ଶାରୀରିକ ସମ୍ବନ୍ଧ ରଖିବା ସର୍ତ୍ତରେ ମିଳିଥିଲା କାମ କରିବାର ସୁଯୋଗ । ଏହି ପାଞ୍ଚଜଣ ଅଭିନେତ୍ରୀ ହୋଇଛନ୍ତି ‘କାଷ୍ଟିଂ କାଉଚ୍’ର ଶିକାର !

ଶାରୀରିକ ସମ୍ବନ୍ଧ ରଖିବା ସର୍ତ୍ତରେ ମିଳିଥିଲା କାମ କରିବାର ସୁଯୋଗ । ଏହି ପାଞ୍ଚଜଣ ଅଭିନେତ୍ରୀ ହୋଇଛନ୍ତି ‘କାଷ୍ଟିଂ କାଉଚ୍’ର ଶିକାର !

ବଲିଉଡ଼ର ଏପରି ବହୁତ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଆଜି ସଫଳତାର ଶିର୍ଷରେ ପହଞ୍ଚିଛନ୍ତି କିନ୍ତୁ ସେମାନଙ୍କୁ ତାଙ୍କ ଅଭିନୟ କ୍ୟାରିଅରରେ କେବେ ନା କେବେ କାଷ୍ଟିଂ କାଉଚର ଶିକାର ହେବାକୁ ପଡିଛି । ଏହାକୁ ଆପଣ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଘୃଣ୍ୟ ସତ୍ୟ ବୋଲି ମଧ୍ୟ କହିପାରନ୍ତି । ହିରୋଇନ ହେବାର ସ୍ବପ୍ନ ନେଇ ବହୁତ ବଲିଉଡ଼ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଥିଲେ କିନ୍ତୁ ସେମାନଙ୍କୁ କାଷ୍ଟିଂ କାଉଚର ସମ୍ନା କରିବାକୁ ପଡିଛି । ବହୁତ ଅଭିନେତ୍ରୀ ମାନଙ୍କ ପକ୍ଷରୁ କାଷ୍ଟିଂ କାଉଚ୍ ଘଟଣାକୁ ସାର୍ବଜନୀନ ଭାବରେ ସ୍ୱୀକାର କରିଛନ୍ତି ଏବଂ ସେମାନେ ତାଙ୍କର ଅନୁଭୂତି ମଧ୍ୟ ସେୟାର କରିଛନ୍ତି । ଆଜିର ଲେଖାରେ ଆମେ ଆପଣଙ୍କୁ ସେହିପରି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ କାଷ୍ଟିଂ କାଉଚର ଶିକାର ହୋଇ ସାରିଛନ୍ତି ।

ରାଧିକା ଆପ୍ଟେ :-

newstrend

ରାଧିକା ଆପ୍ଟେଙ୍କୁ ବଲିଉଡ଼ରେ ଆଜି କୌଣସି ପରିଚୟର ଅଭାବ ନୁହେଁ । ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ସେ ନିଜର ଖୁବ୍ ବିଶେଷ ପରିଚୟ ସୃଷ୍ଟି କରିସାରିଛନ୍ତି । ହିନ୍ଦୀ ଫିଲ୍ମ ବ୍ୟତୀତ ତାମିଲ, ବଙ୍ଗଳା, ତେଲୁଗୁ ଏବଂ ମାଲୟାଲମରେ ମଧ୍ୟ ସେ କାମ କରିଛନ୍ତି । ୨୦୧୮ ମସିହାରେ ଅକ୍ଷୟ କୁମାରଙ୍କର ଫିଲ୍ମ ପ୍ୟାଡ଼ ମ୍ୟାନ୍ ଫିଲ୍ମରେ ମଧ୍ୟ ସେ ଲୋକଲୋଚନକୁ ଆସିଥିଲେ । ରାଧିକା ଏହି କଥାକୁ ସ୍ୱୀକାର କରିଛନ୍ତି କି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡିଥିଲା । ଜଣେ ଅଭିନେତା ତାଙ୍କୁ ବଲିଉଡ଼ର ଏକ ଫିଲ୍ମରେ ଅଫର ଦେଇଥିଲେ କିନ୍ତୁ ତାଙ୍କୁ ଏଥିପାଇଁ ବୁଝାମଣା କରିବାକୁ କୁହାଯାଇଥିଲା ।

ସୁରବିନ୍ ଚାୱଲା :-

newstrend

ସୁରବିନ୍ ଚାୱଲା ଜଣେ ବହୁତ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି । ବହୁତ ଟିଭି ସିରିଆଲରେ କାମ କରିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଆରମ୍ଭ କରିଛନ୍ତି । ସାଉଥ ଇଣ୍ଡିଆନ ଇଣ୍ଡଷ୍ଟ୍ରିରେ ତାଙ୍କୁ ମଧ୍ୟ କାଷ୍ଟିଂ କାଉଚର ସମ୍ନା କରିବାକୁ ପଡିଥିଲା । ତାଙ୍କ କହିବା ଅନୁସାରେ ସେ ବୁଝାମଣା କରିବାକୁ ସଫା ସଫା ମନାକରି ଦେଇଥିଲେ । କିନ୍ତୁ ସେ ମାନିଛନ୍ତି ଯେ ତାଙ୍କୁ ବଲିଉଡ଼ ଇଣ୍ଡଷ୍ଟ୍ରିରେ କେବେ ଏହିପରି ବିଷୟର ସମ୍ନା କରିବାକୁ ପଡିନାହିଁ ।

