୪୮ ବର୍ଷ ବୟସରେ ମଧ୍ୟ କୁଆଁରୀ ଅଟନ୍ତି ଟିଭିର ପାର୍ବତୀ ! ଏହି ୭ ଜଣ ଅଭିନେତ୍ରୀ ୪୫ ବର୍ଷରୁ ଉର୍ଦ୍ଧ ବୟସରେ ମଧ୍ୟ ଏପର୍ଯ୍ୟନ୍ତ କରି ନାହାଁନ୍ତି ବିବାହ…

୪୮ ବର୍ଷ ବୟସରେ ମଧ୍ୟ କୁଆଁରୀ ଅଟନ୍ତି ଟିଭିର ପାର୍ବତୀ ! ଏହି ୭ ଜଣ ଅଭିନେତ୍ରୀ ୪୫ ବର୍ଷରୁ ଉର୍ଦ୍ଧ ବୟସରେ ମଧ୍ୟ ଏପର୍ଯ୍ୟନ୍ତ କରି ନାହାଁନ୍ତି ବିବାହ…

ପ୍ରସିଦ୍ଧ ଧାରାବାହିକ ‘କହାନୀ ଘର ଘର କି’ରେ ପାର୍ବତୀଙ୍କ ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ସାକ୍ଷୀ ତନବର୍ ୪୮ ବର୍ଷର ହୋଇଗଲେଣି । ୧୨ ଜାନୁଆରୀ, ୧୯୭୩ କୁ ରାଜସ୍ଥାନର ଅଲବରରେ ଜନ୍ମ ଗ୍ରହଣ କରିଥିବା ସାକ୍ଷୀ କିଛି ବର୍ଷ ପୂର୍ବରୁ ଟିଭି ଧାରାବାହିକ ‘ବଡେ ଅଛେ ଲଗତେ ହେ’ରେ ମଧ୍ୟ ନଜର ଆସିଛନ୍ତି । ଏହି ଧାରାବାହିକରେ ରାମ କପୂରଙ୍କ ସହିତ ତାଙ୍କ ଯୋଡ଼ି ଦର୍ଶକମାନେ ଖୁବ୍ ପସନ୍ଦ କରୁଥିଲେ । ଟିଭି ବ୍ୟତୀତ ସାକ୍ଷୀ ବଲିଉଡ଼ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ସେ ସନୀ ଦେଓଲଙ୍କ ସହ ଚଳଚ୍ଚିତ୍ର ‘ମୋହଲ୍ଲା ଅସ୍ସି’ରେ ତାଙ୍କ ସ୍ତ୍ରୀଙ୍କ ଚରିତ୍ରରେ ନଜର ଆସିଛନ୍ତି ।

ଜଣାଇଦେଉଛୁ ଯେ ୪୮ ବର୍ଷ ପାର କରି ସାରିଥିବା ସାକ୍ଷୀ ତନବର୍ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି । ଯଦିଓ, ୨୦୧୫ରେ ଏପରି ଖବର ଆସିଥିଲା ଯେ ସେ ଏକ ବ୍ୟବସାୟୀଙ୍କ ସହ ଗୋପନୀୟ ଭାବେ ବିବାହ କରି ନେଇଛନ୍ତି । ପରେ ସାକ୍ଷୀ କହିଥିଲେ-ଏହି ଖବରରେ ଆଦୋୖ ସତ୍ୟତା ନାହିଁ । ମୋତେ ବର୍ତ୍ତମାନ ସୁଦ୍ଧା ଏପରି କେହି ମିଳି ନାହାଁନ୍ତି, ଯାହା ସହିତ ମୁଁ ବାହା ହୋଇ ପାରିବି ।

ଯଦିଓ ସାକ୍ଷୀ ତନବର୍ ବିବାହ ନକରି ମଧ୍ୟ ଏକ କନ୍ୟା ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେମିତିରେ ଦେଖିବାକୁ ଗଲେ ସାକ୍ଷୀ ଏପରି ଏକୁଟିଆ ଅଭିନେତ୍ରୀ ନୁହଁନ୍ତି, ଯିଏକି ୪୫ ବର୍ଷରୁ ଉର୍ଦ୍ଧ ବୟସରେ ମଧ୍ୟ ଅବିବାହିତା ଅଛନ୍ତି । ତାଙ୍କ ଭଳି ଆଉ କିଛି ଅଭିନେତ୍ରୀ ମଧ୍ୟ ଅଛନ୍ତି ଆସନ୍ତୁ ତାଙ୍କ ବିଷୟରେ ଜାଣିବା ।

