ମାତ୍ର ୨୫୦ଟଙ୍କା ନିବେଶ କରି ଝିଅଙ୍କ ନାମରେ ଖୋଲନ୍ତୁ ଆକାଉଣ୍ଟ ! ବିବାହ ବେଳକୁ ମିଳିବ ପନ୍ଦର ଲକ୍ଷ ଟଙ୍କା …

ମାତ୍ର ୨୫୦ଟଙ୍କା ନିବେଶ କରି ଝିଅଙ୍କ ନାମରେ ଖୋଲନ୍ତୁ ଆକାଉଣ୍ଟ ! ବିବାହ ବେଳକୁ ମିଳିବ ପନ୍ଦର ଲକ୍ଷ ଟଙ୍କା …

ଅଧିକାଂଶ ବ୍ୟକ୍ତି ଝିଅ ଜନ୍ମ ହେବା ମାତ୍ରେ ଏକ ଭଲ ଇନଭେଷ୍ଟମେଣ୍ଟ ପ୍ଲାନରେ ପଇସା ବିନିଯୋଗ କରିବା ଆରମ୍ଭ କରିଦିଅନ୍ତି ଯାହା ଦ୍ୱାରା ସେମାନଙ୍କର ଭବିଷ୍ୟତ ସୁରକ୍ଷିତ ହେବ ତଥା ଝିଅମାନଙ୍କ ପାଠପଢା ଏବଂ ବିବାହରେ କୌଣସି ପ୍ରତିବନ୍ଧକ ଆସିବ ନାହିଁ । ସରକାର ମଧ୍ୟ ଝିଅମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯଦି ଆପଣ ମଧ୍ୟ ନିଜ ଝିଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କିଛି ପଇସା ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି ତେବେ ଆପଣ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିପାରିବେ । ଏହି ଯୋଜନା ଅନୁଯାୟୀ ଆପଣ କେବଳ ୨୫୦ଟଙ୍କା ବିନିଯୋଗ କରି ଝିଅର ବିବାହ ଏବଂ ଅଧ୍ୟୟନ ପାଇଁ ଏକ ବଡ଼ ପରିମାଣର ଅର୍ଥ ସଞ୍ଚୟ କରିପାରିବେ । ଆସନ୍ତୁ ଏହି ଯୋଜନା ବିଷୟରେ ଭଲଭାବରେ ଜାଣିବା ।

ଏହି ଯୋଜନା ବିଷୟରେ କିଛି ବିଶେଷ କଥା

ଯଦି ଆପଣ PNBରେ ସୁକନ୍ୟା ସମୃଦ୍ଧି ଖାତା ଖୋଲିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଏଥିରେ ସର୍ବନିମ୍ନ ୨୫୦ଟଙ୍କା ଜମା କରିବାକୁ ହେବ ଏବଂ ସର୍ବାଧିକ ଆପଣ ୧,୫୦,୦୦୦ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଝିଅକୁ ୨୧ବର୍ଷ ବୟସ ପୁରିବା ପର୍ଯ୍ୟନ୍ତ ଏହି ଖାତା ଆପଣ ଚଲାଇପାରିବେ । ଯଦି ଆପଣ ଚାହାନ୍ତି ତେବେ ଝିଅକୁ ୧୮ବର୍ଷ ବୟସ ପୁରିବା ପରେ ମଧ୍ୟ ଆପଣ ମ୍ୟାଚୁରିଟି ଆମାଉଣ୍ଟ ଉଠାଇପାରିବେ ।

ଗୋଟିଏ ପରିବାରର ଦୁଇ ଝିଅଙ୍କ ପାଇଁ ଖୋଲାଯାଇପାରିବ ଆକାଉଣ୍ଟ

ଏହି ଯୋଜନା ଅଧୀନରେ ଗୋଟିଏ ପରିବାରର ସର୍ବାଧିକ ଦୁଇଟି ଝିଅଙ୍କ ପାଇଁ ଆକାଉଣ୍ଟ ଖୋଲାଯାଇପାରିବ । ପିତାମାତା କିମ୍ବା ଝିଅର ଅଭିଭାବକମାନେ PNBରେ ଗୋଟିଏ ଝିଅ ପାଇଁ ଗୋଟିଏ ଖାତା ଖୋଲିପାରିବେ ଏବଂ ଯୋଜନା ଆରମ୍ଭ ସମୟରେ ଝିଅର ବୟସ ୧୦ବର୍ଷରୁ କମ୍ ହେବା ଉଚିତ ।

ମ୍ୟାଚୁରିଟି ପରେ ଅଭିଭାବକ ପାଇବେ ପନ୍ଦର ଲକ୍ଷରୁ ଅଧିକ

ଯଦି ଆପଣ ଏହି ଯୋଜନାରେ ପ୍ରତିମାସରେ ୩୦୦୦ଟଙ୍କା ବିନିଯୋଗ କରନ୍ତି ଅର୍ଥାତ ବର୍ଷକୁ ୩୬୦୦୦ଟଙ୍କା ବାର୍ଷିକ ୭.୬ % ସୁଧ ହାର ଅନୁଯାୟୀ ଆପଣ ୯,୧୧,୫୭୪ଟଙ୍କା ପାଇବେ । ୨୧ ବର୍ଷ ସୁଦ୍ଧା ଏହି ମ୍ୟାଚୁରିଟି ଆମାଉଣ୍ଟ ପ୍ରାୟ ୧୫,୨୨,୨୨୧ ଟଙ୍କା ହୋଇଯିବ ଏବଂ ଏହି ପରିମାଣ ସମ୍ପୂର୍ଣ୍ଣ ଭାବେ ଇନକମ୍ ଟ୍ୟାକ୍ସ ଫ୍ରି ଅଟେ ।

ଦେବାକୁ ପଡିବ ଏହି ସବୁ ଡକ୍ୟୁମେଣ୍ଟ

ଆପଣ PNBର ଯେକୌଣସି ଶାଖାରେ ଆପଣ ସୁକନ୍ୟା ସମୃଦ୍ଧି ଯୋଜନା ଖାତା ଖୋଲିପାରିବେ । ସୁକନ୍ୟା ସମୃଦ୍ଧି ଖାତା ଖୋଲିବା ପାଇଁ ଆପଣଙ୍କୁ ସୁକନ୍ୟା ସମୃଦ୍ଧି ଖାତା ଫର୍ମ, ଶିଶୁର ଜନ୍ମ ପ୍ରମାଣପତ୍ର, ଜମାକାରୀଙ୍କ ପରିଚୟ ପତ୍ର ଯେପରିକି ପାନ୍ କାର୍ଡ, ରାସନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ଇତ୍ୟାଦି, ଜମାକାରୀଙ୍କ ଠିକଣାର ପ୍ରମାଣପତ୍ର ଯେପରିକି ପାସପୋର୍ଟ, ରାସନ୍ କାର୍ଡ, ବିଦ୍ୟୁତ୍ ବିଲ୍, ଟେଲିଫୋନ୍ ବିଲ୍ ଇତ୍ୟାଦି ଦେବାକୁ ହେବ । ଆପଣ ଟଙ୍କା ଜମା କରିବା ପାଇଁ ନେଟ୍ ବ୍ୟାଙ୍କିଙ୍ଗ ମଧ୍ୟ ବ୍ୟବହାର କରିପାରିବେ ।

Leave a Reply

Your email address will not be published. Required fields are marked *