ଏହି ସୁପରଷ୍ଟାର ୪୦୦୦ କୋଟିର ମାଲିକ ଅଟନ୍ତି କିନ୍ତୁ ନିଜ ବୋହୂ ସହିତ କରିଛନ୍ତି ରୋମାନ୍ସ !

ଏହି ସୁପରଷ୍ଟାର ୪୦୦୦ କୋଟିର ମାଲିକ ଅଟନ୍ତି କିନ୍ତୁ ନିଜ ବୋହୂ ସହିତ କରିଛନ୍ତି ରୋମାନ୍ସ !

ଚଳଚ୍ଚିତ୍ରରେ କଳାକାରଙ୍କୁ କାହାଣୀ ଅନୁଯାୟୀ କାମ କରିବାକୁ ପଡ଼ିଥାଏ । କିଛି କଳାକାରଙ୍କ ସମ୍ପର୍କ ବାସ୍ତବ ଜୀବନରେ ଆଉ କିଛି ହୋଇଥାଏ କିନ୍ତୁ ପରଦାରେ ତାଙ୍କୁ ଆଉ କାହା ସମ୍ପର୍କରେ ଅଭିନୟ କରିବାକୁ ପଡ଼ିଥାଏ । ଅନେକ ଥର ଏପରି ହୋଇଥାଏ ଯେ ପ୍ରଥମେ ଅଭିନୟ କରୁଥିବା କଳାକାରଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନଥାଏ କିନ୍ତୁ ଆଗକୁ ଯାଇ ସେ ତାଙ୍କ ସମ୍ପର୍କୀୟ ହୋଇଯାନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯେଉଁଠାରେ ଶଶୁର ନିଜ ବୋହୂ ସହିତ ଚଳଚ୍ଚିତ୍ରରେ ରୋମାନ୍ସ କରିଥିଲେ । ଯଦିଓ ଏହା ଅଲଗା କଥା ଯେ ଚଳଚ୍ଚିତ୍ରରେ ଅଭିନୟ କରିବା ସମୟରେ ଦୁହିଁଙ୍କ ମଧ୍ୟରେ ଶଶୁର ବୋହୂ ସମ୍ପର୍କ ନଥିଲା ।

ଶଶୁର କରିଛନ୍ତି ବୋହୂ ସହିତ ରୋମାନ୍ସ

newstrend

ନାଗାର୍ଜୁନ ନାମକ ସାଉଥ ଅଭିନେତା ଜଣେ ସୁପରଷ୍ଟାର ଅଟନ୍ତି । ନାଗାର୍ଜୁନଙ୍କ ପୁଅଙ୍କ ନାମ ନାଗା ଚୈତନ୍ୟ ଅଟେ । ନାଗା ଚୈତନ୍ୟ ମଧ୍ୟ ସାଉଥ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ଅଟନ୍ତି । ନିକଟରେ ସେ ସାଉଥର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସମାନ୍ଥା ପ୍ରଭୁଙ୍କ ସହିତ ବିବାହ କରିଛନ୍ତି । ଦୁହିଁଙ୍କ ଯୋଡ଼ି ସୁପରହିଟ୍ ଅଟେ ଓ ଦୁହେଁ ଅନେକ ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ଏକାଠି ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ର ମଧ୍ୟରୁ ଏକ ଚଳଚ୍ଚିତ୍ର ଏମାନଙ୍କ ପରିବାର ପାଇଁ ବହୁତ ବିଶେଷ ସାବ୍ୟସ୍ତ ହୋଇଛି । ଜଣାଇଦେଉଛୁ ଯେ ୨୦୧୪ ମସିହାରେ ଏକ ଚଳଚ୍ଚିତ୍ର ଆସିଥିଲା ‘ମନମ୍’ ଅଟେ ଯାହାକି ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ ଥିଲା । ଏହି ଚଳଚ୍ଚିତ୍ରର ଏକ ବିଶେଷ କଥା ଏହା ଯେ ଏଥିରେ ନାଗାର୍ଜୁନଙ୍କ ପୂରା ପରିବାର ସାମିଲ ଥିଲା । ଚଳଚ୍ଚିତ୍ରରେ ନାଗାର୍ଜୁନ, ବୋହୂ ସମାନ୍ଥା, ପୁଅ ନାଗା ଚୈତନ୍ୟ ଓ ନାଗେଶ୍ୱର ଅକ୍କିନେନି ମୁଖ୍ୟ ଭୂମିକାରେ ଥିଲେ । ଏହି ଚଳଚ୍ଚିତ୍ରକୁ ବିକ୍ରମ୍ କେ. କୁଆର ନିର୍ଦେଶନା ଦେଇଥିଲେ ଏବଂ ପ୍ରଡ୍ୟୁସର ଥିଲେ ନିଜେ ଅକ୍କିନେନି ପରିବାର ।

