ଅନ୍‌ଲକ୍ ୪.୦ ପାଇଁ ଗାଇଡ୍‌ଲାଇନ୍ ଜାରି କଲା ସ୍ଵରାଷ୍ଟ୍ର ମନ୍ତ୍ରାଳୟ : ଏସବୁ ଖୋଲିଲା…

ଅନ୍‌ଲକ୍ ୪.୦ ପାଇଁ ଗାଇଡ୍‌ଲାଇନ୍ ଜାରି କଲା ସ୍ଵରାଷ୍ଟ୍ର ମନ୍ତ୍ରାଳୟ : ଏସବୁ ଖୋଲିଲା…

ନୂଆଦିଲ୍ଲୀ,୨୯/୮: ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ‘ଅନ୍‌ଲକ୍ ୪.୦’ ପାଇଁ ଶନିବାର ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଏହା ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସ୍କୁଲ୍ କଲେଜ୍ ସେପ୍ଟେମ୍ବର ୩୦ ଯାଏଁ ବନ୍ଦ ରହିଲେ ବି ଶିକ୍ଷକମାନଙ୍କଠାରୁ ଗାଇଡ୍‌ଲାଇନ୍ ପାଇବାକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ବାହାରେ ଥିବା ସ୍କୁଲ୍‌ଗୁଡ଼ିକର ୯ମ ରୁ ୧୨ଶ ପର୍ଯ୍ୟନ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ୍‌କୁ ଯିବାକୁ ଅନୁମତି ପାଇବେ । କିନ୍ତୁ ଏହା ସେମାନଙ୍କର ଇଚ୍ଛାଧୀନ । ଏଥିପାଇଁ ସେମାନଙ୍କର ପିତାମାତା ବା ଅଭିଭାବକ ଲିଖିତ ସମ୍ମତି ପ୍ରଦାନ କରିବେ ।

Google

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ସହ ପରାମର୍ଶ କରି କେନ୍ଦ୍ର ଗୃହ ନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର, ରେଳ ମନ୍ତ୍ରାଳୟ ଦ୍ଵାରା ଜାରି ହୋଇଥିବା ଏହି ଗାଇଡ୍‌ଲାଇନ୍ ଅନୁସାରେ, ସେପ୍ଟେମ୍ବର ୭ରୁ ପର୍ଯ୍ୟାୟକ୍ରମେ ମେଟ୍ରୋ ‌ଟ୍ରେନ୍ ଚଳାଚଳ ଆରମ୍ଭ କରିବ । ସେପ୍ଟେମ୍ବର ୨୧ ତାରିଖ ପର ଠାରୁ ୧୦୦ ଜଣଙ୍କୁ ନେଇ ସାମାଜିକ, ଶିକ୍ଷାଭିତ୍ତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ସମାବେଶ ଏବଂ ଅନ୍ୟ ସମାବେଶ ପାଇଁ ଅନୁମତି ମିଳିବ । ବ୍ୟକ୍ତିବିଶେଷ ଓ ମାଲପତ୍ରର ରାଜ୍ୟ ଓ ଆନ୍ତଃରାଜ୍ୟ ପରିବହନ ଉପରେ କଟକଣା ରହିବ ନାହିଁ । ଏଥିପାଇଁ ପୃଥକ୍ ଅନୁମତି, ଅନୁମ‌ୋଦନ ବା ଇ-ପର୍‌ମିଟ୍‌ ଆବଶ୍ୟକ ହେବନାହିଁ ।

ସରକାରଙ୍କ ଦ୍ୱାରା ଜାରି ଏହି ଗାଇଡ୍‌ଲାଇନ୍ ସାମଗ୍ର ଦେଶରେ ଲାଗୁ ହେବ । ତଦନୁଯାୟୀ ପୂର୍ବପରି ସାମାଜିକ ଦୂରତ୍ୱ ନିୟମର ଅନୁପାଳନ କରାଯିବ । ଦୋକାନ କିମ୍ବା ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତ୍ୱ ରଖିବା ଜରୁରୀ । ଏହି ନିର୍ଦ୍ଦେଶ ଉପରେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ କଡ଼ା ନଜର ରଖିବ ।

Google

କଣ୍ଟେନମେଣ୍ଟ ବାହାରେ ଥିବା ସିନେମା ହଲ୍ ସୁଇମିଂ ପୁଲ୍, ଏଣ୍ଟେରଟେନମେଣ୍ଟ ପାର୍କ ଓ ଥିଏଟରକୁ ଛାଡ଼ି ଅନ୍ୟ ସମସ୍ତ ସଂସ୍ଥା ଖୋଲା ରହିବ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍କୁଲ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । କଣ୍ଟନମେଣ୍ଟ ଜୋନରେ ନିୟମ କଡ଼ାକଡ଼ି କରାଯିବ ଜରୁରିକାଳୀନ ସେବା ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଅନୁମତି ବିନା କଣ୍ଟନମେଣ୍ଟ ଜୋନ ବାହାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର କୌଣସି ପ୍ରକାରର ଲକ୍-ଡାଉନ୍ ଲାଗୁ କରିପାରିବେ ନାହିଁ । ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *