ପତିପତ୍ନୀ ଉଭୟ ମିଶି ଗୁରୁବାର ଦିନ ଏହି କାମ କରିବା ଦ୍ଵାରା ସୁଖ ସମୃଦ୍ଧି ସହ ଧନସମ୍ପତି ମଧ୍ୟ ପ୍ରାପ୍ତ ହୋଇଥାଏ ।

ଏକ ସୁଖି ଦାମ୍ପତ୍ୟ ଜୀବନ ଅତିବାହିତ କରିବା ପାଇଁ ବିବାହିତମାନେ ନିଜ ଜୀବନରେ ଏହି ଉପାୟ ଅବଲମ୍ବନ କରିବା ଉଚିତ୍ ।

ପତିପତ୍ନୀଙ୍କ ବିବାହ ପରେ ଦୁଇଟି ଜିନିଷ ଦରକାର ପଡିଥାଏ ପ୍ରଥମତଃ ସୁଖସମୃଦ୍ଧି ଏବଂ ଦ୍ୱିତୀୟ ଧନସମ୍ପଦ । ଏହି ଦୁଇଟି ଜିନିଷ ସୁଖୀ ଜୀବନ ପାଇଁ ନିହାତି ଜରୁରୀ ଅଟେ । କିନ୍ତୁ ଏହି ଦୁଇଟି ଜିନିଷ ଏକତ୍ର ମିଳିବା ସମ୍ଭବ ନୁହେଁ । କେବଳ ଭାଗ୍ୟବାନ ଧନୀ ବ୍ୟକ୍ତିଙ୍କୁ ହିଁ ସୁଖ ଏବଂ ଧନ ପାଇବାର ସୌଭାଗ୍ୟ ରହିଥାଏ । ସୁଖ ଆପଣଙ୍କୁ ମାନସିକ ରୂପେ ସ୍ୱସ୍ଥ୍ୟ ରଖିଥାଏ । ଅନ୍ୟପଟେ ଧନ ଆପଣଙ୍କ ଘରର ଆବଶ୍ୟକତା ପୂର୍ଣ କରିଥାଏ । ଏହି ଦୁଇଟି ଜିନିଷରୁ କୌଣସି ଗୋଟିଏ ଜିନିଷର ଅଭାବ ହେଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏକ ଉପାୟ କହିବା ପାଇଁ ଯାଉଛୁ; ଯାହାକୁ ଆପଣାଇବା ପରେ ଆପଣଙ୍କୁ ସୁଖ, ଶାନ୍ତି, ସମୃଦ୍ଧି ମିଳିଯିବ ।

ଏହି ଉପାୟଟିକୁ ଆପଣଙ୍କୁ ଗୁରୁବାର ଦିନ କରିବା ପାଇଁ ପଡିବ । କାରଣ ଏହି ଉପାୟଟି ଲକ୍ଷ୍ମୀ ନାରାୟଣ ଅର୍ଥାତ ଵିଷ୍ଣୁଙ୍କ ସହ ଜଡିତ ଅଟେ । ଗୁରୁବାର ଦିନଟି ଲକ୍ଷ୍ମୀ ନାରାୟଣଙ୍କୁ ସମର୍ପିତ ଅଟେ । ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରିବାର କିଛି ବିଶେଷ ମହତ୍ତ୍ୱ ରହିଛି । ବିଷ୍ଣୁ ସୁଖ, ଶାନ୍ତି ଓ ଭାଗ୍ୟର ଦେବତା ଅଟନ୍ତି ଏବଂ ଲକ୍ଷ୍ମୀ ଧନ, ବୈଭବ ଓ ବିଳାସର ଦେବୀ ଅଟନ୍ତି । ଯେତେବେଳେ ଆପଣ ଏହି ଦୁହିଁଙ୍କ ଆରାଧନା କରନ୍ତି; ତେବେ ଆପଣଙ୍କୁ ଧନ ଏବଂ ସୁଖ ଉଭୟ ମିଳିଥାଏ । ଏହି ଉପାୟର ବିଶେଷତ୍ୱ ହେଉଛି; ଏହାକୁ ଆପଣ ସ୍ଵାମୀ ସ୍ତ୍ରୀ ଯୋଡି ମିଳିତ ଭାବରେ କରିଲେ ଫଳ ପ୍ରାପ୍ତି ହୋଇଥାଏ । ଏହାର ଅର୍ଥ ହେଉଛି ଉଭୟ ପତିପତ୍ନୀ ଏହି ଉପାୟଟି ପ୍ରାରମ୍ଭରୁ ଅନ୍ତିମ ପର୍ଯ୍ୟନ୍ତ କରିବା ଉଚିତ୍ । ଆସନ୍ତୁ ଜାଣିବେ ଏହି ଉପାୟର ପୂର୍ଣ୍ଣ ବିଧି ସବୁ କଣ ରହିଛି ।

