ଜୟା କିଶୋରୀଙ୍କ ଅନୁସାରେ ଭୁଲରେ ବି ଏହି ପାଞ୍ଚଟି କଥା ଅନ୍ୟ କାହାକୁ କହିବା ଉଚିତ ନୁହେଁ ! ନଚେତ୍ ବଢ଼ିପାରେ ସମସ୍ୟା…

ଜୟା କିଶୋରୀଙ୍କ ଅନୁସାରେ ଭୁଲରେ ବି ଏହି ପାଞ୍ଚଟି କଥା ଅନ୍ୟ କାହାକୁ କହିବା ଉଚିତ ନୁହେଁ ! ନଚେତ୍ ବଢ଼ିପାରେ ସମସ୍ୟା…

ଜୟା କିଶୋରୀ ଜଣେ କଥା ବାଚକ ଏବଂ ଭଜନ ଗାୟିକା ଅଟନ୍ତି । ଜୟା କିଶୋରୀ ନିଜର ମୋଟିଭେସନାଲ୍ ପ୍ରବଚନ ଏବଂ ଭକ୍ତି ଆଲବମ୍ ପାଇଁ ସମଗ୍ର ଦେଶରେ ପ୍ରସିଦ୍ଧ ଅଟନ୍ତି । ସାରା ଦୁନିଆର ଲୋକ ତାଙ୍କୁ କିଶୋରୀଙ୍କ ନାମରେ ଜାଣନ୍ତି । ଜୟା କିଶୋରୀ ପ୍ରାୟ ୭ ବର୍ଷ ବୟସରେ ଭଜନ ଦ୍ୱାରା ଠାକୁରଙ୍କୁ ଆକର୍ଷିତ କରିବାରେ ଲାଗିଥିଲେ । ଜୟା କିଶୋରୀଙ୍କ ବୟସ ୯ ବର୍ଷର ଥିଲା ସେତେବେଳେ ସେ ସଂସ୍କୃତରେ ଶିବ ତାଣ୍ଡବ ସ୍ତୋତ୍ର, ରମାଷ୍ଟକମ୍ ଆଦି ଅନେକ ସ୍ତୋତ୍ରକୁ ଗାଇବା ଆରମ୍ଭ କରି ଦେଇଥିଲେ ଏବଂ ୧୦ ବର୍ଷ ବୟସରେ ସେ ଏକୁଟିଆ ସୁନ୍ଦରକାଣ୍ଡ ଗାଇଥିଲେ । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ ଜୟା କିଶୋରୀ ସୋସିଆଲ୍ ମିଡିଆରେ ପ୍ରାୟ ଆକ୍ଟିଭ୍ ରହନ୍ତି । ସେ ସୋସିଆଲ୍ ମିଡ଼ିଆ ମାଧ୍ୟମରେ କିଛିନା କିଛି ମୋଟିଭେସନଲ୍ କଥା ଲୋକଙ୍କ ପର୍ଯ୍ୟନ୍ତ ବିସ୍ତାର କରିଥାନ୍ତି । ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ୟୁଟୁବରେ ଜୟା କିଶୋରୀଙ୍କ ଅଫିସିୟଲ୍ ଆକାଉଣ୍ଟ ରହିଛି, ଯେଉଁଥିରେ ଲକ୍ଷ ଲକ୍ଷ ଫୋଲଅର୍ସ ଅଛନ୍ତି ।

କହିରଖୁଛୁ ଯେ ଜୟା କିଶୋରୀ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର୍ କରିଥିଲେ, ଯେଉଁଥିରେ ସେ ଏହିପରି ପାଞ୍ଚଟି କଥା କହିଥିଲେ ଯାହାକୁ ଜଣେ ବ୍ୟକ୍ତି ଭୁଲରେ ବି ଅନ୍ୟ କୌଣସି ବ୍ୟକ୍ତି ସହିତ ସେୟାର୍ କରିବା ଆଦୌ ଉଚିତ ନୁହେଁ । ତେଣୁ ଚାଲନ୍ତୁ ଜାଣିନେବା ଜୟା କିଶୋରୀ ଅନୁସାରେ ସେହି ପାଞ୍ଚଟି କଥା କଣ କଣ ଯାହାକୁ ଅନ୍ୟ କାହାକୁ କହିବା ଉଚିତ୍ ନୁହେଁ ।

