ଓଡ଼ିଆ ହିରୋଇନ ଦୀପା ସାହୁଙ୍କ ପରଲୋକ ।

ଓଡ଼ିଆ ହିରୋଇନ ଦୀପା ସାହୁଙ୍କ ପରଲୋକ ।

ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ଓଲିଉଡ଼ ତଥା ଆଲବମର ଚୁଲବୁଲି ଅଭିନେତ୍ରୀ ଦୀପା ସାହୁ । ଅନେକ ସମୟରୁ ସେ ଜ୍ୱର ଓ କର୍କଟରେ ପୀଡ଼ିତ ଥିଲେ । ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର ସ୍ଥିତ କେପିଟାଲ୍ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଏକ ବେସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

Google

ଆଜି ସେଠାରେ ତାଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହି ଖବର ତାଙ୍କ ସ୍ୱାମୀ ମନିନ୍ଦର ଦତ୍ତ ଦେଇଛନ୍ତି । ସୂଚନା ଅନୁସାରେ ଦୀପା ସାହୁ ଜ୍ୱର ଓ କର୍କଟରେ ପୀଡ଼ିତ ଥିଲେ । ତାଙ୍କର କିମୋଥେରାପି ଚିକିତ୍ସା ଚାଲିଥିଲା । କିନ୍ତୁ ୩/୪ ମାସ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନୀତି ଘଟିଥିଲା । ଅବସ୍ଥା ଅଧିକ ବିଗିଡ଼ିବାରୁ ଅଭିନେତା ଅକ୍ଷୟ ପଟ୍ଟନାୟକ ଓ ସମାଜ ସେବୀ ପ୍ରଶାନ୍ତ ନାୟକଙ୍କ ସହାୟତାରେ ତାଙ୍କୁ କେପିଟାଲ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Google

ଦୀପା ସାହୁ ଓଲିଉଡ଼ ଓ ଆଲବମ୍ ଜଗତରେ ବେସ୍ ପରିଚିତ ଚେହେରା ଥିଲା । ଏକାଧିକ ଆଲବମରେ ସେ ଅଭିନୟ କରିଛନ୍ତି । ଏହାସହ ସେ କିଛି ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ଦର୍ଶକ ବନ୍ଧୁ ଆପଣମାନେ ନିଶ୍ଚୟ ଜାଣିଥିବେ କଳାକାରମାନେ କେବେ ମଧ୍ୟ ମରନ୍ତି ନାହିଁ । କଳାକାରମାନେ ହେଉଛନ୍ତି ଅମର, ଆମ ମନ ଭିତରେ ସେ ଅଛନ୍ତି ଓ ରହିଥିବେ ମଧ୍ୟ । ଦୀପା ସାହୁଙ୍କ ଆତ୍ମା ଶାନ୍ତିରେ ରହିବା ପାଇଁ କମେଣ୍ଟ ବକ୍ସରେ ନିଶ୍ଚୟ ରୂପେ ଜୟ ଜଗନ୍ନାଥ ଲେଖନ୍ତୁ ।

Leave a Reply

Your email address will not be published. Required fields are marked *