ପାକିସ୍ତାନର ଷଡ଼ଯନ୍ତ୍ର ! ୫ ଅଗଷ୍ଟ ପୂର୍ବରୁ ଜାମ୍ମୁ କାଶ୍ମୀରରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ !

ପାକିସ୍ତାନର ଷଡ଼ଯନ୍ତ୍ର ! ୫ ଅଗଷ୍ଟ ପୂର୍ବରୁ ଜାମ୍ମୁ କାଶ୍ମୀରରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ !

ଅଗଷ୍ଟ ୫ ତାରିଖ ପୂର୍ବରୁ ଜାମ୍ମୁ କାଶ୍ମୀରରେ ହୋଇପାରେ ବଡ଼ ଧରଣର ଆକ୍ରମଣ ! ପାକିସ୍ତାନ କରିଛି ଭାରତ ବିରୁଦ୍ଧରେ ବଡ଼ ଷଡ଼ଯନ୍ତ୍ର । ତେବେ ଆସନ୍ତୁ ଶୀଘ୍ର ଜାଣିବା ଏହାକୁ ନେଇ ସମ୍ପୂର୍ଣ୍ଣ ଖବର । ଜାମ୍ମୁ କାଶ୍ମୀରରେ କିଛି ନେତା ଆତଙ୍କବାଦୀ ଲକ୍ଷରେ ଅଛନ୍ତି । କାଶ୍ମୀର ଘାଟିରେ ଅଗଷ୍ଟ ୫ ତାରିଖ ପୂର୍ବରୁ ଆତଙ୍କବାଦୀ ଏକ ବଡ଼ ଆକ୍ରମଣ କରିପାରେ ବୋଲି ଜଣାପଡ଼ିଛି । ତେବେ ଆର୍ଟିକଲ ୩୭୦ ହଟିବାର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି ଆକ୍ରମଣ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି ।

google

ବିଶେଷ କରି କାଶ୍ମୀର ନେତା, ପଞ୍ଚାୟତ ମୁଖିଆ ଓ ସୁରକ୍ଷାବଲଙ୍କ ଉପରେ ଆକ୍ରମଣ କରିବା ପାଇଁ ଟାର୍ଗେଟ ଦିଆଯାଇଛି । ସୁରକ୍ଷା ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପାକିସ୍ତାନ ଆତଙ୍କବାଦୀମାନେ ୫ ଅଗଷ୍ଟ ପୂର୍ବରୁ କାଶ୍ମୀରରେ କିଛି ନେତା, ପଞ୍ଚାୟତ ମୁଖିଆଙ୍କ ସହ କାଶ୍ମୀର ପଣ୍ଡିତ ଓ ସୁରକ୍ଷାବଲଙ୍କ ଉପରେ ଆକ୍ରମଣ କରିବେ । କେବଳ ସେତିକି ନୁହେଁ ସୁରକ୍ଷାକର୍ମୀଙ୍କ ଅପହରଣ କରି ସେମାନଙ୍କୁ ଚାକିରୀ ଛାଡ଼ିବାକୁ ବାଧ୍ୟ କରାଯିବ ବୋଲି ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି । ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରରେ ସେତେ କିଛି ପରିବର୍ତ୍ତନ ହୋଇନାହିଁ ବୋଲି ସାରା ବିଶ୍ୱକୁ ଜଣାଇବାକୁ ଏପରି ଯୋଜନା କରାଯାଉଛି ।

google

ଏହା ପୂର୍ବରୁ କିଛି ଅନ୍ତରାଷ୍ଟ୍ରୀୟ ମଞ୍ଚରେ ମଧ୍ୟ ପାକିସ୍ତାନ ୩୭୦ ଧାରାକୁ ବିରଦ୍ଧ କରିଛି । ବିଶେଷ କରି କାଶ୍ମୀର ପଣ୍ଡିତ ମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି ଏହି ସୂତ୍ରରୁ ଜଣା ପଡ଼ିଛି । ତେବେ ଯେକୌଣସି ସ୍ଥିତିକୁ ସାମ୍ନା କରିବାକୁ ସୁରକ୍ଷାବଲ ସକ୍ଷମ ବୋଲି ଡ଼ି.ଜି.ପି ବିଲବାଦ୍ ସିଂ ପ୍ରକାଶ କରିଛନ୍ତି । ତେବେ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହି ବର୍ଷ ୧୨୦ ଜଣ ଆତଙ୍କବାଦୀଙ୍କୁ ମାରି ଦିଆଯାଇଛି । ଏହା ହେଉଛି ଆଜିର ସବୁଠାରୁ ବଡ଼ ଖବର । ବିଶେଷ ସୂତ୍ରରୁ ମିଳିଛି ସୂଚନା ଯେ, ୫ ଅଗଷ୍ଟ ଜାମ୍ମୁ କାଶ୍ମୀରରେ ହୋଇପାରେ ଏକ ବଡ଼ ଆକ୍ରମଣ ।

Leave a Reply

Your email address will not be published. Required fields are marked *