କମ୍ ବୟସରେ ଅନାଥ ହୋଇଯାଇ ବହୁତ କଷ୍ଟରେ ବାଲ୍ୟକାଳ ଅତିବାହିତ କରିଥିଲେ ! ଦିନ ମଜୁରୀ କରି ଆଈ ପାଳନ କରିଥିଲେ, ବର୍ତ୍ତମାନ ଆଲମ୍ପିକ୍ସରେ ନିଜ ନାମ ଉଜ୍ଜ୍ୱଳ କରିବେ…

କମ୍ ବୟସରେ ଅନାଥ ହୋଇଯାଇ ବହୁତ କଷ୍ଟରେ ବାଲ୍ୟକାଳ ଅତିବାହିତ କରିଥିଲେ ! ଦିନ ମଜୁରୀ କରି ଆଈ ପାଳନ କରିଥିଲେ, ବର୍ତ୍ତମାନ ଆଲମ୍ପିକ୍ସରେ ନିଜ ନାମ ଉଜ୍ଜ୍ୱଳ କରିବେ…

ଏହି ସଂସାରରେ ପ୍ରତ୍ୟେକ ମଣିଷ ନିଜ ଜୀବନରେ ସଫଳତା ପାଇବା ପାଇଁ କଠିନରୁ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ସମସ୍ତଙ୍କୁ ସଫଳତା ମିଳିନଥାଏ । ପ୍ରାୟତଃ ଦେଖା ଯାଇଥାଏ କି, ଲୋକମାନେ ନିଜ ଜୀବନର ପରିସ୍ଥିତି ଏବଂ ଦାରିଦ୍ର୍ୟ ସାମ୍ନାରେ ହାର ମାନି ନିଅନ୍ତି, ଯେଉଁ କାରଣ ହେତୁ ସେମାନେ ନିଜର ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ହୋଇ ପାରନ୍ତି ନାହିଁ, କିନ୍ତୁ ଏହି ଦୁନିଆରେ ଏହିପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ପରିଶ୍ରମ, ନିଷ୍ଠା, ଉତ୍ସାହ ସହିତ ବିଶ୍ୱ ସ୍ତରରେ ନିଜ ଦେଶର ନାମ ଗୌରବାମଣ୍ଡିତ କରୁଛନ୍ତି । ଯଦିଓ ଗରିବ ପରିବାରରେ ଜନ୍ମିତ ହୋଇଥିଲେ ମଧ୍ୟ ଏହି ଲୋକମାନେ ନିଜର କଠିନ ପରିଶ୍ରମ ହେତୁ ସଫଳତାର ଶୀର୍ଷରେ ପହଞ୍ଚି ପାରୁଛନ୍ତି । ଏହିପରି କିଛି ସମାନ ବିଷୟ ରେବତୀ ବୀରାମନୀଙ୍କ ସହିତ ଘଟିଛି ।

ଆପଣଙ୍କୁ କହିରଖୁଛୁ କି, ତାମିଲନାଡୁ ରାଜ୍ୟରେ ଜନ୍ମିତ ରେବତୀ ବୀରାମନୀ ଜଣେ ଗରିବ ପରିବାରର ଅଟନ୍ତି । ବର୍ତ୍ତମାନ ସେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି। ରେବତୀ ତାଙ୍କ ଜୀବନରେ ଅନେକ କଷ୍ଟଦାୟକ ପରିସ୍ଥିତି ଦେଖିଛନ୍ତି । ଯେତେବେଳେ ସେ ମାତ୍ର ୫ ବର୍ଷ ବୟସରେ ହୋଇଥିଲେ ସେ ଅନାଥ ହୋଇ ଯାଇଥିଲେ । ଦୈନିକ ମଜୁରୀ କରୁଥିବା ଆଈ ତାଙ୍କର ଯତ୍ନ ନେଇଥିଲେ । ପ୍ରଥମେ ରେବତୀ ଖାଲି ପାଦରେ ଦୌଡ଼ିବା ଆରମ୍ଭ କରିଥିଲେ, କାରଣ ଜୋତା କିଣିବାକୁ ତାଙ୍କ ପାଖରେ ଟଙ୍କା ମଧ୍ୟ ନଥିଲା କିନ୍ତୁ ବର୍ତ୍ତମାନ ସେ ଅଲିମ୍ପିକ୍ସରେ ଦୌଡ଼ିବାର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ।

