ଲକ୍ଷ ଜଣକଙ୍କ ମଧ୍ୟରେ କେବଳ ଜଣେ ହିଁ ବୁଦ୍ଧିମାନ୍ ବ୍ୟକ୍ତି ବାହାର କରିପାରିବ, ଗଛରେ ଓହ୍ଳିଥିବା ବ୍ୟକ୍ତି କିପରି ବଞ୍ଚିବା ପାରିବ ! ଆସନ୍ତୁ ଜାଣିବା ବ୍ୟକ୍ତି ଜଣକ କିପରି ବଞ୍ଚିବା ପାରିବ :

ଲକ୍ଷ ଜଣକଙ୍କ ମଧ୍ୟରେ କେବଳ ଜଣେ ହିଁ ବୁଦ୍ଧିମାନ୍ ବ୍ୟକ୍ତି ବାହାର କରିପାରିବ, ଗଛରେ ଓହ୍ଳିଥିବା ବ୍ୟକ୍ତି କିପରି ବଞ୍ଚିବା ପାରିବ ! ଆସନ୍ତୁ ଜାଣିବା ବ୍ୟକ୍ତି ଜଣକ କିପରି ବଞ୍ଚିବା ପାରିବ :

ଜୀବନ ଯେତିକି ସୁନ୍ଦର ଅଟେ, ସେତିକି କଷ୍ଟକର ଅଟେ, କିନ୍ତୁ କଷ୍ଟରୁ ମୁକ୍ତି ପାଇବା ପରେ ଯେଉଁ ଖୁସି ମଣିଷକୁ ହୋଇଥାଏ, ତା ଠାରୁ ବଢି ଆଉ କୌଣସି ଖୁସି ଏ ଦୁନିଆଁରେ ନାହିଁ । ଲୋକମାନଙ୍କର ସବୁବେଳେ କିଛି ନା କିଛି ସମସ୍ୟା ଲାଗି ରହିଥାଏ । ଏଭଳି ପରିସ୍ଥିତିରେ ଯେତେବେଳେ ମଧ୍ୟ ମଣିଷ ଏହାର ସମାଧାନ ବାହାର କରିଥାଏ, ସେତେବେଳେ ଏହା ତା’ର ବୁଦ୍ଧିମାନତାର ପରିଚୟ ହୋଇଥାଏ । କାରଣ ଯେତେବେଳେ ଖରାପ ପରିସ୍ଥିତି ଆସିଥାଏ, ସେତେବେଳେ ବୁଦ୍ଧି ଶୂନ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଧୋର୍ଯ୍ୟ ଏବଂ ବୁଦ୍ଧିମତାକୁ ଯିଏ ପରିଚୟ ଦେଇଥାଏ, ସେ ଖରାପ ସମୟରୁ ମୁକ୍ତି ପାଇଥାଏ ।

ପିଲାବେଳେ ସ୍କୁଲରେ ଗୋଟିଏ ପାଠ ପଢା ଯାଉଥିଲା । ଦୁଇଜଣ ଘନିଷ୍ଠ ବନ୍ଧୁ ଜଙ୍ଗଲ ଦେଇ ଯାଉଥିଲେ । ହଠାତ୍ ସେମାନେ ଆଗରେ ଭାଲୁକୁ ଦେଖି ପାରିଲେ । ଜୀବନ ବଞ୍ଚାଇବା ପାଇଁ ଜଣେ ବନ୍ଧୁ ଗଛ ଉପରକୁ ଚଢ଼ିଗଲା କିନ୍ତୁ ଆଉ ଜଣେ ଗଛ ଉପରକୁ ଚଢ଼ିବା ଶିଖି ନଥିଲା । ସେଥିପାଇଁ ସେ ନିଜର ନିଶ୍ୱାସ ବନ୍ଦ କରି ମାଟି ଉପରେ ଶୋଇ ପଡ଼ିଲା । ଯେହେତୁ ଆପଣ ଜାଣିଥିବେ ଯେ ଭାଲୁ ମୃତ ଶରୀର ଅର୍ଥାତ ଶବକୁ ଖାଏ ନାହିଁ, ତେଣୁ ତା’ର ଜୀବନ ବଞ୍ଚିଗଲା ।

