ଏକ ସମୟରେ ନେହା କକ୍କଡ଼ଙ୍କୁ ଏହି ଜଗତକୁ ଆଣିବା ପାଇଁ ଚାହୁଁନଥିଲେ ତାଙ୍କ ମାତାପିତା ! ମାଁ କରାଇବା ପାଇଁ ଚାହୁଁଥିଲେ ଗର୍ଭପାତ…

ଏକ ସମୟରେ ନେହା କକ୍କଡ଼ଙ୍କୁ ଏହି ଜଗତକୁ ଆଣିବା ପାଇଁ ଚାହୁଁନଥିଲେ ତାଙ୍କ ମାତାପିତା ! ମାଁ କରାଇବା ପାଇଁ ଚାହୁଁଥିଲେ ଗର୍ଭପାତ…

ବଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟିକା ନେହା କକ୍କଡ଼ଙ୍କୁ କିଏ ବା ନଜାଣେ । ତାଙ୍କୁ ପରିଚୟର ଆବଶ୍ୟକତା ନାହିଁ । ନେହା କକ୍କଡ଼ ଏପରି ଏକ ଭାରତୀୟ ଗାୟିକା ଅଟନ୍ତି, ଯିଏ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି ଏବଂ ତାଙ୍କ ସ୍ୱର ମଧ୍ୟ ମଧୁର ଅଟେ । ବଲିଉଡ଼ ଇଣ୍ଡଷ୍ଟ୍ରିରେ ନେହା କକ୍କଡ଼ ସେଲ୍ଫି କୁଇନ୍ ନାମରେ ପରିଚିତ । ଏବେକାର ସମୟରେ ସେ ସାରା ଦେଶର ସବୁଠାରୁ ପ୍ରିୟ ଗାୟିକା ଅଟନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ଉତ୍ତରାଖଣ୍ଡର ଋଷିକେଶରେ ନେହା କକ୍କଡ଼ ଜନ୍ମ ହୋଇଥିଲା ଏବଂ ସେ ନିଜର ୩୩ତମ ଜନ୍ମଦିନ ପାଳନ କରିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ଜୀବନ ସହ ଜଡ଼ିତ କିଛି ମହତ୍ୱପୂର୍ଣ୍ଣ କଥା ବିଷୟରେ ସୂଚନା ଦେବାକୁ ଯାଉଛୁ ।

ନେହା କକ୍କଡ଼ଙ୍କୁ ଆଜିକାର ସମୟରେ ସମସ୍ତେ ଜାଣନ୍ତି । ସେ ହିଟ୍ ଗୀତ ଗୁଡ଼ିକ ଦେଇଛନ୍ତି ଏବଂ ସାରା ଜଗତର ଲୋକଙ୍କୁ ନେହା କକ୍କଡ଼ଙ୍କ ଗୀତ ଗୁଡ଼ିକ ଖୁବ୍ ପସନ୍ଦ ଆସେ । ନେହା କକ୍କଡ୍ ନିଜ ଗୀତରୁ ସମସ୍ତଙ୍କୁ ଦିୱାନା କରି ନେଇଛନ୍ତି । ନେହା କକ୍କଡ଼ କେବଳ ନିଜ ଗୀତରୁ ନୁହେଁ ବରଂ ନିଜ ହସରୁ ମଧ୍ୟ ସମସ୍ତ ଲୋକଙ୍କ ହୃଦୟ ଜିଣି ନେଇଥିଲେ । ନେହା କକ୍କଡ଼ଙ୍କ ଗୀତ ମୁକ୍ତିଲାଭ କରିବା ପରେ ଇଣ୍ଟରନେଟରେ ଧମାଲ୍ ସୃଷ୍ଟି କରିଦିଏ । ବର୍ତ୍ତମାନ ନେହା କକ୍କଡ଼ ରିଏଲିଟି ଶୋ “ଇଣ୍ଡିଆନ୍ ଆଇଡ଼ଲ୍ ୧୨”ରେ ଜର୍ଜ ଭାବେ ନଜର ଆସୁଛନ୍ତି ।