newstrend

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ନାଗାର୍ଜୁନ ଓ ସମାନ୍ଥା ଅନେକ ଗୁଡ଼ିଏ ଚଳଚ୍ଚିତ୍ର ମାନଙ୍କରେ ଏକାଠି କାମ କରି ସାରିଛନ୍ତି। ଦୁହେଁ ଚଳଚ୍ଚିତ୍ର ‘ରାଜୁ ଗାରି ଗାଦି ୨’ରେ ମଧ୍ୟ ନଜର ଆସିଥିଲେ । ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ସମାନ୍ଥା ଗତ ଦଶ ବର୍ଷରୁ ପରସ୍ପରକୁ ଡେଟ୍ କରୁଥିଲେ । ୧୦ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବାହା ହେବା ନିଷ୍ପତ୍ତି ନେଲେ । ଜଣାଇଦେଉଛୁ, ସମାନ୍ଥା ଓ ଚୈତନ୍ୟ ଦୁଇ ବର୍ଷ ଆଗରୁ ୨୦୧୭ ରେ ବିବାହ କରିଥିଲେ । ଚୈତନ୍ୟ ଓ ସମାନ୍ଥାଙ୍କ ଦେଖା ହୋଇଥିଲା ୨୦୦୯ରେ ଚଳଚ୍ଚିତ୍ର ‘ୟେ ମାୟା ଚେସାବ’ର ସୁଟିଂ ସମୟରେ ହୋଇଥିଲା । ଧୀରେ ଧୀରେ ଦୁହେଁ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ ଏବଂ ପ୍ରେମ ହୋଇଗଲା । ଏହି ପରିବାରର ନାମ ସାଉଥର ସବୁଠାରୁ ଅଧିକ ଧନୀ ପରିବାରମାନଙ୍କ ମଧ୍ୟରେ ସାମିଲ ଅଛି । ନାଗାର୍ଜୁନଙ୍କ ପାଖରେ ହାଇଦ୍ରାବାଦଙ୍କ ଯୁବଲି ହିଲ୍ସରେ ୪୦ କୋଟି ଟଙ୍କା ମୂଲ୍ୟର ଏକ ବଡ଼ ବଙ୍ଗଳା ରହିଛି । ଏହା ବ୍ୟତୀତ ନାଗାର୍ଜୁନଙ୍କୁ ଗାଡ଼ିରେ ବହୁତ ରୁଚି ରହିଛି ଏବଂ ତାଙ୍କ ଘରେ ଅତିରୁ ଅତି ମୂଲ୍ୟବାନ ଗାଡ଼ି ରହିଛି । ଏକ ରିପୋର୍ଟ ଅନୁଯାୟୀ ନାଗାର୍ଜୁନ ୩୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।

ଏହି ବଲିଉଡ଼ ଚଳଚ୍ଚିତ୍ର ମାନଙ୍କରେ କରିଛନ୍ତି କାମ

newstrend

ଜଣାଇଦେଉଛୁ ଯେ ନାଗାର୍ଜୁନ ବଲିଉଡ଼ରେ କିଛି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ସେ ୧୯୯୦ ରେ ଆସିଥିବା ରାମ ଗୋପାଳ ବର୍ମାଙ୍କ ଚଳଚ୍ଚିତ୍ର ‘ଶିବା’ରେ ନଜର ଆସିଥିଲେ । ଏହା ବ୍ୟତୀତ ସେ ୧୯୯୨ ମସିହାରେ ଆସିଥିବା ଚଳଚ୍ଚିତ୍ର ‘ଖୁଦା ଗବାହ’, ୧୯୯୨ ରେ ଆସିଥିବା ଚଳଚ୍ଚିତ୍ର ‘ଦ୍ରୋହୀ’, ୧୯୯୫ ରେ ଆସିଥିବା ‘କ୍ରିମିନାଲ’, ୧୯୯୮ରେ ଆସିଥିବା ‘ଜଖମ୍’, ୨୦୦୨ରେ ଆସିଥିବା ‘ଅଗ୍ନି ବର୍ଷା’, ଓ ୨୦୦୩ରେ ଆସିଥିବା ଚଳଚ୍ଚିତ୍ର ‘ଏଲଓ ସି କାରଗିଲ’ରେ ମଧ୍ୟ ଅଭିନୟ କରି ସାରିଛନ୍ତି ।

Leave a Reply

Your email address will not be published. Required fields are marked *