ଅଷ୍ଟମ ଶ୍ରେଣୀ ଫେଲ ପିଲାକୁ ବାପା ପଚାରିଲେ, ବର୍ତ୍ତମାନ ତୁ କଣ କରିବୁ ? ପୁଅ ଠିଆ କରିଦେଲା ୨ ହଜାର କୋଟି ଟଙ୍କାର କମ୍ପାନୀ !

କଣ ଆପଣ ବିଶ୍ୱାସ କରିବେ କି ସେହି ପିଲା ଯାହାକୁ ତାହାର ସ୍କୁଲ ପ୍ରିନ୍ସିପାଲ ତାଙ୍କ ବାପାଙ୍କ ସାମ୍ନାରେ ତାକୁ ଅପମାନିତ କରି କହିଥିଲେ ଯେ ଆପଣଙ୍କ ପୁଅ କେଉଁ କାମକୁ ନୁହଁ । ତାଙ୍କର ପାଠ ପଢ଼ାରେ ଆଦୋୖ ମନ ନାହିଁ । ପାଠପଢ଼ାରେ ବହୁତ ଦୁର୍ବଳ ଅଛି । ଏହି କଥା ତାଙ୍କ ପ୍ରିନ୍ସିପାଲ ତାଙ୍କ ବାପାଙ୍କ ଆଗରେ ଜୋର ଦେଇ କହିଥିଲେ । ସେ ଆଗାମୀ ସମୟରେ ୮ ହଜାର କୋଟି ଟଙ୍କାର କମ୍ପାନୀ ଠିଆ କରି ଦେଇଛି । କଣ ଆପଣ ବିଶ୍ଵାସ କରିପାରିବେ ଯେ ସେହି ପିଲା ଯିଏ ଅଷ୍ଟମ ଶ୍ରେଣୀରେ ହିଁ ପାଠ ପଢ଼ା ଛାଡ଼ି ଦେଇଥିଲେ । ଜଣେ ମଣିଷ ଭାବରେ ଆପଣ ଭାବୁଥିବେ ଯେ ଏକ ଅଷ୍ଟମ ଫେଲ୍ ହୋଇଥିବା ପିଲା ନିଜ ଜୀବନରେ କଣ ବା କରି ପାରିବ । ତାହାର ବୟସ ସାଙ୍ଗକୁ ଜ୍ଞାନ ମଧ୍ୟ ନିଶ୍ଚିତ କମ୍ ଥିବ ।

google

ସବୁକିଛିକୁ ଦୃଷ୍ଟି ଦେଲେ ତାହା ପାଖରେ ଯାହା କିଛି ମଧ୍ୟ ଥିବ ବହୁତ କମ୍ ଥିବ, କିନ୍ତୁ ସେହି ଅଷ୍ଟମ ପାସ୍ ପିଲା ଆଗାମୀ ସମୟରେ ୨ ହଜାର କୋଟି ଟଙ୍କାର କୋମ୍ପାନୀ ଠିଆ କରିଛି । ଯେଉଁ ପିଲାର ବାପାଙ୍କୁ ସବୁବେଳେ ଏହି ଚିନ୍ତା ରହିଥିଲା ଯେ ବାସ୍ତବରେ ଭବିଷ୍ୟତରେ ମୋ ପୁଅ କରିବ କଣ । ତାହାର କ୍ୟାରିଅର କିପରି ହେବ । ସେହି ପିଲା ମାତ୍ର ଅଷ୍ଟମ ଶ୍ରେଣୀ ପାସ୍ କରି ନିଜ ପିତାକୁ ସେହି ସବୁ ଖୁସି ଏବଂ ସୁଖ ଦେଇଛି ଯାହା ଏ ଦୁନିଆରେ ସବୁ ସନ୍ତାନ ନିଜ ବାପା ମାଆଙ୍କୁ ଦେବାକୁ ଚାହାନ୍ତି ।

