ବେଡ଼ରୁମରେ ମହେଶ ଭଟ୍ଟଙ୍କର ଅପେକ୍ଷା କରିଥିଲେ ପରବିନ୍ ବୋବି । ସେହି ରାତି ବିଷୟରେ ବର୍ତ୍ତମାନ ହେଲା ବହୁତ ବଡ଼ ଖୁଲାସା !

ବେଡ଼ରୁମରେ ମହେଶ ଭଟ୍ଟଙ୍କର ଅପେକ୍ଷା କରିଥିଲେ ପରବିନ୍ ବୋବି । ସେହି ରାତି ବିଷୟରେ ବର୍ତ୍ତମାନ ହେଲା ବହୁତ ବଡ଼ ଖୁଲାସା !

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ବର୍ତ୍ତମାନ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ବିବାଦର ଶିକାର ହୋଇଛନ୍ତି । ମହେଶ ଭଟ୍ଟଙ୍କ ଉପରେ ବହୁତ ପ୍ରକାର ଅଭିଯୋଗ ଲାଗୁଛି । ମହେଶ ଭଟ୍ଟଙ୍କୁ ବଲିଉଡରେ ନେପୋଟିଜିମଙ୍କର ହତା-କର୍ତ୍ତା ଦଇବ ବିଧାତା ବୋଲି କୁହାଯାଉଛି । ବର୍ତ୍ତମାନ କିନ୍ତୁ ପୂର୍ବତନ ଅଭିନେତ୍ରୀ ପରବିନ୍ ବୋବି ଓ ମହେଶଙ୍କର ସମ୍ପର୍କକୁ ନେଇ ବିବାଦ ସୃଷ୍ଟି ହୋଇଛି । ସେହି ସମୟର ଏକ ରିପୋର୍ଟ ଅନୁସାରେ ଜଣାପଡୁଛି ଅଭିନେତ୍ରୀ ପରବିନ୍ ବୋବି ମାନସିକ ରୋଗରେ ପୀଡିତ ଥିଲେ ଏବଂ ସେଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ମହେଶ ତାଙ୍କ ଅନ୍ତିମ ସଂସ୍କାର କରିବେ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ସୁଶାନ୍ତଙ୍କ ମୃତ୍ୟୁପରେ କରିସ୍ମା ଉପାଧୟାଙ୍କ ଏକ ଆଗାମୀ ବାୟୋଗ୍ରାଫିରେ ମହେଶ ଭଟ୍ଟ ଓ ପରବିନ୍ ବୋବିଙ୍କର ସମ୍ପର୍କକୁ ମନେ ପକାଯାଉଛି ।

google

କରିସ୍ମା ଉପାଧୟା ନିଜର ଏକ ବୟୋଗ୍ରାଫିରେ ମହେଶ ଓ ପରବିନଙ୍କ ସମ୍ପର୍କରେ କିଛି ପ୍ରଶ୍ନ କରିଥିଲେ ଯେପରିକି ଏହି ସମ୍ପର୍କ କିପରି ଆରମ୍ଭ ହେଲା ଓ କିପରି ଶେଷ ହେଲା । ଏହି ବିଷୟରେ ଖୁଲାସା ହୋଇଛି । ଏକ ମିଡ଼ିଆ ରିପୋର୍ଟ ଅନୁସାରେ, ମେହେଶ୍ କହିଛନ୍ତି ପରବିନ୍ ବୋବି ତାଙ୍କ ସାଙ୍ଗ କବିର ବେଦୀଙ୍କ ଗାର୍ଲଫ୍ରେଣ୍ଡ ଥିଲେ ଓ ପରବିନ୍ ତାଙ୍କର ମଧ୍ୟ ଏକ ଭଲ ସାଙ୍ଗ ଥିଲେ । କୁହାଯାଉଛି କି ଅଭିନେତ୍ରୀ ଜଣକ ଅଭିନୟ କ୍ୟାରିଅର ଆରମ୍ଭ କରିବାକୁ ଚାହୁଁଥିଲେ ଓ ମହେଶଙ୍କ ସହିତ ସାକ୍ଷାତ କରିଥିଲେ । ଏହା ପରଠାରୁ ସେମାନଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା । ପରବିନଙ୍କ ଜୀବନ ଉପରେ ଏକ ଆଧାରିତ ଫିଲ୍ମ ଉପରେ ମହେଶ କହିଛନ୍ତି ସେଦିନ ପ୍ରଥମ ସନ୍ଧ୍ୟାରେ ଉଭୟ ଭେଟ ହୋଇ କିଛି କଥାବାର୍ତ୍ତା ହୋଇଥିଲେ ଯାହାକି ବ୍ୟକ୍ତିଗତ ଥିଲା ।

google

ମହେଶ ଭଟ୍ଟ ସେହି ସ୍ଥାନରୁ ନୈତିକତାର ସହିତ ଫେରି ଆସିଥିଲେ କାରଣ ସେ ଜାଣିଥିଲେ ପରବିନ୍ ତାଙ୍କୁ ପ୍ରସ୍ଥାନ ଦେବାପାଇଁ କବାଟ ପାଖକୁ ଆସିବେ ନାହିଁ । ମହେଶଙ୍କ ଠାରୁ ସୂଚନା ମିଳିବା ପରେ ବହିରେ କୁହାଗଲାକି, ମୁଁ ଯେତେବେଳେ ଘର ଭିତରେ ପହଞ୍ଚିଲି ସେହି ସମୟରେ ସେ (ପରବିନ୍) ବେଡ୍ ଉପରେ ଶୟନ କରି ମୋର ଅପେକ୍ଷା କରିଥିଲେ । ମହେଶଙ୍କର ଆଉ ଏକ ବୟାନକୁ ବହିରେ ଉଲ୍ଲେଖିତ କରାଯାଇଛି କି, ଯେତେବେଳେ ମହେଶ ତାଙ୍କ ଘରେ ପହଞ୍ଚିଥିଲେ ସେହି ସମୟରେ ସେ ଦେଖିଲେ ପରବିନ ଏକ କୋଣରେ ନିଜର ଅଭିନୟ ପୋଷାକ ପିନ୍ଧି ପଡିଛନ୍ତି । ଏଥିରେ ଜଣାପଡୁଥିଲା ତାଙ୍କ ସହିତ କିଛି ଖରାପ ଘଟିଯାଇଛି ।

Leave a Reply

Your email address will not be published. Required fields are marked *