ଅମିଷା ପଟେଲ୍ :

ଅମିଷା ପଟେଲ୍ ୨୦୦୦ରେ ଆସିଥିବା ଚଳଚ୍ଚିତ୍ର ‘କହୋ ନା ପ୍ୟାର୍ ହେ’ରୁ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ । ଏହାପରେ ‘ଗଦର୍: ଏକ ପ୍ରେମ କଥା’ ଓ ‘ରେସ୍-୨’ ଭଳି କିଛି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ସହ ତାଙ୍କ ଅଫେୟାରର ଖବର ମିଡ଼ିଆରେ ଖୁବ୍ ଭାଇରଲ୍ ହେଉଛି । ୪୩ ବର୍ଷୀୟ ଅମିଷାଙ୍କ ବିଷୟରେ ୨୦୧୩ରେ ଖବର ଆସିଥିଲା ଯେ ସେ ବିଜନେସ୍ ପାର୍ଟନର୍ କୁନାଲ୍ ଗୁମରଙ୍କୁ ଡେଟ୍ କରୁଛନ୍ତି ।

ତବୁ :

ଇଣ୍ଡଷ୍ଟ୍ରିର ଏପରି ଏକ ଅଭିନେତ୍ରୀ ଅଟନ୍ତି ତବସୁମ୍ ହାଶମୀ ଅର୍ଥାତ ତବୁ । କେବେ ନାଗାର୍ଜୁନଙ୍କ ସହ ନିଜ ଅଫେୟାରକୁ ନେଇ ଚର୍ଚ୍ଚାରେ ଥିବା ତବୁ ୪୮ ବର୍ଷର ହୋଇ ସାରିଛନ୍ତି, କିନ୍ତୁ ତାଙ୍କ ବିବାହର ଖବର ଏବେ ମଧ୍ୟ ଶୁଣିବାକୁ ମିଳୁନାହିଁ । କିଛି ଦିନ ଆଗରୁ ଏକ ଇଣ୍ଟରଭିୟୁରେ ସେ କହିଥିଲେ ଯେ ଯେତେବେଳେ ମୋତେ ମୋର ‘ମିଷ୍ଟର୍ ପରକେଫ୍ଟ’ ମିଲିଯିବେ ସେତେବେଳେ ମୁଁ ବିବାହ କରିନେବି, କିନ୍ତୁ କେବଳ ସମାଜର ପରମ୍ପରା ପାଳନ କରିବା ପାଇଁ ମୁଁ ଏପରି କରିପାରିବି ନାହିଁ ।

ତନିଷା ମୁଖାର୍ଜୀ :

କାଜଲଙ୍କ ଛୋଟ ଭଉଣୀ ତନିଷା ମୁଖାର୍ଜୀ ୪୩ ବର୍ଷର ହୋଇଗଲେଣି । ତନିଷା ୨୦୦୩ରେ ଆସିଥିବା ଚଳଚ୍ଚିତ୍ର ‘ଶଶଶ୍’ ରୁ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ଏହାପରେ ସେମାନେ ନୀଳ ନିକ୍କୀ, ସରକାର, ଟେଙ୍ଗୋ ଚାରଲି ଓ ସରକାର ରାଜ ଭଳି ଚଳଚ୍ଚିତ୍ରରେ ଅଭିନୟ କଲେ । ତନିଷାଙ୍କ ନାମ ‘ବିଗ୍-ବସ୍’ ପ୍ରତିଯୋଗୀ ଅରମାନ୍ କୋହଲିଳ ସହ ଜଡ଼ିତ ହୋଇଥିଲା । ଯଦିଓ ତନିଷା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ।

ଶମିତା ଶେଟ୍ଟୀ :

ଶିଳ୍ପା ଶେଟ୍ଟୀଙ୍କ ସାନ ଭଉଣୀ ଶମିତା ଶେଟ୍ଟୀ ଚଳଚ୍ଚିତ୍ର ‘ମୋହବତେ’ରୁ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ୨ ଫେବୃୟାରୀ, ୧୯୭୯ କୁ ଜନ୍ମଗ୍ରହଣ କରିଥିବା ଶମିତା ୪୨ ବର୍ଷର ହୋଇଗଲେଣି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହର ଅପେକ୍ଷା ରହିଛନ୍ତି । ଶମିତା ଜହର୍, କେଶ୍ ଓ ବେବଫା ଭଳି କିଛି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ନଗମା :

