Coronavirus Vaccine: ପରିକ୍ଷଣର ଅନ୍ତିମ ଚରଣରେ ପହଞ୍ଚିଛି ଚୀନର ଗୋଟିଏ ଭ୍ୟାକ୍ସିନ୍ ! ଦ୍ୱିତୀୟଟିକୁ ମଧ୍ୟ ମିଳିଛି ସବୁଜ ସଙ୍କେତ ।

Coronavirus Vaccine: ପରିକ୍ଷଣର ଅନ୍ତିମ ଚରଣରେ ପହଞ୍ଚିଛି ଚୀନର ଗୋଟିଏ ଭ୍ୟାକ୍ସିନ୍ ! ଦ୍ୱିତୀୟଟିକୁ ମଧ୍ୟ ମିଳିଛି ସବୁଜ ସଙ୍କେତ ।

କରୋନା ଭାଇରସର ଆରମ୍ଭ ଚୀନର ଊହାନ ସହରରୁ ହୋଇଥିଲା ଏବଂ ବର୍ତ୍ତମାନ ଏହା ସମଗ୍ର ଦୁନିଆର ୨୧୦ ଠାରୁ ଉର୍ଦ୍ଧ୍ବ ଦେଶକୁ ବ୍ୟାପି ଯାଇଛି । କରୋନା ଭାଇରସକୁ ନେଇ ସମଗ୍ର ଦୁନିଆରେ ଚୀନକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଭାରତ, ଆମେରିକା, ଋଷ, ବ୍ରିଟେନ୍ ସମେତ ଦୁନିଆର ଅନେକ ଦେଶ କରୋନା ହେତୁ ବହୁତ ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଛନ୍ତି । ସମଗ୍ର ଦୁନିଆର ଲୋକମାନେ କରୋନା ଭ୍ୟାକ୍ସିନର ଅପେକ୍ଷାରେ ରହିଛନ୍ତି ଏବଂ ଅନେକ ଦେଶର ବୈଜ୍ଞାନିକ ମାନେ ମଧ୍ୟ ଏହାକୁ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଦେଢ଼ ଡଜନ ଭ୍ୟାକ୍ସିନ ମନୁଷ୍ୟ ପରିକ୍ଷଣ ପର୍ଯ୍ୟୟରେ ରହିଛି । ଏଥିରେ ଚୀନ୍ ମଧ୍ୟ ଆଗୁଆ ଚାଲିଛି । ସମାଚାର ଏଜେନ୍ସି ରାୟଟର୍ସ ମୁତାବକ, ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପ୍ରତିଯୋଗିତାରେ ଚୀନ୍ ଅନେକ ଦେଶ ମାନଙ୍କୁ ପଛରେ ପକାଇଛି । ଏଠାରେ ଏକ ଭ୍ୟାକ୍ସିନ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି, ଯେତେବେଳେକି ଅନ୍ୟ ଏକ ଭ୍ୟାକ୍ସିନକୁ ମଧ୍ୟ ସୀମିତ ଲୋକଙ୍କ ଉପରେ ପରିକ୍ଷଣ କରିବା ପାଇଁ ଅନୁମତି ମିଳିଛି ।

google

* ଚୀନରେ ବୈଜ୍ଞାନିକ, ଚିକିତ୍ସିକ, ଚୀନୀ ସେନା ଏବଂ ଘରୋଇ ସଂସ୍ଥା ଭ୍ୟାକ୍ସିନ୍ ପ୍ରସ୍ତୁତକୁ ନେଇ ସମ୍ପୁର୍ଣ୍ଣ ବଳ ପ୍ରୟୋଗ କରିଦେଇଛନ୍ତି । ଚୀନର ପ୍ରଥମ ଭ୍ୟାକ୍ସିନ୍ ଫାର୍ମା କମ୍ପାନୀ ସିନୋଵୈକ ବାୟୋଟିକ୍ ପ୍ରସ୍ତୁତ କରିଛି । ଏହା ଚୀନର ଦ୍ୱିତୀୟ ଏବଂ ଦୁନିଆର ତୃତୀୟ ଏହିପରି ଭ୍ୟାକ୍ସିନ୍ ଅଟେ, ଯାହା ତୃତୀୟ ପର୍ଯ୍ୟାୟ ପରିକ୍ଷଣରେ ପହଞ୍ଚିସାରିଛି ।

