ହାତରସ୍ ମାମଲାରେ ଆରୋପୀଙ୍କ ପରିବାର କହିଲେ- ଆମ ପିଲାମାନେ ନିର୍ଦ୍ଦୋଷ, ଯଦି ଜିଭ କାଟିଦିଆ ଯାଇଛି; ତା’ହେଲେ ସେ ବୟାନ କିପରି ଦେଲେ…

ହାତରସ୍ ମାମଲାରେ ଆରୋପୀଙ୍କ ପରିବାର କହିଛନ୍ତି ଯେ ସେମାନଙ୍କ ପୁଅ ନିର୍ଦ୍ଦୋଷ । ଘଟଣା ସମୟରେ ସେମାନେ କଣ କରୁଥିଲେ ସେ ସମ୍ପର୍କରେ ମଧ୍ୟ ସେମାନେ ସବିଶେଷ ତଥ୍ୟ ଦେଇଛନ୍ତି । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଘଟଣା ସମୟରେ ସମସ୍ତ ଆରୋପୀ ଭିନ୍ନ ଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥିଲେ ।

ଆରୋପୀ ରାମୁଙ୍କ ପିତା ରାକେଶଙ୍କ କହିବା ଅନୁଯାୟୀ, ଘଟଣା ସମୟରେ ତାଙ୍କ ପୁଅ ଚିଲର ପ୍ଲାଣ୍ଟରେ ଡ୍ୟୁଟିରେ ନିଯୁକ୍ତି ଥିଲେ । ଏହାର ସାକ୍ଷୀମାନେ ହେଉଛନ୍ତି ତାଙ୍କର ସହକର୍ମୀ ଏବଂ ସେଠାରେ କାର୍ଯ୍ୟ କରୁଥିବା ପରିଚାଳକମାନେ । ତାଙ୍କର ସେଠାରେ ଉପସ୍ଥିତ ରହିବାର ପ୍ରମାଣ ଚିଲର ପ୍ଲାଣ୍ଟର ରେଜିଷ୍ଟରରେ ମଧ୍ୟ ଅଛି । ତାଙ୍କୁ ଫସାଇ ଦିଆଯାଉଛି । ସେପ୍ଟେମ୍ବର ୧୪ରେ, ଧାରା ୩୦୭ କେସ୍ ହେବାର ଦୁଇ ଦିନ ପରେ, ପୋଲିସ ମୋତେ ଏବଂ ମୋ ପୁଅକୁ ନେଇଯାଇଥିଲେ କିନ୍ତୁ କୌଣସି ପ୍ରମାଣ ନଥିବା ହେତୁ ସେପ୍ଟେମ୍ବର ୨୦ରେ ଆମକୁ ଛାଡ଼ିଦେଇଥିଲେ । ପରେ ବୟାନରେ ପୁଅର ନାମକୁ ନିଆଯାଇଥିଲା ଏବଂ ତାଙ୍କୁ ସେପ୍ଟେମ୍ବର ୨୬ରେ ଫୁଣି ନେଇଯାଇଥିଲେ ।

ଆରୋପୀ ସନ୍ଦୀପଙ୍କ ପିତା ଗୁଡୁ, ପୁଅକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରି କହିଛନ୍ତି ଯେ- ଯେତେବେଳେ ପାଟିତୁଣ୍ଡ ଚାଲିଥିଲା, ମୋ ପୁଅ ଗାଇକୁ ପାଣି ଦେଉଥିଲା । କିନ୍ତୁ ତା’ଉପରେ ମାରଣାତ୍ମକ ଆକ୍ରମଣର ମାମଲା ରଜ୍ଜୁ ହେଲା । ଆରୋପ ଲଗାଗଲା ଯେ ସେ ପୀଡିତାଙ୍କ ଜିଭକୁ କାଟି ଦେଇଛି । ଏବେ ଯଦି ଝିଅର ଜିଭ କାଟି ଦିଆଯାଇଥିଲା, ତେବେ ସେ ବୟାନ କିପରି ଦେଇପାରିଲା ? ପୋଲିସ ଷ୍ଟେସନ, ହସ୍ପିଟାଲ ଏବଂ ମେଡିକାଲ କଲେଜରେ ଦିଆଯାଇଥିବା ବୟାନ ମଧ୍ୟ ଭିନ୍ନ ଭିନ୍ନ ଥିଲା । ପରେ ଆଉ ତିନିଜଣଙ୍କ ନାମ ମଧ୍ୟ ଏଥିରେ ଯୋଡା ଯାଇଥିଲା ।

ଆରୋପୀ ଲବକୁସଙ୍କ ମା ମୁନି ଦେବୀ କହିଛନ୍ତି ଯେ, ସେ ସେପ୍ଟେମ୍ବର ୧୪ ତାରିଖରେ କ୍ଷେତରେ ପୁଅ ସହିତ ବାଜରା କାଟୁଥିଲେ । ଶବ୍ଦ ଶୁଣି ସେମାନେ ଘଟଣାସ୍ଥଳକୁ ଯାଇଥିଲେ । ଝିଅଟିର ମାଆ ମଧ୍ୟ କ୍ଷେତରେ ଚାରା କାଟୁଥିଲେ । ଆମେ ଦେଖିଲୁ ଝିଅଟି କ୍ଷେତରେ ପଡ଼ିଥିବା ବେଳେ ତା’ଭାଇ କ୍ଷେତରୁ ଚାରା ନେଇ ଚାଲିଯାଇଥିଲା । ବର୍ତ୍ତମାନ ଯଦି କୌଣସି ମାଆର ସନ୍ତାନ ଏପରି ଅବସ୍ଥାରେ ଥିବ, ତେବେ ସେ କିପରି କ୍ଷେତରେ ଚାରା କାଟିବ ? ସେ ସେତେବେଳେ କାହିଁକି ପାଟିକଲେ ନାହିଁ ? ତା’ପରେ ମୁଁ ପୁଅକୁ ପାଣି ଆଣିବାକୁ କହିଲି, ସେ ପଲିଥିନରେ ପାଣି ଆଣି ଝିଅର ମାଆକୁ ଦେଇ କହିଲା ତାକୁ ପିଆଇଦିଅ । ତା’ପରେ ଜାଣିନି କଣ ହେଲା ? କିନ୍ତୁ ଆଠ ଦିନ ପରେ ପୋଲିସ ଆସି ମୋ ପୁଅକୁ ନେଇଗଲା ।

ଆରୋପୀ ରବିଙ୍କ ପିତା ଅତର ସିଂ କହିଛନ୍ତି ଯେ, ଏହି ପୂରା ଘଟଣା ସହିତ ଆମର କୌଣସି ସମ୍ପର୍କ ନାହିଁ । ୨୦୦୧ରେ ଆମ ପରିବାର ସହିତ ତାଙ୍କର ଝଗଡା ହୋଇଥିଲା ଏବଂ ସେହି ଦିନଠାରୁ ସେ ଆମକୁ ଶତ୍ରୁ ବୋଲି ଭାବନ୍ତି ଏବଂ ସେମାନେ ରବିକୁ ମିଥ୍ୟା ଜାଲରେ ଫସାଇ ଦେଇଥିଲେ, ଯାହାଫଳରେ ଜେଲ ମଧ୍ୟ ଯିବାକୁ ପଡିଥିଲା । ବର୍ତ୍ତମାନ ଏଥର ମଧ୍ୟ ସେ ଏକ ମିଥ୍ୟା ବୟାନ ଦେଇ ତାଙ୍କ ପୁଅର ନାମ ନେଇଛନ୍ତି । ଯେତେବେଳେ ଏହି ଘଟଣା ଘଟିଲା ମୋ ପୁଅ ରବି ଘରେ ଚାରା କାଟୁଥିଲା । ପରେ ପୋଲିସ ରବିକୁ ଧରି ନେଇଯାଇଥିଲା ।

Be the first to comment

Leave a Reply

Your email address will not be published.


*