google

ପ୍ରକୃତରେ ଏହା ସମ୍ଭବ କିପରି ହେଲା । ଜଣେ ଅଷ୍ଟମ ପାସ୍ ପିଲା କିପରି ଏତେ କମ୍ ବୟସରେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଲା । ବାସ୍ତବରେ ଏହି ପିଲାର କାହାଣୀ କଣ । ଅଷ୍ଟମ ପାସ୍ କରି ଇତିହାସ ସୃଷ୍ଟି କରିଥିବା ବ୍ୟକ୍ତି ଆଉ କେହି ନୁହନ୍ତି ବରଂ ତ୍ରିଶନିତ ଅରୋଡ଼ା ଅଟନ୍ତି । ଆପଣ ମାନନ୍ତୁ କି ନ ମାନନ୍ତୁ କିନ୍ତୁ ତାଙ୍କର କାର୍ଯ୍ୟ ପ୍ରତି ଆଗ୍ରହ ହିଁ ତାଙ୍କୁ ସଫଳତା ଦେଇଛି । ତାଙ୍କର ଦୃଢ଼ ମନୋବଳ ହିଁ ଏହାକୁ ସାକାର କରିଛି । କୌଣସି ଗୋଟିଏ ସମୟରେ ତାଙ୍କ ବାପାଙ୍କୁ ଏପରି ଲାଗିଥିଲା ଯେ ବିନନେସ୍ ପାଇଁ ତାଙ୍କର ଆଗ୍ରହ ନିଶ୍ଚିତ କେବେ ନା କେବେ ତାକୁ ବର୍ବାଦ କରିଦେବ । କିନ୍ତୁ ତ୍ରିଶନିତ ଦୁଇ ହଜାର କୋଟି ଟଙ୍କାର କମ୍ପାନୀ ଠିଆ କରି ନିଜ ପିତାଙ୍କୁ ଭୁଲ ପ୍ରମାଣିତ କରିଥିଲେ । ଯେଉଁ କାରଣରୁ ଆଜି ତାଙ୍କ ବାପା ବହୁତ ଖୁସି ଅନୁଭୂତ କରୁଛନ୍ତି ।

ଆଜି ମାତ୍ର ଅଷ୍ଟମ ଫେଲ୍ ତ୍ରିଶନିତ ଅରୋଡ଼ାଙ୍କ ଅଧୀନରେ ଅନେକ ଏମବୀଏ, ବୀବୀଏ, ବୀଟେକ୍ ଏବଂ ଏମଟେକ୍ ଡିଗ୍ରୀ ଧାରକ କାମ କରନ୍ତି । ଶୁଣି ଖୁବ୍ ଆଶ୍ଚର୍ଯ୍ୟ ଲାଗେ ଯେ ଜଣେ ଅଷ୍ଟମ ଫେଲ୍ ପୁଅର ଅଧୀନରେ ବଡ଼ ବଡ଼ ଡିଗ୍ରୀ ଧାରକ ଲୋକ କାମ କରନ୍ତି । କିନ୍ତୁ ଏହା ସତ୍ୟ ଅଟେ, ଯାହାକୁ ଆପଣଙ୍କୁ ସ୍ଵୀକାର କରିବାକୁ ପଡ଼ିବ । ତ୍ରିଶନିତ ଅରୋଡ଼ାଙ୍କର ସାମ୍ୟର୍ଥକୁ ଦୃଷ୍ଟିରେ ରଖି ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ଦ୍ୱାରା ମଧ୍ୟ ସମ୍ମାନିତ କରାଯାଇଛି ।

google

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ୧୯୯୩ ନଭେମ୍ବର ୨ ରେ ଜନ୍ମ ହୋଇଥିବା ତ୍ରିଶନିତ ଅରୋଡ଼ା ସାଇବର ସିକ୍ୟୁରୀଟି କମ୍ପାନୀ ବନାଇଥିଲେ । ପ୍ରଥମରୁ ହିଁ ତାଙ୍କର କମ୍ପ୍ୟୁଟର ପ୍ରତି ଆଗ୍ରହ ଥିଲା । ପିଲାଦିନରୁ ତାଙ୍କ ବାପା ତାଙ୍କର ଏହି ଆଗ୍ରହ ପାଇଁ ବିରକ୍ତ ହୋଇ ଯାଇଥିଲେ । କାରଣ ତାଙ୍କର କମ୍ପ୍ୟୁଟର ପ୍ରତି ଆଗ୍ରହ ଯୋଗୁଁ ପାଠ ପଢ଼ାରେ ଆଦୋୖ ମନ ଲାଗୁନଥିଲା । ଯେଉଁ କାରଣରୁ ତାଙ୍କ ବାପା ଚିନ୍ତିତ ଥିଲେ । ଏହାପରେ ତାଙ୍କ ବାପା କମ୍ପ୍ୟୁଟରରେ ପାସୱାର୍ଡ ଲଗାଇ ଦେଇଥିଲେ, କିନ୍ତୁ ପିଲାଦିନରୁ ହିଁ କମ୍ପ୍ୟୁଟରରେ ଏକ୍ସପୋର୍ଟ ଥିବା ତ୍ରିଶନିତ ନିଜେ ପାସୱାର୍ଡ ମଧ୍ୟ ଖୋଲି ଦେଇଥିଲେ । ତାଙ୍କର ଏହି ମନୋବଳ ଆଗକୁ ଏତେ ଦୃଢ଼ ହୋଇ ଯାଇଥିଲା ଯେ ସେ ୨ ହଜାର କୋଟି ଟଙ୍କାର କୋମ୍ପାନୀ ମଧ୍ୟ ନିଜେ ବନାଇଥିଲେ । ତାଙ୍କର ଏକ କମ୍ପାନୀ ଟୀସୀଏସ ସିକ୍ୟୁରୀଟି ନାମରେ ଚାଲିଥାଏ । ଆଜିକା ତାରିଖରେ ଗୁଜରାଟ, ସୀବୀଆଇ, ରିଲାଏନ୍ସ, ପୋଲିସ୍ ଏବଂ ଅନେକ କମ୍ପାନୀ ତାଙ୍କର ସାହାଯ୍ୟ ନେଉଛନ୍ତି ।

google

ତ୍ରିଶନିତ ହ୍ୟାକିଙ୍ଗ ଉପରେ ମଧ୍ୟ ଅନେକ ବହି ଲେଖି ସାରିଛନ୍ତି, ଯେଉଁଥିରେ ‘ ଦ ହ୍ୟାକିଙ୍ଗ ଏରା ‘ ଏବଂ ‘ ହ୍ୟାକିଙ୍ଗ ୱିଥ ସ୍ମାର୍ଟ ଫୋନ୍ସ ‘ ଭଳି ପ୍ରସିଦ୍ଧ ବହି ସାମିଲ ଅଟେ । ବର୍ତ୍ତମାନ ତାଙ୍କର ସ୍ୱପ୍ନ ଯେ ସେ ଆଗକୁ ନିଜର କମ୍ପାନୀକୁ ମଲ୍ଟିନ୍ୟାସନାଲ କମ୍ପାନୀ ବନାଇବା ପରେ ହିଁ ଛାଡ଼ିବେ ଏବଂ ସେତେ ପର୍ଯ୍ୟନ୍ତ ତାଙ୍କ ପାଖରେ ବିଲୀୟନ ଡଲାରର ଟର୍ନଅଭର ହୋଇଯାଉ । ସେ ନିଜ ସ୍ଵପ୍ନକୁ ସମ୍ପୂର୍ଣ୍ଣ କରିବା ପାଇଁ ଖୁବ୍ ପରିଶ୍ରମ କରନ୍ତି । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ସେ ମାତ୍ର ୨୦ ବର୍ଷ ବୟସରେ କମ୍ପୁଟର ହ୍ୟାକିଙ୍ଗ ଏବଂ ସୋଫ୍ଟୱେୟର କ୍ଲିନିଙ୍ଗର ଏକ ଛୋଟ ପ୍ରୋଜେକ୍ଟ ନେବାରେ ଲାଗିଥିଲେ । ପ୍ରଥମ ମାସରେ ହିଁ ସେ ୬୦,୦୦୦ ଟଙ୍କା ରୋଜଗାର କରିଥିଲେ ।

ତ୍ରିଶନିତଙ୍କ କାହାଣୀ ସେହି ସମସ୍ତ ଲୋକଙ୍କ ପାଇଁ ଏକ ଉଦାହରଣ ଅଟେ, ଯିଏ ନିଜ ଜୀବନ ସହିତ ହାରି ବସି ଯାଆନ୍ତି ଏବଂ ଏହା ମାନି ନିଅନ୍ତି ଯେ ବର୍ତ୍ତମାନ ଆମେ ଜୀବନରେ ଆଉ କିଛି ମଧ୍ୟ କରି ପାରିବୁ ନାହିଁ । ବର୍ତ୍ତମାନ ଆମେ ସବୁକିଛି ହରାଇ ସାରିଛୁ । ବର୍ତ୍ତମାନ ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ । ସେହି ସମସ୍ତ ଲୋକଙ୍କ ପାଇଁ ତ୍ରିଶନିତଙ୍କ କାହାଣୀ ଏକ ପ୍ରେରଣା ଅଟେ ।

Be the first to comment

Leave a Reply

Your email address will not be published.


*