୨୬ ତାରିଖରେ ମାଢି ଆସିଛୁ ଭୟଙ୍କର ବାତ୍ୟା “ୟସ୍” ! ଓଡିଶାର ଅନେକ ଜିଲ୍ଲାରେ ରଚିବ ତାଣ୍ଡବ !

୨୬ ତାରିଖରେ ମାଢି ଆସିଛୁ ଭୟଙ୍କର ବାତ୍ୟା “ୟସ୍” ! ଓଡିଶାର ଅନେକ ଜିଲ୍ଲାରେ ରଚିବ ତାଣ୍ଡବ !

ବଙ୍ଗୋପସାଗରର ଉତ୍ତର ଭାଗରେ ଆସିବାକୁ ଥିବା ସମ୍ଭାବ୍ୟ ଜନକ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ୨୬ ତାରିଖ ବେଳକୁ ଏହି ବାତ୍ୟା ୟସ୍ ଉତ୍ତର ମୁହାଁ ହୋଇ ଓଡିଶାର ସ୍ଥଳ ଭାଗ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିଛନ୍ତି ଓ ଏହି ବାତ୍ୟା ସହ କିପରି ମୁକାବିଲା କରାଯାଇପାରିବ ସେନେଇ ପ୍ରସ୍ତୁତି ମଧ୍ୟ ଜରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଆଶ୍ରୟ ଦେବା ଉଦେଶ୍ୟରେ ଭିତ୍ତିଭୂମି ମଧ୍ୟ ସଜାଡିବାରେ ଲାଗିପଡିଛନ୍ତି ରାଜ୍ୟ ସରକାର ସମେତ ଉପକୂଳ ବର୍ତ୍ତୀ ଜିଲ୍ଲା ପ୍ରଶାସନ । ଅନ୍ୟପକ୍ଷରେ କୁହାଯାଇଛି ଯେ, ୨୨ ତାରିଖରେ ଏହି ବାତ୍ୟା ୟସ୍ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ ଓ ୨୬ ତାରିଖ ସଂଧ୍ୟାରେ ଓଡ଼ିଶା ଓ ପଶ୍ଚିମବଙ୍ଗର ମଧ୍ୟବର୍ତ୍ତୀ ସ୍ଥଳରେ ଲ୍ୟାଣ୍ଡଫଲ୍ କରିବ ।

ବାତ୍ୟା ମୁକାବିଲା ପ୍ରସ୍ତୁତି :

ଉତ୍ତର ବଙ୍ଗୋପସାଗରରେ ଆସିବାକୁ ଥିବା ବାତ୍ୟା “ୟସ୍”ର ମୁକାବିଲା ପାଇଁ ରାଜ୍ୟ ସରକରଣ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।ଓଡିଶା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସରିଛି । ବାତ୍ୟା ପୂର୍ବରୁ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ଓ ଲୋକଙ୍କ ପାଖରେ ପିଇବା ପାଣି ଓ ରିଲିଫ କିପରି ପହଁଚା ଯାଇପାରିବ ଏବଂ ବିଜୁଳି ସଂଯୋଗ କିପରି ପ୍ରଭାବିତ ନ ହେବ, ସେନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏସଆରସି ଏନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । କେଉଁ କେଉଁ ସ୍ଥାନକୁ ଫାୟାର୍, ଏନଡ଼ିଆରଫ୍, ଓଡ୍ରାଫର୍ କେତୋଟି ଟିମ୍ ପଠାଯିବ, ଏନେଇ ମଧ୍ୟ ସମସ୍ତ ପୂର୍ବ ପ୍ରସ୍ତୁତି ଯୋଜନା ସରିଛି ।

ommcomnews

ବାତ୍ୟା ପରେ କିପରି ତୁରନ୍ତ ରାସ୍ତା ଘାଟ ସଫା କରାଯାଇ ଯାତାୟତ ସୁବିଧା ହୋଇପାରିବ ସେଥିଲାଗି ପ୍ରସ୍ତୁତ ରହିବାକୁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି ସରକାର । ଏହା ସହ ବିଜୁଳି, ପାନୀୟ, ଜଣ ବ୍ୟବସ୍ଥା ଲୋକଙ୍କୁ କିପରି ଯଥାଶୀଘ୍ର ଯୋଗାଇ ଦିଆଯାଇପରିବ ସେ ସମସ୍ତ ପ୍ରସ୍ତୁତି ସରିଛି ।

୨୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏହି ଲଘୁଚାପ କ୍ଷେତ୍ର ହୋଇ କ୍ରମେ ଏହା ୨୩-୨୪ ତାରିଖ ସୁଦ୍ଧା ଏହା ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ୨୫ ତାରିଖ ରାତିରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବ । ତେବେ ଏହା ଭୀଷଣରୁ ଅତି ଭୀଷଣ ଆକାର ଧାରଣ କରିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ୨୬ ତାରିଖ ସଂଧ୍ୟାରେ ଓଡ଼ିଶା ଓ ପଶ୍ଚିବଙ୍ଗ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ତେବେ କେଉଁଠି ଉପକୂଳ ଛୁଇଁବ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସଠିକ୍ ଆକଳନ କରାଯାଇପାରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଯେଉଁ ମତ୍ସଜୀବି ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଓ ଅନ୍ୟ ମାନେ କିପରି ଭିତରକୁ ନ ଯିବେ ସେମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇବା ଉପରେ ପ୍ରଶାସନ ଗୁରୁତ୍ବ ଦେଉଛି। ବାତ୍ୟା ଆଳରେ ଯେପରି ବଜାରରେ ବ୍ଲାକ ମାର୍କେଟିଂ ନହୁଏ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି ।

ସୌଜନ୍ୟ : http://www.prameyanews7.com/

Leave a Reply

Your email address will not be published. Required fields are marked *