ଆପଣଙ୍କୁ ସୁଚାଇଦେଉଛୁ ଯେ ନେହା କକ୍କଡ଼ ୨୦୦୬ ଟିଭି ରିଏଲଟି ଶୋ ‘ଇଣ୍ଡିଆନ୍ ଆଇଡ଼ଲ୍-୨’ରେ ଭାଗ ନେଇଥିଲେ । ୨୦୦୮ରେ ନେହା କକ୍କଡ଼ ମିଟ୍ ବ୍ରଦର୍ଶ ଦ୍ୱାରା କମ୍ପୋଜ୍ ଏଲବମ୍ ନେହା ଦ ରକଷ୍ଟାରରୁ ନିଜ ଗୀତର ଶୁଭାରମ୍ଭ କରିଥିଲେ । ସର୍ବଦା ନେହା କକ୍କଡ଼ଙ୍କ ନୃତ୍ୟ ଓ ମଡ଼ଲିଂ ଆଡ଼କୁ ରୁଚି ଥିଲା । ସେ ବଲିଉଡ଼ରେ ବହୁତ ହିଟ୍ ଗୀତ ଗୁଡ଼ିକ ଗାଇଛନ୍ତି । ଏତିକିନୁହେଁ କିଛି ଲାଇଭ୍ ଶୋ’ରେ ମଧ୍ୟ ସେ କାମ କରିଛନ୍ତି । ଏହାବ୍ୟତୀତ ସେ ଜଗରାତାରେ ମଧ୍ୟ ଗୀତ ଗାଇଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ନେହା ଓ ତାଙ୍କ ଭଉଣୀ ପ୍ରଥମ ଜାଗରଣରେ ଭଜନ ଗାଉଥିଲେ କିନ୍ତୁ ଯେତେବେଳେ ନେହା କକ୍କଡ଼ ଇଣ୍ଡିଆନ୍ ଆଇଡ଼ଲର ଦ୍ୱିତୀୟ ସିଜନରେ ପ୍ରତିଯୋଗୀ ରୂପେ ଭାଗ ନେଲେ ଏହାପରେ ତାଙ୍କ ଭାଗ୍ୟ ବଦଳିଗଲା ।

ଆଜିକାର ସମୟରେ ପ୍ରସିଦ୍ଧ ଗାୟିକା ନେହା କକ୍କଡ଼ଙ୍କୁ ବଲିଉଡ଼ ଇଣ୍ଡଷ୍ଟ୍ରିର ହିଟ୍ ମେସିନ୍ କୁହାଯାଏ କିନ୍ତୁ ବୋଧହୁଏ କେହି ଜାଣିଥିବେ ଯେ ଏପରି ଏକ ସମୟ ମଧ୍ୟ ଥିଲା ଯେତେବେଳେ ନେହା କକ୍କଡ଼ଙ୍କ ମାତାପିତା ତାଙ୍କୁ ଏହି ଦୁନିଆକୁ ଆଣିବା ପାଇଁ ଚାହୁଁନଥିଲେ । ନେହା କକ୍କଡ଼ଙ୍କ ମାଁ ଗର୍ଭପାତ କରିବା ପାଇଁ ଚାହୁଁଥିଲେ । ଏହାର ଖୁଲାସା ନିଜେ ନେହା କକ୍କଡ଼ଙ୍କ ଭାଇ ଟୋନୀ କକ୍କଡ଼ କରିଥିଲେ । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ କାହାଣୀ କଣ ଅଟେ…

ନେହା କକ୍କଡ଼ଙ୍କ ଭାଇ ଟୋନୀ କକ୍କଡ଼ କିଛି ସମୟ ପୂର୍ବରୁ ଏହି କଥାର ଖୁଲାସା କରିଥିଲେ ଯେ ତାଙ୍କ ପରିବାରର ସ୍ଥିତି ଠିକ୍ ନଥିଲା । ଏମିତିରେ ତାଙ୍କ ମାତାପିତା ଚାହୁଁନଥିଲେ ଯେ ତାଙ୍କର ତୃତୀୟ ସନ୍ତାନ ଜନ୍ମ ହେଉ । ୮ ସପ୍ତାହ ବିତିଯିବା ପରେ ତାଙ୍କ ମାଁ ଗର୍ଭପାତ କରିପାରିନଥିଲେ । ନେହା କକ୍କଡ଼ ଓ ତାଙ୍କ ଭଉଣୀ ସୋନୁ କକ୍କଡ଼ ଛୋଟବେଳେ ଜାଗରଣ ଗୁଡ଼ିକରେ ଭଜନ ଗାଉଥିଲେ । ଦୁଇଟି ଭଉଣୀ ଅଧିକ ସମୟ ପର୍ଯ୍ୟନ୍ତ ଭଜନ ଗାଇ ଟଙ୍କା ଅର୍ଜନ କରୁଥିଲେ ।

