ମହାରାଷ୍ଟ୍ର ଓ କେରାଳରେ ଲକ୍ଡ଼ାଉନ ପରେ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିବାକୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ…!

ମହାରାଷ୍ଟ୍ର ଓ କେରାଳରେ ଲକ୍ଡ଼ାଉନ ପରେ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିବାକୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ…!

ଦୀର୍ଘ ଦିନର ଲକ୍ଡ଼ାଉନ୍ ଓ ସଟ୍ଡ଼ାଉନ୍ ସମଗ୍ର ଦେଶରେ ପୁଣିଥରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଲା । ମହାରାଷ୍ଟ୍ର ଓ କେରଳରେ ପୁଣି ଲକ୍ଡ଼ାଉନ୍ ବେଳେ ଅନ୍ୟ କିଛି ସ୍ଥାନରେ ନାଇଟ୍ କର୍ଫ୍ୟୁ ଜାରି କାଯାଇଛି । କିନ୍ତୁ ଓଡ଼ିଶାରେ କରୋନା ଜନିତ ମାମଲା ଦିନକୁ ଦିନ କମୁଥିବା ଯୋଗୁଁ ସାଂପ୍ରତିକ ପରିସ୍ଥିତିରେ ଲକ୍ଡ଼ାଉନ୍‌ ସମ୍ଭାବନା ନାହିଁ ସତ କିନ୍ତୁ ମହାମାରୀ କରୋନା ସଂକ୍ରମଣ ଓଡିଶାରେ ନିଜର କାୟ ବିସ୍ତାର କରିବା ନାହିଁ ବୋଲି ମଧ୍ୟ କହିପାରିବା ନାହିଁ । ଅନ୍ୟ ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ଯଦି ଲୋକେ ସଚେତନ ରୁହନ୍ତି ତେବେ ଲକ୍ଡ଼ାଉନକୁ ଏଡ଼ାଇ ହେବ ।

ମହାମାରୀ କରୋନାର ପୂର୍ବ ସ୍ଥିତି ଭଳି ବର୍ତ୍ତମାନ ରାସ୍ତାଘାଟ, ବଜାର ସବୁଠି ଲୋକଙ୍କ ଭିଡ ଲାଗୁଛି । ଓଡିଶାରେ କରୋନା ଜନିତ ମାମଲା କମିବା ଦେଖି ଲୋକେ ଖାମଖିଆଲ ହୋଇଯାଇଛନ୍ତି । କିନ୍ତୁ ସମସ୍ତେ ମନେ ରଖିବା ଦରକାର ଯେ, କରୋନା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇନାହିଁ । ବର୍ତ୍ତମାନ ସୁଦ୍ଧା ପ୍ରତିଦିନ ୫୦ ରୁ ୭୦ କରୋନା ପଜିଟିଭ ରିପୋର୍ଟ ଆସୁଛି । ସମୟ ସମୟରେ କରୋନା ରୋଗୀଙ୍କ ମୃତ୍ୟୁ ଖବର ମଧ୍ୟ ଆସୁଛି । ଏହା ସତ୍ତ୍ୱେ ମଧ୍ୟ ଆମ୍ଭେମାନେ ସଚେତନ ନହେବା, ସଜାଗ ନହେବା; ତେବେ ପୁଣିଥରେ ଆମ୍ଭେମାନେ ଲକ୍ଡ଼ାଉନରେ ରହିବାକୁ ବାଧ୍ୟ ହେବାକୁ ପଡିବ । ଏମିତି କିଛି ସତର୍କବାଣୀ ଶୁଣାଇଛନ୍ତି ଡିଏମଇଟି ।

ମହାରାଷ୍ଟ୍ର ଏବଂ କେରଳରେ ପୁଣି ଥରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ତେଣୁ ସେଠାରେ ପୁଣି ଲୋକଙ୍କୁ ଲକ୍ଡ଼ାଉନରେ ରହିବାକୁ ପଡ଼ିଛି । କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ସେଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ । ଅର୍ଥାତ୍‌ ଆମ ରାଜ୍ୟରେ କରୋନା ସଂଖ୍ୟା କମୁଥିବାରୁ ଏଠି ଲକ୍ଡ଼ାଉନର ସମ୍ଭାବନା ନାହିଁ, କିନ୍ତୁ ଏହାକୁ ଏଡ଼ାଇ ହେବ ନାହିଁ । ଅନ୍ୟ ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ନେଇ ଏମିତି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଅନ୍ୟପଟେ ଆତଙ୍କିତ ନହୋଇ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ।

ଅନ୍ୟ ରାଜ୍ୟରେ କରୋନାଜନିତ ମାମଲା ବଢୁଥିବା ଦେଖି ଓଡ଼ିଶା ସରକାର ପୁଣି ଥରେ କଟକଣା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିସନର୍, ପୋଲିସ୍ କମିସନର୍, ଡିସିପି, ଏସପି ଓ ସିଡିଏମଓଙ୍କୁ ଚିଠି ଲେଖିଛି ସ୍ଵାସ୍ଥ୍ୟ ବିଭାଗ । ଯେଉଁଠି ସଂକ୍ରମଣ ବଢିବ ସେଠାରେ ଆବଶ୍ୟକ ପଡିଲେ ଲକ୍ଡ଼ାଉନ୍ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ନିର୍ଦ୍ଦେଶ ଦେଇଛି । ଏଣିକି ରାଜଧାନୀରେ କଡାକଡି ଯାଞ୍ଚ କରାଯିବ ।

ବିଶେଷ କରି ମାର୍କେଟ, ମନ୍ଦିର ଓ ଧର୍ମପୀଠ ଭଳି ଜନଗହଳିପୂର୍ଣ୍ଣ ଅଂଚଳରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବା ସହ କୋଭିଡ୍‌ ଟେଷ୍ଟ ଉପରେ ମଧ୍ୟ ଗୁରୁତ୍ଵ ଦେଇଛନ୍ତି ସରକାର ।

Leave a Reply

Your email address will not be published. Required fields are marked *