ଆପଣଙ୍କୁ କହିରଖୁଛୁ କି ତାମିଲନାଡୁ ରାଜ୍ୟର ମଦୁରାଇ ଜିଲ୍ଲାର ସକୀମଙ୍ଗଲାମ ଗ୍ରାମର ବାସିନ୍ଦା ୨୩ ବର୍ଷୀୟ ରେବତୀ ଜୁଲାଇ ମାସ ୨୩ ତାରିଖରୁ ଟୋକିଓ ଅଲିମ୍ପିକ୍ କ୍ରୀଡାରେ ଭାଗ ନେବାକୁ ଯାଉଛନ୍ତି । ସେ ଭାରତର ୪ ଗୁଣା ୪୦୦ ମିଟର ମିଶ୍ରିତ ରିଲେ ଦଳର ଜଣେ ଅଂଶୀଦାର ଅଟନ୍ତି । ରେବତୀ ବୀରାମନୀ ନିଜ ଜୀବନରେ ଅନେକ କଷ୍ଟଦାୟକ ପରିସ୍ଥିତିର ସମ୍ମୁଖୀନ କରିଛନ୍ତି । ସେ ନିଜ ଜୀବନର କଷ୍ଟକୁ ମନେ ପକାଇ କହିଥିଲେ କି, “ମୋତେ କୁହାଯାଇଥିଲା କି ମୋ ପିତାଙ୍କ ପେଟରେ କିଛି ଅସୁବିଧା ଥିବା ହେତୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଏହାର ଛଅ ମାସ ପରେ ମସ୍ତିଷ୍କ ଜ୍ଵର ହେତୁ ମୋ ମାଁ ମଧ୍ୟ ଚାଲି ଯାଇଥିଲେ । ଯେତେବେଳେ ମାଁ’ଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ରେବତୀଙ୍କ ବୟସ ୬ ବର୍ଷ ମଧ୍ୟ ହୋଇନଥିଲା ।

ରେବତୀ କହିଛନ୍ତି କି “ମୋତେ ଏବଂ ମୋ ଭଉଣୀଙ୍କୁ ମୋର ଆଈ ଲାଳନପାଳନ କରିଛନ୍ତି । ଆମକୁ ପାଳନ କରିବା ପାଇଁ ସେ ବହୁତ କମ୍ ଅର୍ଥରେ ମଧ୍ୟ ଅନ୍ୟ ମାନଙ୍କ କ୍ଷେତରେ ଇଟା ଭାଟିରେ କାମ କରୁଥିଲେ ।” ସେ ଆଗକୁ ଏହା ମଧ୍ୟ କହିଛନ୍ତି କି, ଆମ ସମ୍ପର୍କୀୟ ମାନେ ଆଈଙ୍କୁ କହିଥିଲେ କି, ଆମକୁ ମଧ୍ୟ କାମ କରିବାକୁ ପଠାଇବାକୁ । କିନ୍ତୁ ସେ ମନା କରିଦେଇ କହିଥିଲେ କି, ସେମାନେ ସ୍କୁଲ୍ ଯାଇ ଅଧ୍ୟୟନ କରିବା ଉଚିତ୍ । ୭୬ ବର୍ଷୀୟ ବୟସ୍କା ଆଈଙ୍କ ବଡ଼ପଣ ​​ହେତୁ ରେବତୀ ଏବଂ ତାଙ୍କ ଭଉଣୀ ବିଦ୍ୟାଳୟକୁ ଯାଇପାରିଛନ୍ତି ।

