ବାବ୍ରି ମସଜିଦ ରାୟକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା: ନିନ୍ଦା କଲେ ଇମ୍ରାନ୍ ସରକାର ।

ଇସ୍ଲାମବାଦ,୩୦/୯: ଲକ୍ଷ୍ନୌସ୍ଥିତ ସିବିଆଇର ସ୍ୱତନ୍ତ୍ର ଅଦାଲତ ବୁଧବାର ଅଯୋଧ୍ୟାର ବାବ୍ରି ମସ୍‌ଜିଦ ଭଙ୍ଗା ମାମଲାରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି । ବାବ୍ରି ମସଜିଦ ଭଙ୍ଗା ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ରାୟକୁ ନେଇ ପାକିସ୍ତାନର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦେଶର ଗଣମାଧ୍ୟମରେ ଦିନତମାମ ଘଟଣାର ଚର୍ଚ୍ଚା କରାଯାଇଥିବାବେଳେ ପାକ୍ ବୈଦେଶିକ ମନ୍ତ୍ରଣାଳୟ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ନିନ୍ଦା କରିଛି । ଏନେଇ ମନ୍ତ୍ରଣାଳୟ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ସଂଖ୍ୟାଲଘୁ ବିଶେଷ କରି ମୁସଲମାନଙ୍କ ଆସ୍ଥା କେନ୍ଦ୍ରର ସୁରକ୍ଷା ଲାଗି ଭାରତ ସରକାର ଯତ୍ନବାନ ହୁଅନ୍ତୁ ବୋଲି କହିଛି । ତେବେ ଏହା ଦେଶର ଆଭ୍ୟନ୍ତରିଣ ମାମଲା ହୋଇଥିବାରୁ ପ୍ରସଙ୍ଗରେ ପାକିସ୍ତାନର ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି ।

ପାକିସ୍ତାନରେ ହିନ୍ଦୁଙ୍କ ସହ ଶିୟା ମୁସଲମାନଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଛି । ଏପରି ସମୟରେ ଇମ୍ରାନ ଖାନ ସରକାର ନିଜ ଘରୋଇ ସମସ୍ୟାଗୁଡ଼ିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ କଶ୍ମୀର ଓ ଅଯୋଧ୍ୟାକୁ ନେଇ ବୟାନ ଦେବାରେ ବ୍ୟସ୍ତ ରହିଛି । ପାକିସ୍ତାନ କହିଛି ଯେ ଅଯୋଧ୍ୟାରେ ଐତିହାସିକ ମସ୍‌ଜିଦ ଭାଙ୍ଗିଥିବା ଲୋକଙ୍କୁ ଦୋଷମୁକ୍ତ ଘୋଷଣା କରିବା ଲଜ୍ଜାଜନକ । ଆମେ ଏହାର ନିନ୍ଦା କରୁଛୁ ।

ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ଜିଓ ନ୍ୟୁଜରେ ବାବ୍ରି ମସଜିଦ ଭଙ୍ଗା ମାମଲାରେ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟାଳୟ ନିର୍ଦ୍ଦୋଶରେ ମୁକ୍ତ କରିଦେଇଥିବା ଘଟଣା ଦିନ ତମାମ ମୁଖ୍ୟ ଶୀର୍ଷକ କରିଥିଲା । ସେହିପରି ଏକ୍ସପ୍ରେସ ଟ୍ରିବ୍ୟୁନ ଓ ଉର୍ଦ୍ଦୁ ସମ୍ବାଦପତ୍ର ଜଙ୍ଗ ସିବିଆଇ ସ୍ୱତନ୍ତ୍ର ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ପ୍ରମୁଖ ଶିରୋନାମା କରିଛି । ତେବେ ବାବ୍ରି କାଣ୍ଡକୁ ସିବିଆଇ ସ୍ୱତନ୍ତ୍ର ନ୍ୟାୟାଳୟ ଏକ ଷଡ଼ଯନ୍ତ୍ର ନୁହେଁ ଅକସ୍ମାତ ଭାଙ୍ଗି ଦିଆଯାଇଥିବା କହିଥିବା ବେଳେ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ମୁକ୍ତ କରିଦେଇଛନ୍ତି ।

Google

ସେହିପରି ଭିଡରେ ନେତାମାନଙ୍କ ଉପସ୍ଥିତିକୁ ନ୍ୟାୟାଳୟ ଭିଡକୁ ଉସକାଇବାକୁ ନୁହେଁ ବରଂ ଉଗ୍ର ଭିଡକୁ ପୁରୁଣା ମସଜିଦର ଅସ୍ତିତ୍ୱ ନଷ୍ଟରୁ ନିବୃତ୍ତ କରିବାକୁ ଉଦ୍ୟମ କରୁଥିଲେ ବୋଲି କହିଛନ୍ତି । କୋର୍ଟରେ ଦୀର୍ଘ ୨୮ ବର୍ଷଧରି ଚାଲିଥିବା ମାମଲାର ରାୟ ପଢିବା ବେଳେ ସ୍ୱତନ୍ତ୍ର ଜଜ୍‌ ଏସ.କେ. ଯାଦବ କେବଳ ଫଟୋ ଉପସ୍ଥାପନ କରି କାହାରିକୁ ଦୋଷୀ ବୋଲି କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ।

କଣ ଭାରତର ଅଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନ ହସ୍ତକ୍ଷେପ କରିବା ଉଚିତ ? ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ଏବଂ ଖବରଟିକୁ ନିଜ ସାଙ୍ଗସାଥିଙ୍କ ମଧ୍ୟରେ ଶେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*