କରୋନା ସମୟରେ ମନୁଷ୍ୟ ପାଇଁ ବରଦାନ ଅଟେ ଏହି ପିଆଜ ଚାହା ! ବଢାଇଥାଏ ରୋଗ ପ୍ରତିଷେଧକ ଶକ୍ତି…

କରୋନା ସମୟରେ ମନୁଷ୍ୟ ପାଇଁ ବରଦାନ ଅଟେ ଏହି ପିଆଜ ଚାହା ! ବଢାଇଥାଏ ରୋଗ ପ୍ରତିଷେଧକ ଶକ୍ତି…

ଭାରତରେ କରୋନା ଭାଇସ୍ କମିବାର ନାମ ନେଉନାହିଁ । ପ୍ରତିଦିନ ହଜାର ହଜାର ନୂତନ ରୋଗୀ ଚିହ୍ନଟ ହେଉଛନ୍ତି । କରୋନା ଜୀବାଣୁ ଦ୍ୱାରା ସେହି ବ୍ୟକ୍ତି ବେଶି ପ୍ରଭାବିତ ହେଉଛନ୍ତି ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କମ୍ ଅଟେ । ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଅଧିକ ସେମାନଙ୍କ ଉପରେ କରୋନାର ପ୍ରଭାବ କମ୍ ଅଟେ ।

ପିଆଜ ଚା’ ସହିତ ବଢ଼ାନ୍ତୁ ରୋଗ ପ୍ରତିରୋଧକ ଶକ୍ତି

କରୋନା ଜୀବାଣୁ ସହ ମୁକାବିଲା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ନିହାତି ଜରୁରୀ ବୋଲି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଅନେକ ଉପାୟ ଅଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଉତ୍କୃଷ୍ଟ ଏବଂ ପ୍ରଭାବଶାଳୀ ଉପାୟ କହିବାକୁ ଯାଉଛୁ । ଆପଣ ପିଆଜ ଚାହାକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ବ୍ୟବହାର କରିପାରିବେ ।

ରୋଗଠୁ ଆପଣଙ୍କୁ ଦୂରେଇ ରଖିବ ପିଆଜ ଚାହା

ପିଆଜ ଚାହାରୁ ଆପଣଙ୍କୁ ଅନେକ ଲାଭ ମିଳିବ । ଏହା କେବଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ନାହିଁ ଏହା ସହ ଆପଣଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେବ । କରୋନା ଭାଇରସ୍ ହେଉ କିମ୍ବା ଅନ୍ୟ କୌଣସି ଭାଇରସ୍ ଏହି ପିଆଜ ଚା’ ଆପଣଙ୍କୁ ସମସ୍ତ ପ୍ରକାର ଭାଇରସ୍ ଠାରୁ ରକ୍ଷା କରିବ । ବିଶେଷକରି କରୋନା ପାଇଁ ଏହା ବହୁତ ଉପଯୋଗୀ ଅଟେ । ଆପଣ ଏହାକୁ ପ୍ରତିଦିନ ପିଇବା ଉଚିତ ।

ପିଆଜ ଚାହା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ

ପିଆଜ ଚାହା ବନେଇବା ବହୁତ ସହଜ ଅଟେ । ଏଥିପାଇଁ ଆପଣଙ୍କୁ ଅଧିକ ସାମଗ୍ରୀର ମଧ୍ୟ ଆବଶ୍ୟକତା ନାହିଁ । ଯଦି ଆପଣ ପିଆଜ ଚା’ ତିଆରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦରକାର ୧ଟି କଟା ପିଆଜ, ୩ଟି ଲବଙ୍ଗ, ୨ ଚାମଚ୍ ମହୁ, ୧ଟି ତେଜପତ୍ର ଏବଂ ୨ଟି କଟା ରସୁଣ ପାଖୁଡା ।

କିପରି ପ୍ରସ୍ତୁତ କରିବେ ପିଆଜ ଚାହା ?

ପିଆଜ ଚା ତିଆରି କରିବା ପାଇଁ ପ୍ରଥମ ଏକ ପାଣି ଭର୍ତ୍ତି ପାତ୍ର ଗ୍ୟାସ୍ ଉପରେ ରଖନ୍ତୁ । ଧୀମା ଆଞ୍ଚରେ ଗ୍ୟାସ୍ ଜଳାନ୍ତୁ । ଏବେ କଟା ରସୁଣ ଏବଂ ପିଆଜ ପକାଇ ଏହାକୁ ୨-୩ ମିନିଟ୍ ଫୁଟାନ୍ତୁ । ଏହାପରେ ଏଥିରେ ତେଜପତ୍ର ଏବଂ ଲବଙ୍ଗ ପକାନ୍ତୁ । କମ୍ ଆଞ୍ଚରେ ଏହାକୁ ଫୁଟିବାକୁ ଦିଅନ୍ତୁ । ଏହା ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ଏବେ ଆପଣଙ୍କ ପାଇଁ ପିଆଜ ଚା’ ପ୍ରସ୍ତୁତ ହୋଇଗଲା ।

ଏହି ଚାହାକୁ କପରେ ଛାଣନ୍ତୁ । ଯଦି ଆପଣ ଚାହାଁନ୍ତି ଏହାର ସ୍ୱାଦ ବଢାଇବା ପାଇଁ ଆପଣ ମହୁ ମଧ୍ୟ ମିଶାଇ ପାରିବେ କିନ୍ତୁ ଏଥିରେ ଚିନି ବ୍ୟବହାର କରନ୍ତୁ ନାହିଁ । ଆପଣ ଚାହିଁଲେ ଏଥିରେ ଗୁଡ଼ ମଧ୍ୟ ମିଶାଇ ପାରିବେ । ଆପଣ ଏହି ପିଆଜ ଚାହା ପ୍ରତିଦିନ ଥରେ ପିଇପାରିବେ । ଏହାକୁ ‘ଏକ କପ୍’ରୁ ଅଧିକ ପିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *