ଯଦି ପାନ୍ କାର୍ଡ଼ରେ ଆପଣଙ୍କ ନାମ ଓ ଜନ୍ମ ତାରିଖ ଭୁଲ୍ ଛପା ଯାଇଛି, ତେବେ ଘରେ ବସି ଏହି ଉପାୟରେ ଠିକ୍ କରନ୍ତୁ…

ଯଦି ପାନ୍ କାର୍ଡ଼ରେ ଆପଣଙ୍କ ନାମ ଓ ଜନ୍ମ ତାରିଖ ଭୁଲ୍ ଛପା ଯାଇଛି, ତେବେ ଘରେ ବସି ଏହି ଉପାୟରେ ଠିକ୍ କରନ୍ତୁ…

ଆର୍ଥିକ କାରବାର ଏବଂ ଟିକସ ରିଟର୍ଣ୍ଣ ଭରିବା ପାଇଁ ପାନ୍ କାର୍ଡ଼ ଜରୁରୀ ଡକ୍ୟୁମେଣ୍ଟ ଅଟେ । କିନ୍ତୁ ଅନେକଥର ଲୋକମାନଙ୍କର ପାନ୍ କାର୍ଡ଼ ତଥ୍ୟ ଭୁଲ୍ ଛପା ଯାଇଥାଏ । ଏଥିରେ ନାମ, ପିତାଙ୍କ ନାମ କିମ୍ବା ଜନ୍ମତିଥି ଭୁଲ ଛପାଯାଇ ଥାଇପାରେ । ଯଦି ଆପଣଙ୍କ ସହିତ ଏପରି ହୋଇଛି ତେବେ ଏହାକୁ ନିଶ୍ଚିତ ଭାବରେ ଠିକ କରି ନିଅନ୍ତୁ । ଠିକ ନକରିଲେ ଆପଣ ପାନ୍ କାର୍ଡ଼ର ବ୍ୟବହାର କରିପାରିବେ ନାହିଁ । ଭୁଲ ସୂଚନା ସେୟାର କରିଲେ ଜୁରିମାନାର ପ୍ରାବଧାନ ମଧ୍ୟ ରହିଛି ।

ପାନ୍ କାର୍ଡ଼ କିମ୍ବା ଆଈଟୀଆର ଫୋର୍ମରେ ଟିକିଏ ଭୁଲ ଅନେକ ସମସ୍ୟା ସୃଷ୍ଟି କରିପାରେ । ପାନ୍ କାର୍ଡ଼କୁ ଅପଡେଟ କରାଇବା ପାଇଁ କୁଆଡ଼େ ଯିବାର କୌଣସି ଆବଶ୍ୟକତା ନାହିଁ, ମାତ୍ର କେତେ ମିନିଟରେ ଏହାକୁ ଅପଡେଟ କରାଯାଇ ପାରିବ ।

ଏହା ହେଉଛି କିଛି ସହଜ ଉପାୟ :-

୧. ଈ-ମେଲ୍ ଜରିଆରେ ପାନ୍ କାର୍ଡ଼ ଉପରେ ନିଜର ନାମ ଠିକ କରିବା ପାଇଁ ଆପଣଙ୍କୁ ଏକ ଫୋର୍ମ ପୂରଣ କରିବାକୁ ପଡ଼ିବ । ଏହି ଫୋର୍ମକୁ ଆପଣ http://www.incometaxindia.gov.in/archive/cnରୁ ଡାଉନଲୋଡ଼ କରିପାରିବେ ।

୨. ଏହି ଫୋର୍ମ ସହିତ ଆପଣଙ୍କ ନାମକୁ ଠିକ କରିବା ପାଇଁ ପ୍ରମାଣ ଆକାରରେ କାଗଜପତ୍ର ମଧ୍ୟ ଦେବାକୁ ପଡ଼ିବ । ଯଦି ଆୟକର ବିଭାଗ ତରଫରୁ ହୋଇଥିବା ଭୁଲ କାରଣରୁ ପାନ୍ କାର୍ଡ଼ ଉପରେ ଭୁଲ ନାମ ଛପା ଯାଇଛି ତେବେ ଆପଣ ସେହି ଡକ୍ୟୁମେଣ୍ଟର ସଙ୍କେତ ଦେଇପାରିବେ ଯେଉଁଥିରେ ଆପଣଙ୍କ ନାମ ଠିକ ଭାବରେ ଛପା ହୋଇଛି ।

୩. ଯଦି ଆପଣଙ୍କୁ ନିଜ ନାମ ପରେ ବଦଳିବାର ଅଛି ତେବେ ଆପଣଙ୍କୁ ସେହି ଅଧିକାରୀକ ସାମୟିକ ପତ୍ରର କୋପି ଦେବାକୁ ପଡ଼ିବ ଯେଉଁଥିରେ ବଦଳାଯାଇଥିବା ନାମ ରହିଛି ।

୪. ଏହାପରେ ଆପଣଙ୍କୁ ଈ-ମେଲ୍ ଜରିଆରେ ଆୟକର ବିଭାଗରୁ ଏକ ମେଲ ଆସିବ । ଏଥିରେ ଆପଣଙ୍କର ବଦଳା ଯାଇଥିବା ନାମର ବିବରଣୀ ଦିଆଯିବ । କେବଳ ତାହାକୁ ଅନୁମୋଦନ କରିବା ପରେ ଆପଣଙ୍କ ନାମ ବଦଳି ଯିବ । ଏଥିରେ କେବଳ କିଛି ଦିନର ସମୟ ଲାଗିଥାଏ ।

Google

ଏହିଭଳି ହେବ ଅନଲାଇନ ସୁଧାର :-

ସର୍ବପ୍ରଥମେ ଆପଣ NSDL ଅନଲାଇନ ସର୍ଭିସ ୱେବସାଇଟକୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ଆପ୍ଲିକେସନ ଟାଇପ ବୋକ୍ସରେ Changes or Corrections in existing PAN Data/Reprint of PAN card ବିକଳ୍ପ ଦେଖାଯିବ, ସେଥିରେ କ୍ଲିକ କରନ୍ତୁ । ଏହାପରେ ବୋକ୍ସରେ ସମସ୍ତ ତଥ୍ୟ ପୂରଣ କରି ସବମିଟ କରନ୍ତୁ । ଏକ ଟୋକନ ନମ୍ବର ଉତ୍ପନ୍ନ ହେବ । ଟୋକନ ନମ୍ବର ଉତ୍ପନ୍ନ ହେବା ପରେ ଆଧାର ନମ୍ବର, ପିତାଙ୍କ ନାମ ଭଳି ସୂଚନା ଦେବାକୁ ପଡ଼ିବ । ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡ଼ିବ । ସମ୍ପୂର୍ଣ୍ଣ ସୂଚନା ପୂରଣ କରିବା ଜରୁରୀ ଅଟେ ।

Google

ଡକ୍ୟୁମେଣ୍ଟ ଅପଲୋଡ଼ କରନ୍ତୁ :-

ନୂଆ ପେଜରେ ନିଜର ବୟସ ପ୍ରମାଣ, ଠିକଣା ପ୍ରମାଣ, ପରିଚୟ ପ୍ରମାଣ ପତ୍ର ଭଳି ଡକ୍ୟୁମେଣ୍ଟ ଅପଲୋଡ଼ କରିବାକୁ ପଡ଼ିବ । ଏହାପରେ ନିଜର ଫୋଟୋ ଏବଂ ଦରଖାସ୍ତ ଅପଲୋଡ଼ କରିଦିଅନ୍ତୁ । ସବୁକିଛି ହୋଇଯିବା ପରେ ଫୋର୍ମକୁ ପୁଣିଥରେ ଯାଞ୍ଚ କରି ନିଅନ୍ତୁ । ଯାଞ୍ଚ କରନ୍ତୁ ଯେ, ଆପଣ ପୂରଣ କରିଥିବା ସମସ୍ତ ତଥ୍ୟ ଠିକ ଅଛି କି ନାହିଁ । ଏହାପରେ ପେମେଣ୍ଟ କରି ଦିଅନ୍ତୁ ।

କେତେ ଟଙ୍କା ଖର୍ଚ୍ଚ ହୋଇଥାଏ :-

ଯଦି ଆପଣଙ୍କ ଠିକଣା ଭାରତର ତେବେ ପାନ୍ କାର୍ଡ଼ ଠିକ କରିବା ପାଇଁ ୧୦୦ଟଙ୍କାର ପ୍ରୋସଂସ୍କରଣ ଫୀସ ଲାଗିବ । ପୁଣି ଯେଉଁ ଲୋକଙ୍କ ଠିକଣା ଭାରତ ବାହାରେ, ତାଙ୍କୁ ୧୦୨୦ଟଙ୍କା ଫୀସ ଦେବାକୁ ପଡ଼ିବ । ଏଠାରେ ପେମେଣ୍ଟ ପାଇଁ ଅଲଗା ଅଲଗା ବିକଳ୍ପ ରହିଥାଏ । କ୍ରେଡିଟ କାର୍ଡ଼, ଡେବିଟ କାର୍ଡ଼, ନେଟ ବ୍ୟାଙ୍କିଙ୍ଗ ଏବଂ ଡିମାଣ୍ଡ ଡ୍ରାଫ୍ଟ । ପେମମେଣ୍ଟ ପରେ ତାହାର ରସିଦର ପ୍ରିଣ୍ଟ ମଧ୍ୟ ନିଅନ୍ତୁ ।

Leave a Reply

Your email address will not be published. Required fields are marked *