ଏହି ବିସ୍କୁଟ୍‌ ବିଜ୍ଞାପନକୁ ପାକିସ୍ତାନରେ ପ୍ରବଳ ବିରୋଧ: ଦେଖନ୍ତୁ ଭିଡିଓ…

ଇସଲାମାବାଦ,୧୦/୧୦: ଏକ ବିସ୍କୁଟ୍‌ ବିଜ୍ଞାପନକୁ ନେଇ ପାକିସ୍ତାନରେ ଜୋରଦାର ହଙ୍ଗାମା ଓ ବିରୋଧ ପ୍ରଦର୍ଶନ କରାଯାଉଛି । ବିଜ୍ଞାପନରେ ମଡେଲଙ୍କ ନୃତ୍ୟକୁ ମୁଜରା ବୋଲି କହି ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିବା ସହ ସରକାରଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି । ଆଉ ଏକ ଗୋଷ୍ଠୀ ବିଜ୍ଞାପନକୁ ମହିଳାଙ୍କ ସ୍ୱାଧୀନତା ସହ ଯୋଡ଼ି ତାକୁ ଠିକ୍‌ ବୋଲି ଦର୍ଶାଇଛି । ବିସ୍କୁଟ୍‌ ବିଜ୍ଞାପନକୁ ନେଇ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି । ଏହାକୁ ଅଶ୍ଳୀଳ ବୋଲି କହି ଏହାର ପ୍ରସାରଣ ବନ୍ଦ କରିବାକୁ ଦାବି ହେଉଛି ।

ବିଜ୍ଞାପନର ବିରୋଧୀମାନେ ‘ପାକିସ୍ତାନର ଇଲେକ୍ଟ୍ରୋନିକ୍‌ ମିଡିଆ ରେଗୁଲେଟୋରି ଅଥରିଟୀ (ପେମରା)’କୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହା ପରେ ଅଥରିଟୀ ଏନେଇ ବୟାନ ଜାରି କରିଛି । ଆଡ୍‌ଭରଟାଇଜିଂ ଆସୋସିଏସନ୍‌ ଓ ଆଡ୍‌ଭରଟାଇଜିଂ ସୋସାଇଟିକୁ ବିଜ୍ଞାପନର ବିଷୟ ଉପରେ ବିଚାର କରିବାକୁ ପେମରା ପ୍ରସ୍ତାବ ଦେଇଛି । ଏହି ବିଜ୍ଞାପନରେ ପାକିସ୍ତାନର ଅଭିନେତ୍ରୀ ମହବିଶ ହୟାତ ପାରମ୍ପରିକ ପାକିସ୍ତାନୀ ପୋଷାକରେ ନୃତ୍ୟ କରୁଥିବା ନଜର ଆସିଛନ୍ତି । ଭିଡିଓରେ ଉକ୍ତ ବିସ୍କୁଟ୍‌କୁ ଦେଶର ବିସ୍କୁଟ୍‌ ବୋଲି କୁହାଯାଇଛି । ବିଜ୍ଞାପନରେ ମହବିଶଙ୍କ ସହ ଅନ୍ୟ କଳାକାରଙ୍କୁ ନୃତ୍ୟ କରୁଥିବା ଓ ହସୁଥିବା ଦେଖିବାକୁ ମିଳିଛି ।

ଅପରପକ୍ଷରେ ପାକିସ୍ତାନୀ ସୋସିଆଲ ମିଡିଆରେ ବିଜ୍ଞାପନକୁ ନେଇ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଜଣେ ୟୁଜର୍‌ ଏହାକୁ ବିଜ୍ଞାପନ ନାମରେ ମୁଜରା ବୋଲି କହିଛନ୍ତି । ଏଥିସହ ସେ ପଚାରିଛନ୍ତି, ‘ପାକିସ୍ତାନରେ ‘ପେମରା’ ନାମକ କୌଣସି ସଂସ୍ଥା ଅଛି ନା ନାହିଁ ?’ ଏହାର ଜବାବରେ ବିଜ୍ଞାପନକୁ ସମର୍ଥନ କରୁଥିବା ଜଣେ ମହିଳା ଲେଖିଛନ୍ତି, ‘ଏ ସମାଜ ହସୁଥିବା, ଖୁସି ହେଉଥିବା, ଗାଉଥିବା ଓ ନାଚୁଥିବା ମହିଳାଙ୍କୁ ଘୃଣା କରେ । ଏ ସମାଜ କେବଳ ଦୁଃଖୀ, ଭୟାଳୁ ଓ କାନ୍ଦୁଥିବା ମହିଳାଙ୍କୁ ପସନ୍ଦ କରେ । ସେଥିପାଇଁ ଏ ସବୁ ଯେତେବେଳେ ଟିଭିରେ ପ୍ରଦର୍ଶିତ ହୁଏ, କୌଣସି ଆପତ୍ତି ନ ଥାଏ ।’

Be the first to comment

Leave a Reply

Your email address will not be published.


*