୁଟ୍ସ ଖାଇବା ଅନୁଚିତ ।

୫. ଯେଉଁ ପନିପରିବାରେ ଅଧିକ ମାତ୍ରାରେ ଷ୍ଟାର୍ଚ୍ଚ ଏବଂ କାର୍ବୋହାଇଡ୍ରେଟ୍ସ ରହିଛି, ଯେପରିକି ଆଳୁ, କଖାରୁ, ବିଟ୍, ମକା ଆଦି ଅଧିକ ସେବନ କରିବ ଅନୁଚିତ । ଏହାଦ୍ୱାରା ସୁଗାର ସ୍ଥର ବଢିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *