କେବଳ ଏହି ଗୋଟିଏ ଜିନିଷର ପ୍ରୟୋଗ କରି ନିଜ ହୃଦୟ ନଳୀରେ ହୋଇଥିବା ବ୍ଲୋକେଜକୁ ସମ୍ପୂର୍ଣ୍ଣ ରୂପେ ଠିକ୍ କରିପାରିବେ !

କେବଳ ଏହି ଗୋଟିଏ ଜିନିଷର ପ୍ରୟୋଗ କରି ନିଜ ହୃଦୟ ନଳୀରେ ହୋଇଥିବା ବ୍ଲୋକେଜକୁ ସମ୍ପୂର୍ଣ୍ଣ ରୂପେ ଠିକ୍ କରିପାରିବେ !

ଆଜିକାଲି ଲୋକଙ୍କ ଜୀବନଶୈଳୀ ବହୁତ ପରିବର୍ତ୍ତନ ହୋଇଗଲା । ସେମାନେ ନିଜ କାମରେ ଏତେ ବ୍ୟସ୍ତରେ ରହିଥାନ୍ତି କି, ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇନଥାନ୍ତି । କିଛି ଲୋକ ଏଭଳି ମଧ୍ୟ ଅଛନ୍ତି, ଯେଉଁମାନେ କି ବହୁତ ଚିନ୍ତିତରେ ରହି ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରିନଥାନ୍ତି ଓ ରାତିରେ ବହୁତ ଡ଼େରିରେ ଶୋଇଥାନ୍ତି । ଏଭଳି ଅନେକ କାରଣ ଅଛି, ଯାହା ଯୋଗୁଁ କି ଲୋକମାନେ ନ ଚାହିଁ ମଧ୍ୟ ବିମାର ହେଉଛନ୍ତି । ଯଦି ସମୟ ଥିଲାବେଳେ ହିଁ ଆମ ଶରୀର ପ୍ରତି ଧ୍ୟାନ ଦେବା ତେବେ ଭବିଷ୍ୟତରେ ଆମକୁ ଅଧିକ କଷ୍ଟ ସହନ କରିବାକୁ ଆବଶ୍ୟକ ପଡ଼ିବ ନାହିଁ ।

google

ଆଜିକାଲି ହୃଦୟ ଜଡ଼ିତ ସମସ୍ୟା ବହୁତ ପରିମାଣରେ ବଢ଼ିବାକୁ ଲାଗୁଛି । ସେଥିରୁ ଗୋଟିଏ ବଡ଼ ସମସ୍ୟା ହେଉଛି, ହୃଦୟ ନଳୀରେ ବ୍ଲୋକେଜ୍ ହେବା । ଯାହାକି ଭବିଷ୍ୟତରେ ତାହା ହାର୍ଟ ଆଟାକ୍ ହୋଇଥାଏ । ଅଧିକାଂଶ ଲୋକଙ୍କ ହୃଦୟରେ ବ୍ଲୋକେଜର ସମସ୍ୟା ଦେଖିବାକୁ ମିଳେ । ଅଧିକ ଲୋକଙ୍କ ମୃତ୍ୟୁ ହେବାର ମୁଖ୍ୟ କାରଣ ହେଉଛି, ହୃଦୟ ନଳୀରେ ବ୍ଲୋକେଜ୍ ୮୦ ପ୍ରତିଶତ ବା ତାହାଠାରୁ ଅଧିକ ହେଲେ ହିଁ କିଛି କଷ୍ଟ ହେବାର ଅନୁଭବ କରିଥାଉ । ଯଦି ତାହାକୁ କେହି ଅଣଦେଖା କରିଥାନ୍ତି, ତେବେ ହିଁ ତାହା ଆମପାଇଁ ବହୁତ ବିପଦ ହୋଇଥାଏ । ତେବେ ଚାଲନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଘରୋଇ ଉପଚାର ବିଷୟରେ ଜାଣିବା ।

ଲାଉ –

google

ହୃଦୟ ଜଡ଼ିତ ସମସ୍ୟା ପାଇଁ ଲାଉ ହେଉଛି ଦୁନିଆର ସବୁଠାରୁ ଶ୍ରେଷ୍ଟ ଔଷଧ । ଲାଉ କେବଳ ହୃଦୟ ପାଇଁ ହିଁ ଉତ୍ତମ ନୁହେଁ ଏହା ସହିତ ଅନେକ ବେମାରକୁ ମଧ୍ୟ ଠିକ୍ କରିଥାଏ । ହୃଦୟକୁ ମଜବୁତ କରିବାକୁ ଓ ହାର୍ଟ ଆଟାକ୍ ଠାରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଲାଉର ରସ ନିଶ୍ଚୟ ସେବନ କରନ୍ତୁ । ଏହାକୁ ନିରନ୍ତର ୩ ମାସ ପର୍ଯ୍ୟନ୍ତ ସେବନ କରିବାକୁ ପଡ଼ିବ । ଯଦି ୩ ମାସ ସେବନ କରିପାରିବେ ନାହିଁ, ତେବେ ୭ ଦିନ ସେବନ କରନ୍ତୁ ଓ ନିଜ ଭିତରେ ହୋଇଥିବା ପରିବର୍ତ୍ତନକୁ ନିଜେ ହିଁ ଅନୁଭବ କରନ୍ତୁ ।

ସେବନ ବିଧି –

google

ପ୍ରଥମେ ଲାଉକୁ ଚୋପା ସହିତ ଛୋଟ ଛୋଟ ଖଣ୍ଡ କାଟି ଦିଅନ୍ତୁ । ପରେ ତାହାକୁ ଗୋଟିଏ ମିକ୍ସ ଜାରରେ ପକାଇ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ପରେ ଏହାକୁ ଛାଣି ଦିଅନ୍ତୁ ଓ ଏଥିରେ ଅଧା ଚାମଚ ପୁଦିନା ପତ୍ରର ରସ, ଅଧା ଚାମଚ ତୁଳସୀ ପତ୍ରର ରସ, ଅଧା ଚାମଚ ଅଦା ରସ ଓ ଅଧା ଚାମଚ ଧନିଆ ପତ୍ରର ରସ ମିଶାଇ ଦିଅନ୍ତୁ । ଏହି ଗୋଟିଏ ଗ୍ଲାସ୍ ରସକୁ ସକାଳେ ଖାଲି ପେଟରେ ସେବନ କରିବା ଉଚିତ । ଗୋଟିଏ କଥା ମନେ ରଖିବେ ଲାଉ ଛୋଟ ଓ କଅଁଳ ହେବା ଆବଶ୍ୟକ ଏବଂ ଲାଉରେ କୌଣସି ପ୍ରକାରର କେମିକାଲର ପ୍ରୟୋଗ ହୋଇନଥିବା ଉଚିତ ତେବେହି ଏହା କାମ କରିବ ।

Leave a Reply

Your email address will not be published. Required fields are marked *