ଆପଣଙ୍କୁ କହିରଖୁଛୁ କି ଦୌଡ଼ରେ ଅନେକ ପ୍ରତିଭା ଅର୍ଜନ କରିଥିବା ହେତୁ ରେବତୀଙ୍କୁ ରେଳବାଇର ମଦୁରାଇ ବିଭାଗରେ ଟୀଟୀଈ ଚାକିରୀ ମିଳିଥିବା ବେଳେ ତାଙ୍କ ସାନ ଭଉଣୀ ବର୍ତ୍ତମାନ ଚେନ୍ନାଇରେ ଜଣେ ପୋଲିସ୍ କର୍ମଚାରୀ ଅଟନ୍ତି । ରେବତୀ ବହୁତ ଗରିବ ଥିଲେ, ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଜୋତା କିଣିବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନଥିଲା । ଅନେକ ଥର ସେ ଖାଲି ପାଦରେ ମଧ୍ୟ ଦୌଡିଥିଲେ । ଯେତେବେଳେ ତାଙ୍କ କୋଚ୍ କାନନ୍ ତାଙ୍କ ପ୍ରତିଭା ଦେଖି ଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସେ ରେବତୀଙ୍କ ଜୋତା ଠାରୁ ବିଦ୍ୟାଳୟ ଫି’ ଜମା କରିବାରେ ସାହାଯ୍ୟ କରିଥିଲେ ।

ଆପଣଙ୍କୁ କହିରଖୁଛୁ କି କାନନଙ୍କ ମାର୍ଗଦର୍ଶନ ହେତୁ ରେବତୀ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ତାଲିମ୍ ପ୍ରାପ୍ତ କରିଥିଲେ ଏବଂ ଏହାପରେ ତାଙ୍କୁ ରାଷ୍ଟ୍ରୀୟ କ୍ରୀଡା ସଂସ୍ଥା, ପଟିଆଲା ଠାରେ ଜାତୀୟ ଶିବିରରେ ମନୋନୀତ କରାଯାଇଥିଲା । କାନନଙ୍କ ନିର୍ଦ୍ଦେଶନାରେ ୧୦୦ ମିଟର୍ ଏବଂ ୨୦୦ ମିଟରକୁ ଚ୍ୟାଲେଞ୍ଜ କରିଥିବା ରେବତୀଙ୍କୁ ଗଲୀନା ବୁଖାରିନା ୪୦୦ ମିଟରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଥିଲେ । ସେ କହିଛନ୍ତି କି ଗଲୀନା ମ୍ୟାଡାମ୍ ମୋତେ ୪୦୦ ମିଟର୍ ଦୌଡ଼ିବାକୁ କହିଥିଲେ । ସେ କହିଛନ୍ତି ମୁଁ ବହୁତ ଖୁସି ଅଟେ କି ମୁଁ ୪୦୦ ମିଟର୍ ପ୍ରତିଯୋଗିତାରେ ଭାଗ ନେଇଛି ଏବଂ ବର୍ତ୍ତମାନ ମୁଁ ମୋର ପ୍ରଥମ ଅଲିମ୍ପିକ୍ସକୁ ଯାଉଛି । ସେ କହିଛନ୍ତି ଯେ ତାଙ୍କ ସ୍ୱପ୍ନ ଏତେ ଶୀଘ୍ର ପୂରଣ ହୋଇଯିବ, ସେ ଆଦୌ ଆଶା ପ୍ରକଟ କରିନଥିଲେ । ରେବତୀ ଏହା ମଧ୍ୟ ନିଶ୍ଚିତ କରିଛନ୍ତି କି ସେ ଅଲିମ୍ପିକ୍ସରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ।

Leave a Reply

Your email address will not be published. Required fields are marked *