ଆପଣଙ୍କୁ ଜଣାଇଦେଉଛୁ ଯେ ସୋନୁଙ୍କ ମେଣ୍ଟର୍ ଥିଲେ ଏବଂ ସେ ତାଙ୍କ ଦେଖାଶୁଣାରେ ଗୀତ ଶିଖୁଥିଲେ । ଯେତେବେଳେ ନେହା କକ୍କଡ଼ ସିଙ୍ଗିଙ୍ଗ ରିଏଲିଟି ଶୋ ‘ଇଣ୍ଡିଆନ୍ ଆଇଡ଼ଲ୍’ରେ ଭାଗ ନେଇଥିଲେ ତାପରେ ତାଙ୍କ ଭାଗ୍ୟ ଖୋଲିଗଲା । ସେମିତିରେ ନେହା କକ୍କଡ଼ ଶୋ ଜିତିପାରିନଥିଲେ କିନ୍ତୁ ତାଙ୍କ ସିଙ୍ଗିଙ୍ଗର ଶୁଭାରମ୍ଭ ଏଠାରୁ ହୋଇଗଲା । ୨୦୦୮ରେ ନେହା ଏଲବମ୍ ନେହା ଦ ରକଷ୍ଟାର୍ ଲଞ୍ଚ କରିଥିଲେ ।

ନେହା ଲଗାତାର୍ ପରିଶ୍ରମ କରନ୍ତି ଏବଂ କଠିନ ପରିସ୍ଥିତି ସହ ଲଢ଼ି ଆଗକୁ ବଢନ୍ତି । ସେ ଆଜି ନିଜ ପରିଶ୍ରମ ବଳରେ ସଫଳତା ଅର୍ଜନ କରିଛନ୍ତି । ନେହାଙ୍କ ଯେକୌଣସି ଗୀତ ମୁକ୍ତିଲାଭ ହେଲେ ତାହା ଟପ୍ ଟ୍ରେଣ୍ଡିଙ୍ଗରେ ସାମିଲ୍ ହୋଇଯାଏ । ଆପଣଙ୍କୁ ସୁଚାଇଦେଉଛୁ ଯେ ଅନ୍ୟ ‘ଫିମେଲ୍ ସିଙ୍ଗର୍’ରୁ ଅଧିକ ସୋସିଆଲ୍ ମିଡିଆରେ ନେହା କକ୍କଡ଼ଙ୍କ ଫ୍ୟାନ ଫୋଲୋଇଂ ଅଛନ୍ତି । ଜାନା “ସେକେଣ୍ଡ ହ୍ୟାଣ୍ଡ ଯବାନୀ” ନେହା କକ୍କଡ଼ଙ୍କ ପ୍ରଥମ ହିଟ୍ ଗୀତ ଥିଲା । ଏହାବ୍ୟତୀତ ଚଳଚ୍ଚିତ୍ର ୟାରିୟାର୍ ଗୀତ “ସନୀ-ସନୀ”ରୁ ମଧ୍ୟ ନେହା କକ୍କଡ଼ଙ୍କୁ ଲୋକପ୍ରିୟତା ମିଳିଛି ।

ଆପଣଙ୍କୁ ସୁଚାଇଦେଉଛୁ ଯେ ୨୪ ଅକ୍ଟୋବର୍ ୨୦୨୦କୁ ନେହା କକ୍କଡ଼ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ । ଏ ଦୁହିଁଙ୍କ ମଧ୍ୟରେ ବୟସର ଅନ୍ତର ରହିଛି କିନ୍ତୁ ସେ ଦୁହେଁ ପରସ୍ପରକୁ ଖୁବ୍ ଭଲ ପାଆନ୍ତି ।

ସୋସିଆଲ୍ ମିଡିଆରେ ଏମାନେ ନିଜର ସୁନ୍ଦର ସୁନ୍ଦର ଫୋଟ ଓ ଭିଡ଼ିଓ ସେୟାର୍ କରୁଥାନ୍ତି । ଫ୍ୟାନ୍ସମାନେ ମଧ୍ୟ ଫୋଟ ଓ ଭିଡ଼ିଓ ଗୁଡ଼ିକୁ ଖୁବ୍ ପସନ୍ଦ କରନ୍ତି । ଆଜିକାର ସମୟରେ ନେହା କକ୍କଡ଼ଙ୍କ ନାମ ସବା ଉପରେ ରହିଛି । ନିକଟରେ ତାଙ୍କ ଗୀତ “ଖଡ୍ ତେନୁ ମେ ଦସ୍ସା” ଖୁବ୍ ଧମାଲ୍ ସୃଷ୍ଟି କରିଥିଲା ।

Leave a Reply

Your email address will not be published. Required fields are marked *