କଳ୍କୀ କଚଲିନ୍ :-

newstrend

ବଲିଉଡ଼ର ଅଭିନେତ୍ରୀ କଳ୍କୀ କଚଲିନ୍, ଯିଏକି ଫିଲ୍ମ ନିର୍ଦେଶକ ଅନୁରାଗ କାଶ୍ୟପଙ୍କର ପୂର୍ବ ପତ୍ନୀ ଥିଲେ । ସେ ମଧ୍ୟ ସାର୍ବଜନୀନ ଭାବରେ ସେ ଏହି କଥାକୁ ସ୍ୱୀକାର କରିଛନ୍ତି କି ତାଙ୍କ କ୍ୟାରିଅରରେ ତାଙ୍କୁ କାଷ୍ଟିଂ କାଉଚର ମଧ୍ୟ ସାମ୍ନା କରିବାକୁ ପଡିଛି । କଳ୍କୀ କହିଛନ୍ତି ଲୋକ ମାନେ ଭାବୁଥିଲେ ଯେ ସେ ଭାରତୀୟ ନହୋଇଥିବାରୁ ବହୁତ ସହଜରେ ତାଙ୍କର ଫାଇଦା ଉଠାଇ ସେମାନେ ମୋର ଶୋଷଣ କରି ପାରିବେ । କିନ୍ତୁ କଳ୍କୀଙ୍କ ହିସାବରେ ସେ କେବେ ମଧ୍ୟ ପରିସ୍ଥିତ ସହିତ ବୁଝାମଣା କରି ନାହାନ୍ତି । ସେ ତାଙ୍କର ପ୍ରତିଭା ବଳରେ ସେ ଇଣ୍ଡଷ୍ଟ୍ରିରେ ନିଜର ଏକ ଖାସ୍ ଜାଗା ବନାଇ ପାରିଛନ୍ତି ।

ଟିସ୍କା ଚୋପଡା :-

newstrend

ଟିସ୍କା ଚୋପଡା ଯିଏକି ଆଜି ଏକ ଲୋକପ୍ରିୟ ଏବଂ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ବହୁତ ଲୋକପ୍ରିୟ ଧାରାବାହିକ ଏବଂ ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି । ‘ତାରେ ଜମିନ୍ ପର୍’ ଫିଲ୍ମରେ ଇଶାନର ମାଆଙ୍କ ଭୂମିକାରେ ସେ ଅଭିନୟ କରିଥିଲେ । ସେ ଖୋଲା ଖୋଲି ଭାବରେ ସ୍ୱୀକାର କରିଛନ୍ତି କି ବଲିଉଡ଼ ଇଣ୍ଡଷ୍ଟ୍ରିରେ ପ୍ରଥମେ କାମ କରିବାକୁ ଆରମ୍ଭ କରିବା ସମୟରେ ତାଙ୍କୁ କାଷ୍ଟିଂ କାଉଚର ସମ୍ନା କରିବାକୁ ପଡିଥିଲା ।

ଏଲୀ ଅବ୍ରାମ୍ :-

newstrend

ବଲିଉଡ଼ ଅଭିନେତ୍ରୀ ଏଲୀ ଅବ୍ରାମ୍ କହିଥିଲେ କି ତାଙ୍କ କ୍ୟାରିଅର ଆରମ୍ଭ ଦିନ ମାନଙ୍କରେ ଦୁଇଜଣ ନିର୍ଦେଶକ ତାଙ୍କୁ ସାଙ୍ଗରେ ଶାରୀରିକ ସଂକେତ ଦେଇଥିଲେ । ଏଲୀଙ୍କ ଅନୁସାରେ ତାଙ୍କୁ ବୋଡି ସେମିଙ୍ଗର ମଧ୍ୟ ସମ୍ନା କରିବାକୁ ପଡିଥିଲା । ତାଙ୍କର ଉଚ୍ଚତା କମ୍ ଥିବାରୁ ସେ କେବେ ଅଭିନେତ୍ରୀ ହୋଇ ପାରିବେ ନାହିଁ ବୋଲି ସମସ୍ତେ କହୁଥିଲେ । ତାଙ୍କୁ ତାଙ୍କ ଓଜନ କମ୍ କରିବାକୁ ମଧ୍ୟ କୁହାଯାଉଥିଲା ।

Leave a Reply

Your email address will not be published. Required fields are marked *