google

* ଚୀନର ଅନ୍ୟ ଏକ ଭ୍ୟାକ୍ସିନ୍ ପୀଏଲଏ ଅର୍ଥାତ ଚୀନର ପୀପୁଲ୍ସ ଲିବେରେଶନ ଆର୍ମୀ ମେଡ଼ିକାଲ ରିସର୍ଚ୍ଚ ୟୁନିଟ୍, ନିଜ କମ୍ପାନୀ କେନସିନୋ ସହିତ ମିଶି ପ୍ରସ୍ତୁତ କରିଛି । ଏହି ଭ୍ୟାକ୍ସିନକୁ ପରିକ୍ଷଣ ନିମନ୍ତେ ସୀମିତ ଲୋକଙ୍କ ଉପରେ ବ୍ୟବହାର କରିବା ପାଇଁ ଅନୁମତି ଦେଇ ଦିଆଯାଇଛି ।

google

* ଚୀନୀ ମିଡ଼ିଆ ମୁତାବକ, ପୀଏଲଏର ମୁଖ୍ୟ ବୈଜ୍ଞାନିକ ଚେନ୍ ବୀ ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେଇଛନ୍ତି । ବହୁ ବର୍ଷ ପୁର୍ବେ ସାର୍ସ ଭାଇରସର ଚିକିତ୍ସାରେ ହେବାକୁ ଥିବା ପ୍ରୟୋଗ ମଧ୍ୟ ଚେନ୍ ବୀ ଠାରେ ହିଁ କରାଯାଇଥିଲା । ଚୀନରେ କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ କମୁଥିବା କାରଣ ଏହାର ଆଗାମୀ ଲକ୍ଷ୍ୟ ପରିକ୍ଷଣ ନିମନ୍ତେ ଅନ୍ୟ ଦେଶ ମାନଙ୍କ ପ୍ରତି ଛିଡା ହେବା ଅଟେ । ବ୍ରାଜିଲ୍, କାନାଡ଼ା, ମେକ୍ସିକୋ, ଇଣ୍ଡୋନେସିଆ ଏବଂ ୟୁଏଈ ଅର୍ଥାତ ସଂଯୁକ୍ତ ଆରବ ଅମୀରାତ ନିଜର ସେଠାରେ ପରିକ୍ଷଣ କରିବାକୁ ସମ୍ମତି ଦେଇଛନ୍ତି ।

google

ଅସକ୍ରିୟ ଭ୍ୟାକ୍ସିନ୍ ପ୍ରକ୍ରିୟା ଚୀନ୍ ଇନଏକ୍ଟିଭେଟେଡ଼ ଅର୍ଥାତ ଅସକ୍ରିୟ ଭ୍ୟାକ୍ସିନ୍ ପ୍ରକ୍ରିୟା ଉପରେ କାମ କରୁଛି, ଯାହାର ବ୍ୟବହାର ଇନଫ୍ଲୁଏଞ୍ଜା ଏବଂ ମିଜେଲ୍ସର ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାରେ କରାଯାଇଛି । ପୋଲିଓର ଯେଉଁ ଭ୍ୟାକ୍ସିନର ଅନୁମତି ୧୯୯୫ ମସିହାରେ ଡାକ୍ତର ଜୋନସ ସାଳ୍କ କରିଥିଲେ, ତାହା ନିଷ୍କ୍ରିୟ ଟୀକା ହିଁ ଅଟେ । ନିଷ୍କ୍ରିୟ ଟୀକା ମଧ୍ୟ ଭ୍ୟାକ୍ସିନର ଗୋଟିଏ ପ୍ରକାର ଅଟେ । ଯାହାର ଫୋକସ ଶରୀରରେ ଆଣ୍ଟିବଡିର ନିର୍ମାଣ କରିବା ଠାରୁ ଅଧିକ ରୋଗାଣୁ ଏବଂ ବିଷାଣୁ ଶେଷ କରିବା ହୋଇଥାଏ।

