Boycott China : ୧୦୦ରୁ ଅଧିକ Delivery Boy ଜୋମେଟୋ ଚାକିରୀ ଛାଡ଼ିଲେ ! କହିଲେ- ଭୋକିଲା ରହିଯିବୁ କିନ୍ତୁ…

Boycott China : ୧୦୦ରୁ ଅଧିକ Delivery Boy ଜୋମେଟୋ ଚାକିରୀ ଛାଡ଼ିଲେ ! କହିଲେ- ଭୋକିଲା ରହିଯିବୁ କିନ୍ତୁ…

ପୂର୍ବୀ ଲଦାଖ ଗଲବାନ ଘାଟୀରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତରେ ଚୀନ୍ ସାମଗ୍ରୀ9ର ଜବରଦସ୍ତ ବିରୋଧ କରାଯାଉଛି । ଭାରତରେ ବର୍ତ୍ତମାନ ଖୋଲାଖୋଲି ଭାବରେ ଲୋକମାନେ ଚୀନ ଜିନିଷକୁ ବହିଷ୍କାର କରୁଛନ୍ତି । ଏହି ବିବାଦ କାରଣରୁ ଗୋଟିଏ ପକ୍ଷରେ କିଛି ଲୋକ ଚୀନ୍ ସାମଗ୍ରୀର ବହିଷ୍କାର କରୁଛନ୍ତି ତ ଅନ୍ୟପକ୍ଷରେ କିଛି ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଚାକିରୀ ଛାଡ଼ୁଛନ୍ତି ।

Google

କଲକାତାର ଜୋମେଟୋରେ କାମ କରୁଥିବା ୧୦୦ରୁ ଅଧିକ ଡେଲିବରୀ ବୟ କାମରୁ ଇସ୍ତଫା ଦେଇଛନ୍ତି । କୋଲକାତାରେ ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନେ ଏହା କହି ନିଜର ଇସ୍ତଫା ଦେଇଛନ୍ତି ଯେ ସେମାନେ ଏପରି ସ୍ଥାନରେ କାମ କରିବେ ନାହିଁ ଯେଉଁଠି ଚୀନ୍ ଜିନିଷର ନିବେଶ କରିଛି । ମହନଗରର ବେହାଲା ଅଞ୍ଚଳରେ ୧୦୦ରୁ ଅଧିକ ଡିଲିବରୀ ବୟ ଜୋମେଟୋ ଚାକିରୀ ଛାଡ଼ି ଦେଇଛନ୍ତି । କୁହାଯାଉଛି ଯେ, ଚୀନ ଜୋମେଟୋରେ ବଡ଼ ଆକାରର ବିନିଯୋଗ କରିଥିଲା ।

Google

ଏପରି ଖବର ରହିଛି ଯେ, ଚୀନର ଅଲୀବାବା କମ୍ପାନୀର ସହାୟକ କମ୍ପାନୀ “ଏଣ୍ଟ ଫାଇନେନଶୀୟଲ୍” ଦ୍ଵାରା ଜାନୁୟାରୀରେ ଜୋମେଟୋରେ ଆନୁମାନିକ ୧୫୦ ମିଲିୟନ ଡଲାର ନିବେଶ କରିଥିଲା । ଏଥିରେ ପୂର୍ବରୁ ଚୀନ କମ୍ପାନୀ ଅଲୀବାବା ସହିତ ଜଡ଼ିତ ଏଣ୍ଟ ଫାଇନେନଶୀୟଲ ୨୦୧୮ରେ ଜୋମେଟୋରେ ୨୧ କୋଟି ଡଲାର ନିବେଶ କରି ତାହାର ୧୪.୭ ପ୍ରତିଶତ ସହଭାଗୀତା ସେୟାର କରିଥିଲେ । ବର୍ତ୍ତମାନ ଭାରତ ଓ ଚୀନ ବିବାଦ ପରେ ଶନିବାର ଦିନ ୧୦୦ରୁ ଅଧିକ ଡିଲିବରୀ ବୟ ଏହାର ବିରୋଧ କରିଛନ୍ତି ଏବଂ ଜୋମେଟୋ ଦ୍ଵାରା କରାଯାଇଥିବା ପୋଷାକ ଜଳାଇ ଦେଇଛନ୍ତି । ଜୋମେଟୋ ଡିଲିବରୀ ବୟରୂପେ କାର୍ଯ୍ୟ କରୁଥିବା ପିଲାମାନେ କହିଛନ୍ତି ଯେ, ଆମର ପରିଶ୍ରମର ମୂଲ୍ୟ ଚୀନ କମ୍ପାନୀକୁ ଦିଆଯିବ ନାହିଁ ।

Google

ଜୋମେଟୋରେ କାମ କରୁଥିବା ଏହି ପିଲାମାନେ ଦକ୍ଷିଣ କୋଲକାତାର ବହେଲା ପୋଲିସ ଷ୍ଟେସନ ସାମ୍ନାରେ ଜମା ହୋଇଥିଲେ ଏବଂ ଜୋମେଟୋର ଟି-ଶାର୍ଟ ଜଳାଇ ଦେଇଥିଲେ । ହାତରେ ଭାରତର ତ୍ରିରଙ୍ଗା ପତାକା ନେଇ ଜୋମେଟୋର ଏହି ଷ୍ଟାଫ “ଚାଇନିଜ ଏଜେଣ୍ଟ ଜୋମେଟୋ ଭାରତ ଛାଡ଼”ର ସ୍ଲୋଗାନ ଦେଇଥିଲେ । ପ୍ରଦର୍ଶନକାରୀଙ୍କ ସହିତ ସାମିଲ ହୋଇଥିବା ଦୀପାଙ୍କର କାଞ୍ଜିଲାଲ ନାମକ ଜଣେ ଡିଲିବରୀ ବୟ କହିଛନ୍ତି ଯେ ଜୋମେଟୋର ବୁଝାମଣା ଚୀନ କମ୍ପାନୀ ଅଲୀବାବାଙ୍କ ସହିତ ରହିଛି ! ଆଜି ଆମେ ଜମେଟୋର ଚାକିରୀ ଛାଡ଼ି ଦେଇଛୁ । ଆଶା କରୁଛୁ ଯେ, ଲୋକମାନେ ମଧ୍ୟ ଏହି କମ୍ପାନୀର ବହିଷ୍କାର କରିବେ ।

ଦେଶ ପାଇଁ ଭୋକିଲା ରହିବାକୁ ମଧ୍ୟ ପ୍ରସ୍ତୁତ :-

Google

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମ ଦେଶର ଟଙ୍କାରେ, ସେମାନେ ଆମ ଦେଶର ସେନାଙ୍କ ଉପରେ ହିଁ ଆକ୍ରମଣ କରୁଛନ୍ତି ଏବଂ ଜମି ଦଖଲ କରିବାକୁ ଚାହୁଁଛନ୍ତି” । ଆମେ ଏପରି ହେବାକୁ ଦେବୁ ନାହିଁ । ଆମେ ଏବଂ ଆମର ପରିବାର ଭୋକିଲା ରହିଯିବୁ, ଏହା ମଞ୍ଜୁର ଅଟେ କିନ୍ତୁ ଆମେ କୌଣସି ଏପରି କମ୍ପାନୀରେ କାମ କରିବୁ ନାହିଁ ଯେଉଁଥିରେ ଚୀନର ନିବେଶ ହୋଇଥିବ । ଜୋମେଟୋରେ କାମ କରୁଥିବା ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନଙ୍କର ରୋଜଗାର ଏହି ଜୋମେଟୋ ଜରିଆରେ ହୋଇଥାଏ କିନ୍ତୁ ଦେଶ ଏବଂ ସେନାଙ୍କ ପାଇଁ ଏହି ଲୋକମାନେ ଭୋକିଲା ରହିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

Google

ଯେତେବେଳେ ଏହି ଷ୍ଟାଫଙ୍କୁ ପଚରା ଯାଇଥିଲା, “କମ୍ପାନୀ ଛାଡ଼ିବା ପରେ ତାଙ୍କ ଘର କିପରି ଚଳିବ ? ଏବଂ ସେମାନେ ଉତ୍ତର ଦେଇଥିଲେ ଯେ ସେମାନେ ଭୋକିଲା ରହିଯିବେ ମାତ୍ର ଦେଶ ଉପରେ ଖରାପ ଦୃଷ୍ଟି ପକାଉଥିବା ଲୋକଙ୍କ ପାଇଁ କେବେ ବି କାମ କରିବେ ନାହିଁ” । ଜଣେ ଡିଲିବରୀ ବୟ କହିଥିଲେ ଯେ ଚୀନ ଆମ ଟଙ୍କା ବ୍ୟବହାର କରି ଆମ ଜବାନଙ୍କ ଉପରେ ଆକ୍ରମଣ କରୁଛି । ଯଦି ଆମର ସୈନିକମାନେ ହିଁ ସୁରକ୍ଷିତ ନାହାଁନ୍ତି, ତେବେ ଆମେ କିପରି ସୁରକ୍ଷିତ ରହିବୁ । ଏହି କାରଣରୁ ହିଁ ଆମେ ଜୋମେଟୋ ବହିଷ୍କାର କରୁଛୁ । ଏଜେଣ୍ଟମାନେ କହିଛନ୍ତି ଯେ ଆମର ୫୦ରୁ ୬୦ ଜଣ ଲୋକ ଜୋମେଟୋ ଏପ୍ (App)କୁ ନିଜ ଫୋନରୁ ହଟାଇ ଦେଇଛନ୍ତି ।

ବାସ୍ତବରେ Zomato କର୍ମକର୍ତ୍ତାମାନେ ଯେଉଁ ଭଳି ପଦକ୍ଷେପ ନେଇଛନ୍ତି ତାହା ବାସ୍ତବରେ ଗ୍ରହଣଯୋଗ୍ୟ କି ? ନିଜର ମତାମତ Comment ଜରିଆରେ ପ୍ରଦାନ କରନ୍ତୁ !

Leave a Reply

Your email address will not be published. Required fields are marked *