ଜନ୍ମାଷ୍ଟମୀ ଦିନରେ ଆପଣ ବାଳ ଗୋପାଳଙ୍କ ପୂଜା କରି ସର୍ବ ପାପରୁ ମୁକ୍ତି ପାଇପାରିବେ ।

ଜନ୍ମାଷ୍ଟମୀ ଦିନରେ ଆପଣ ବାଳ ଗୋପାଳଙ୍କ ପୂଜା କରି ସର୍ବ ପାପରୁ ମୁକ୍ତି ପାଇପାରିବେ ।

ଆମ ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ଦିନଟିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତ୍ସୋବ ରୂପେ ପାଳନ କରାଯାଏ । ଚଳିତ ବର୍ଷ ଏହି ପର୍ବ ଆସନ୍ତା ୧୧ ଓ ୧୨ ତାରିଖ ଦିନ ପାଳନ କରାଯାଉଛି । ଭଗବାନ ଶ୍ରୀକୃଷ୍ଣ ଭାଦ୍ରବ ମାସରେ କୃଷ୍ଣପକ୍ଷର ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିଲେ । ଏହିଦିନ ଭଗବାନ କୃଷ୍ଣଙ୍କ ଭକ୍ତମାନେ ମଧ୍ୟ ଉପବାସ ରଖିଥାନ୍ତି । ଘରେ ଘରେ ବାଳ ଗୋପାଳଙ୍କ ପୂଜା କରାଯାଇଥାଏ । ଏଥିସହ ବାଳ ଗୋପାଳଙ୍କୁ ଝୁଲେଇବା ପାଇଁ ଦୋଳି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ବାଳ ଗୋପାଳଙ୍କ ପୂଜା କରିବା ସମୟରେ ଏପରି କିଛି କଥା ଉପରେ ବିଶେଷ ଧ୍ୟାନ ରଖିବା ନିହାତି ଆବଶ୍ୟକ । ତେବେ ଚାଲନ୍ତୁ ସେହି କଥା ଗୁଡ଼ିକ ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

Google

– ସର୍ବପ୍ରଥମେ ସକାଳୁ ଶୀଘ୍ର ଉଠି ବାଳ ଗୋପାଳଙ୍କୁ ପୂଜା କରି ଭୋଗ ଲଗାନ୍ତୁ । ବାଳ ଗୋପାଳଙ୍କ ପୂଜାରେ ବ୍ୟବହାର କରାଯାଉଥିବା ସମସ୍ତ ଜିନିଷ ସୁଦ୍ଧ ହୋଇଥିବା ଆବଶ୍ୟକ ।

– ପ୍ରତିଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମାକୁ ଗଙ୍ଗା ଜଳରେ ସ୍ନାନ କରାଇବା ଉଚିତ । ସ୍ନାନ କରାଇବା ପରେ ଚନ୍ଦନ ଟୀକା ଲଗାନ୍ତୁ ।

– ବାଳ ଗୋପାଳଙ୍କ ବସ୍ତ୍ର ପ୍ରତ୍ୟେକ ଦିନ ପରିବର୍ତ୍ତନ କରନ୍ତୁ । ଏହା ବ୍ୟତୀତ ବାର ଅନୁଯାୟୀ ଅର୍ଥାତ ସୋମବାର ଦିନ ଧଳା, ମଙ୍ଗଳବାର ଦିନ ନାଲି, ବୁଧୁବାର ଦିନ ସବୁଜ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ନାରଙ୍ଗୀ, ଶନିବାର ଦିନ ନୀଳ ଏବଂ ରବିବାର ଦିନ ନାଲି ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ ।

Google

– ବାଳ ଗୋପାଳଙ୍କୁ ଲଡୁ, ଲହୁଣୀ, ତୁଳସୀପତ୍ର ବହୁତ ପ୍ରିୟ ଅଟେ । ତେଣୁ ଭୋଗ ଦେବା ସମୟରେ ପ୍ରତ୍ୟେକ ଦିନ ଏହି ସବୁ ଜିନିଷ ଗୁଡ଼ିକୁ ନିଶ୍ଚୟ ବ୍ୟବହାର କରନ୍ତୁ ।

– ବାଳ ଗୋପାଳଙ୍କ ପୂଜା ଏବଂ ତାଙ୍କୁ ଭୋଗ ନ ଲଗାଇ ଖାଦ୍ୟ ଗ୍ରହଣ କରିବା ଅନୁଚିତ । ଭୋଗ ଦେବା ପରେ ହିଁ ଖାଦ୍ୟ ଗ୍ରହଣ କରନ୍ତୁ ।

– ବିଶେଷ ରୂପେ ଘରେ ବାଳ ଗୋପାଳଙ୍କ ମୂର୍ତ୍ତି ଥିଲେ, ମଦ ମାଂସ ଓ ଅଧର୍ମ କାର୍ଯ୍ୟରୁ ଦୁରେଇ ରୁହନ୍ତୁ । ଏହିସବୁ ବ୍ୟତୀତ ରାତ୍ରରେ ଶୋଇବା ପୂର୍ବରୁ ପ୍ରଥମେ ବାଳ ଗୋପାଳଙ୍କୁ ଶୁଆଇବା ପରେ ନିଜେ ଶୁଅନ୍ତୁ ।

Leave a Reply

Your email address will not be published. Required fields are marked *