ଏଠାରେ ପରିସ୍ଥିତି ଆଉ କିଛି ଅଛି । ଫୋଟକୁ ଭଲ ଭାବରେ ଦେଖନ୍ତୁ

ଏଠାରେ ପ୍ରଦର୍ଶନ କରାଯାଇଥିବା ଫୋଟରେ ପରିସ୍ଥିତି ଏଭଳି କିଛି ସ୍ୱତନ୍ତ୍ର ରହିଛି:-

ବାସ୍ତବରେ ନଦୀ କୂଳରେ ଜଣେ ବ୍ୟକ୍ତି ଛିଡା ହୋଇଥିବା ସମୟରେ ହଠାତ୍ ଏକ ବାଘ ଆସିଗଲା । ବ୍ୟକ୍ତି ଜଣକ ନଦୀକୁ ଡେଇଁଥାନ୍ତେ କିନ୍ତୁ ତାଙ୍କୁ ଦୁଇଟି କୁମ୍ଭୀର ଦେଖାଗଲା, ଏଭଳି ପରିସ୍ଥିତିରେ ବର୍ତ୍ତମାନ ତାଙ୍କ ନିକଟରେ କୌଣସି ରାସ୍ତା ନଥିଲା । ତା’ପରେ ସେ ଦେଖିଲା ଗୋଟିଏ ଗଛ ଅଛି, ତେଣୁ ସେ ଗଛ ଉପରକୁ ଚଢ଼ିଗଲା କିନ୍ତୁ ଗଛର ମଝି ଭାଗରେ ସେ ଦେଖି ପାରିଲା ଯେ ଗୋଟିଏ ବିଷଧର ସାପ ଗଛ ଉପରେ ରହିଛି । ତେଣୁ ସେ ମଝିରେ ଅଟକିଗଲା । କିନ୍ତୁ ବର୍ତ୍ତମାନ କଥା ହେଉଛି ଗଛ ମୂଳରେ ଗୋଟିଏ ବନ୍ଧୁକ ପଡି ରହିଛି, ଯାହାକୁ ସେ ଚଳାଇ ବାଘ କବଳରୁ ରକ୍ଷା ପାଇ ପାରିବ । ବର୍ତ୍ତମାନ ପ୍ରଶ୍ନ ଏହା ଯେ ସେହି ବ୍ୟକ୍ତି ନା ଉପରକୁ ଯାଇପାରିବ ନା ତଳକୁ ଓହ୍ଲାଇବା ପରିସ୍ଥିତିରେ ଅଛି । ଏଭଳି ପରିସ୍ଥିତିରେ କଣ କରି ତା’ର ଜୀବନ ବଞ୍ଚାଇବ । କାରଣ ପାଣିରେ ମଧ୍ୟ କୁମ୍ଭୀର ଅଛି ।

ଏହି ଫୋଟରେ ରହିଥିବା ପ୍ରଶ୍ନର ଲକ୍ଷେ ଜଣଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଉତ୍ତର ରହିଛି । ବର୍ତ୍ତମାନ ଦେଖିବା କିଏ ସେ ବୁଦ୍ଧିମାନ୍ ଯିଏ ଏହାର ଉତ୍ତର ବାହାର କରିବାରେ ସଫଳ ହୋଇପାରିବ । ଯଦି ଆପଣ ଏହାର ସଠିକ୍ ଉତ୍ତର ଦେଇପାରିବେ ତେବେ ବିଶ୍ୱାସ କରନ୍ତୁ ଆପଣ ଯେକୌଣସି ପରିସ୍ଥିତିର ସମ୍ମୁଖୀନ କରିପାରିବେ ।

ତେବେ ସଠିକ୍ ଉତ୍ତର ହେଉଛି ବ୍ୟକ୍ତି ସାପ ଠାରୁ ମାତ୍ର କିଛି ଦୂରରେ ରହିଛି, ଯଦି ସେ ବିନା କୌଣସି ବିଳମ୍ବ ନ କରି ସାପଟିକୁ ଧରି ବାଘ ଉପରକୁ ଫୋପାଡ଼ିଦେବ, ତେବେ ବାଘ ତା’ଉପରକୁ ହୋଇଥିବା ହଠାତ୍ ଏକ ଆକ୍ରମଣ ଯୋଗୁଁ ଭୟଭୀତ ହୋଇ ପଛକୁ ହଟିଯାଇପାରେ ଏବଂ ତାହାର ଦୃଷ୍ଟି ଅନ୍ୟ ଆଡ଼କୁ ଚାଲି ଯାଇପାରେ । ଏହି ସମୟ ମଧ୍ୟରେ ସେ ତଳକୁ ଯାଇ ବନ୍ଧୁକ ଆଣିପାରେ ।

ଅନ୍ୟ ଉତ୍ତର ଏହା ଯେ ଗଛର ଆଉ ଏକ ଡାଲକୁ ଭାଙ୍ଗି ସାପକୁ ମରା ଯାଇପାରେ । ଏହାପରେ ସାପ ମାଧ୍ୟମରେ ବାଘର ଧ୍ୟାନ ଭଙ୍ଗ କରିବାପାଇଁ ସଫଳତା ମିଳିପାରେ । ଏହାସହ ବନ୍ଧୁକ ଉଠାଇ ଯେକୌଣସି ପରିସ୍ଥିତିର ସମ୍ମୁଖିନ କରାଯାଇପାରେ । କିମ୍ବା ସାପକୁ ମାରିବା ପରେ ବାଘଟିର ଶୋଇବାର ଅପେକ୍ଷା କରନ୍ତୁ କାରଣ ବାଘ ଏକ ଅଳସୁଆ ପଶୁ ଅଟେ ଏବଂ ତାକୁ ଅଧିକ ନିଦ ମଧ୍ୟ ଆସିଥାଏ ।

Leave a Reply

Your email address will not be published. Required fields are marked *