fashionnewsera

ଗୁରୁବାର ଦିନ ପତିପତ୍ନୀ ସ୍ନାନ ପରେ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ମହିଳାମାନେ ଶାଢ଼ୀ ପିନ୍ଧିବେ ଏବଂ ପୁରୁଷମାନେ ସାମାନ୍ୟ ବସ୍ତ୍ର ପରିଧାନ କରିବା ସହ ଗାମୁଛା କାନ୍ଧରେ ପକାଇବା ନିହତି ଜରୁରୀ । ବର୍ତ୍ତମାନ ପତ୍ନୀ ନିଜର ଶାଢ଼ୀର କାନିରେ ପତିଙ୍କ ଗାମୁଛାକୁ ବାନ୍ଧି ଦିଅନ୍ତୁ ଏବଂ ପୂଜା ପାଇଁ ବସି ଯାଆନ୍ତୁ । ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ପ୍ରତିମା ସାମ୍ନାରେ ଦୁଇଟି ଘିଅ ଦୀପ ଜଳାନ୍ତୁ । ଏହା ସହ ଚାରୋଟି ଧୂପକାଠି ମଧ୍ୟ ଜଳାନ୍ତୁ । ବିଷ୍ଣୁଙ୍କ ସାମ୍ନାରେ ଏକ ଲାଲ ରଙ୍ଗର ସୂତା ରଖନ୍ତୁ ଏବଂ ଲକ୍ଷ୍ମୀଙ୍କ ସାମ୍ନାରେ ରୂପାର ଟଙ୍କା ରଖନ୍ତୁ । ବର୍ତ୍ତମାନ ଦୁହେଁ ମିଳିତ ରୂପେ ଲକ୍ଷ୍ମୀ ନାରାୟଣଙ୍କ ଆରତୀ କରନ୍ତୁ । ଆରତୀ ସମ୍ପୂର୍ଣ୍ଣ ହେବା ପରେ ମୁଣ୍ଡିଆ ମାରି ଭଗବାନଙ୍କ ଆଶିଷ ଗ୍ରହଣ କରନ୍ତୁ ।

Google

ଆପଣ ପୂଜା କରିବା ସମୟରେ ଯେଉଁ ଲାଲ ରଙ୍ଗର ସୂତା ରଖିଛନ୍ତି; ସେହି ସୂତାକୁ ଦୁଇ ଖଣ୍ଡ କରନ୍ତୁ ଏବଂ ପତିପତ୍ନୀ ଉଭୟ ନିଜ ହାତରେ ବାନ୍ଧି ଦିଅନ୍ତୁ । ଏହି ଉପାୟ କରିବା ପରେ ଆପଣଙ୍କ ଘରେ ସୁଖଶାନ୍ତି ଭରି ହୋଇଯିବ । ଲକ୍ଷ୍ମୀଙ୍କ ସାମ୍ନାରେ ଯେଉଁ ରୁପା ଟଙ୍କା ରଖିଥିଲେ, ତାହାକୁ ଘରର ସିନ୍ଧୁକରେ ରଖନ୍ତୁ । ଘରେ ଧନ ସମ୍ପତିର ଅଭାବ ରହିବ ନାହିଁ । ଏକ କଥାକୁ ବିଶେଷ ଧ୍ୟାନ ରଖିବେ; ଗୁରୁବାର ଦିନ କଦାପି ଆମିଷ ଭୋଜନ କରିବେ ନାହିଁ । ଏହି ଦିନ ଉପବାସ ରହିପାରିବେ କିମ୍ବା ଏକ ଓଲି ଖାଦ୍ୟ ଖାଇ ରହିବେ । ରୀତିନୀତିରେ ଏହି ଉପାୟ ପାଳନ କଲେ ନିଜ ଜୀବନରେ କିଛି ଫରକ୍ ଜାଣି ପାରିବେ ।

Be the first to comment

Leave a Reply

Your email address will not be published.


*