google

ବିଶେଷଜ୍ଞ ମାନଙ୍କ ନିଷ୍କ୍ରିୟ ଭ୍ୟାକ୍ସିନ୍ ସଫଳତାର ଅଧିକ ଆଶା ରହିଛି । ଏହି ପ୍ରକ୍ରିୟାରେ ପ୍ରସ୍ତୁତ ଭ୍ୟାକ୍ସିନର ଫୋକସ୍ ରୋଗ ପ୍ରସାର କରୁଥିବା ରୋଗାଣୁ ଏବଂ ବିଷାଣୁ ମାନଙ୍କୁ ଶେଷ କରିବା ହୋଇଥାଏ । ଏହିପରି ଭାବରେ ସମୟ ସମୟରେ କିଛି ଡୋଜ୍ ଦିଆଯାଇଥାଏ, ଯାହା ଫଳପ୍ରଦ ହୋଇଥାଏ । ଆମେରିକାର ମାଡର୍ନା କମ୍ପାନୀ ହେଉ କିମ୍ବା ଜର୍ମାନୀ କମ୍ପାନୀ କ୍ୟୋରବେକ୍, ଏହି କମ୍ପାନୀ ଗୁଡ଼ିକ ମେସେଞ୍ଜର ଆରଏନଏ ପ୍ରକ୍ରିୟା ଉପରେ କାମ କରୁଛନ୍ତି । ସେଠାରେ ଅନେକ ଦେଶ ଇମ୍ୟୁନିଟି ବଢାଇବା ପରି ପ୍ରକ୍ରିୟା ଉପରେ କାମ କରୁଛନ୍ତି ।

google

ଚୀନରେ ଭ୍ୟାକ୍ସିନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲୁଛି । ଏଥିପାଇଁ ଚୀନ୍ ଫାର୍ମା କମ୍ପାନୀ ସିନୋବେକ୍ ଏବଂ ସିନୋଫାର୍ମାକୁ ପ୍ରଥମେ ଏବଂ ଦ୍ଵିତୀୟ ପର୍ଯ୍ୟାୟର ପରିକ୍ଷଣ ଗୋଟିଏ ସାଥିରେ କରିବା ପାଇଁ ଅନୁମତି ଦେଇଥିଲା । ଏହିପରି ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପ୍ରକ୍ରିୟା ବହୁତ ଲମ୍ବା ଅଟେ କିନ୍ତୁ କରୋନା ମାହାମାରି ପରି ଆପତ୍ତିଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଦେଶ ମାନଙ୍କରେ ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପରିକ୍ଷଣର ଅନୁମତି ଏକା ସାଙ୍ଗରେ ଦିଆଯାଉଛି କିମ୍ବା ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟର ଅନୁମତି ।

google

ଚୀନରେ ଭ୍ୟାକ୍ସିନର ସଫଳତାର ସମ୍ଭାବନା ଅନ୍ୟ ଦେଶ ମାନଙ୍କ ଠାରୁ ଏଥିପାଇଁ ଅଧିକ ଅଛି । କାରଣ ଏଠାରେ କୌଣସି ଅନ୍ୟ ଔଷଧ ନିୟାମକ ସଂସ୍ଥାର ନୁହେଁ, ବରଂ ପୀପୁଲ୍ସ ଲିବ୍ରେଶନ୍ ଆର୍ମୀର କାର୍ଯ୍ୟଦକ୍ଷତା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପୀଏଲଏ ହିଁ ଏଠାରେ ଔଷଧ ମାନଙ୍କୁ ଅନୁମୋଦନ କରିଥାଏ । ଏପରି ସମ୍ଭାବନା ଅଛି କି, ପରିକ୍ଷଣ ପରେ ଅନୁମୋଦନରେ ସମୟ ଲାଗିବ ନାହିଁ । ଜ୍ଞାତ ଅଛି କି, ବିଗତ ମାସରେ ପୀଏଲଏ କୈନସୀନୋଙ୍କ ସହିତ ମିଶି ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛି । ଯାହାର ପରିକ୍ଷଣ ପାଇଁ ସୀମିତ ଲୋକଙ୍କ ଉପରେ ବ୍ୟବହାର କରିବା ପାଇଁ ଅନୁମତି ମିଳି ସାରିଛି ।

Leave a Reply

Your email address will not be published. Required fields are marked *