୯୦ ଦଶକରେ ଚଳଚ୍ଚିତ୍ର ‘ବାଗୀ: ଅ ରିବେଲ୍ ଫର୍ ଲବ୍’ରୁ ବଲିଉଡ଼ରେ ଏଣ୍ଟ୍ରି କରିଥିବା ନନ୍ଦିତା ମୋରାରଜୀ ଅର୍ଥାତ ନଗମା ୪୭ ବର୍ଷର ହୋଇଗଲେଣି । ବଲିଉଡ଼ ସଂଗେ ସଂଗେ ତାମିଲ୍, ତେଲୁଗୁ ଓ ଭୋଜପୁରୀ ସିନେମାରେ ନିଜ ପରିଚୟ ସୃଷ୍ଟି କରିଥିବା ନଗମା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି । ପୂର୍ବତନ କ୍ରିକେଟର୍ ସୌରବ୍ ଗାଙ୍ଗୁଲି ସହିତ ତାଙ୍କ ପ୍ରେମ କାହାଣୀ ମିଡିଆରେ ଏକ ସମୟରେ ଖୁବ୍ ଛାଇ ରହିଥିଲା । ଏହାବ୍ୟତୀତ, କଥିତ ଭାବେ ଭୋଜପୁରୀ ଅଭିନେତା ରବି କିଶନଙ୍କ ସହିତ ମଧ୍ୟ ତାଙ୍କ ନାମ ଜଡ଼ିତ ହୋଇଛି ।

ସୁଶ୍ମିତା ସେନ୍ :

ସୁଶ୍ମିତା ସେନ୍ ଭାରତ ପାଇଁ ମିସ୍ ୟୁନିଭର୍ସ ପଦ ଲାଭ କରିଥିବା ପ୍ରଥମ ମଡେଲ୍ ଅଟନ୍ତି । ତାଙ୍କ ନାମ ପାକିସ୍ତାନୀ କ୍ରିକେଟର୍ ୱାସିମ୍ ଅକରମରୁ ଆରମ୍ଭ କରି ବ୍ୟବସାୟୀ ଅନିଲ୍ ଅମ୍ବାନୀ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଜଡ଼ିତ ହୋଇଛି । ସୁଶ୍ମିତା ୪୬ ବର୍ଷର ହୋଇଗଲେଣି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି । ଯଦିଓ ସେ ଦୁଇଟି ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ବର୍ତ୍ତମାନ ସୁଶ୍ମିତା ସେନ୍ ମଡେଲ୍ ରୋହମନ୍ ଶଲଙ୍କୁ ଡେଟ୍ କରୁଛନ୍ତି ।

ଅନୁ ଅଗ୍ରୱାଲ୍ :

ଚଳଚ୍ଚିତ୍ର ଆଶିକିରୁ ରାତାରାତି ପ୍ରସିଦ୍ଧ ହୋଇଥିବା ଅନୁ ଅଗ୍ରୱାଲ୍ ୧୯୯୯ରେ ଏକ ଗାଡ଼ି ଦୁର୍ଘଟଣା ହୋଇଯାଇଥିଲା । ଏହି ଦୁର୍ଘଟଣା ନା କେବଳ ତାଙ୍କ ସ୍ମରଣ ଶକ୍ତିକୁ ପ୍ରଭାବିତ କଲା, ବରଂ ସେ ଚାଲିବା ବୁଲିବାରେ ମଧ୍ୟ ଅକ୍ଷମ ହୋଇଗଲେ । ଅନୁଙ୍କୁ ୨୯ ଦିନ କୋମା ପରେ ଚେତା ଫେରିଲା, ସେ ନିଜ ସହିତ ନିଜ ଭାଷାକୁ ମଧ୍ୟ ଭୁଲି ଯାଇଥିଲେ । ଶରୀରର ନିମ୍ନ ଅଂଶ ଅକାମୀ ହୋଇଯାଇଥିଲା । ଯଦିଓ, ଦୀର୍ଘ ଉପଚାର ପରେ ସେ ଏଥିରୁ ବାହାରି ପାରିଲେ । ଅନୁ ବିହାରର ମୁଙ୍ଗେରରେ ଶିଶୁମାନଙ୍କୁ ଯୋଗ ଶିଖାଉଥିଲେ । ୫୨ ବର୍ଷର ଅନୁ ବିବାହ କରି ନାହାଁନ୍ତି ।

Leave a Reply

Your email address will not be published. Required fields are marked *