ଏହି ପାଞ୍ଚଟି କଥା ଅନ୍ୟକୁ କହିବା ଉଚିତ୍ ନୁହେଁ :-

୧. ନିଜର ବଡ଼ ପ୍ଲାନକୁ କାହା ସହିତ ସେୟାର୍ କରିବା ଉଚିତ୍ ନୁହେଁ :-

ଜୟା କିଶୋରୀଙ୍କ କହିବା କଥା ଯେ ବ୍ୟକ୍ତିକୁ କେବେବି ନିଜର ବଡ଼ ପ୍ଲାନକୁ ଭୁଲରେ ବି କାହା ସହିତ ସେୟାର୍ କରିବା ଉଚିତ ନୁହେଁ । ଯଦି କୌଣସି ବ୍ୟକ୍ତି ନିଜର କୌଣସି ବଡ଼ କାମକୁ ନେଇ ଯୋଜନା ବନାଇଛନ୍ତି ତେବେ ତାହାକୁ ଗୁପ୍ତ ରଖନ୍ତୁ । ଯଦି ଆପଣ ଏହି ଯୋଜନା ସେୟାର୍ କରିବେ ତେବେ କେହିବି ଆପଣଙ୍କ ଫାଇଦା ଉଠାଇ ପାରନ୍ତି । ଯେଉଁ କାରଣରୁ କାର୍ଯ୍ୟରେ ବାଧା ଉତ୍ପନ୍ନ ହେବାର ସମ୍ଭାବନା ରହିଛି ।

୨. ଲଭ୍ ଲାଇଫ୍ ସମ୍ବନ୍ଧରେ ସେୟାର୍ କରିବା ଉଚିତ୍ ନୁହେଁ :-

ଜୟା କିଶୋରୀଙ୍କର ଅନ୍ୟ କଥାଟି ଏହିକି ଯେ ପ୍ରେମ ଜୀବନ ବିଷୟରେ କାହାକୁବି କହିବା ଉଚିତ୍ ନୁହେଁ ଅର୍ଥାତ ବ୍ୟକ୍ତି ଯଦି କାହାକୁ ପ୍ରେମ କରିଥାଏ ତେବେ ତାଙ୍କ ପ୍ରେମ ଜୀବନରେ ଅନେକ କଥା ଥାଏ । ପରନ୍ତୁ ସେସବୁକୁ ଅନ୍ୟ କାହାରି ସାମ୍ନାରେ କହିବା ଉଚିତ୍ ନୁହେଁ ।

୩. ଘର ପରିବାରର ସମସ୍ୟା, କାହା ସହିତ ବି ସେୟାର୍ କରନ୍ତୁ ନାହିଁ :-

ଯେପରିକି ଆମେ ସମସ୍ତେ ଜାଣିଛୁ ଯେ ପ୍ରତ୍ୟେକ ଘର ପରିବାରରେ କିଛି ନା କିଛି ସମସ୍ୟା ଚାଲୁ ରହିଥାଏ । ପରନ୍ତୁ ନିଜ ପରିବାରର ସମସ୍ୟାକୁ କାହା ସହିତ ସେୟାର୍ କରିବା ଉଚିତ୍ ନୁହେଁ । ଜୟା କିଶୋରୀ କହନ୍ତି ଯେ ଆପଣଙ୍କ ଘରେ ଯାହାବି ସମସ୍ୟା ଚାଲୁଛି ତାହା କାହାକୁ ବି କୁହନ୍ତୁ ନାହିଁ ।

୪. ଆଗାମୀ ପର୍ଯ୍ୟାୟ କଣ, ଏହାର ଚର୍ଚ୍ଚା ଅନ୍ୟ ସହିତ କରନ୍ତୁ ନାହିଁ :-

ଜୟା କିଶୋରୀ କହନ୍ତି ଯେ ବ୍ୟକ୍ତିର ଆଗାମୀ ଷ୍ଟେପ୍ କଣ, କେବେବି ଏହି ସମ୍ବନ୍ଧରେ ଅନ୍ୟ ଲୋକଙ୍କ ସହିତ ଚର୍ଚ୍ଚା କରିବା ଉଚିତ୍ ନୁହେଁ । ତେଣୁ ଏହି ସମ୍ବନ୍ଧରେ ଅନ୍ୟକୁ କୁହନ୍ତୁ ନାହିଁ ।

୫.ଆୟ ବିଷୟରେ କାହାକୁ କୁହନ୍ତୁ ନାହିଁ

ଜୟା କିଶୋରୀ କହନ୍ତି ଯେ ବ୍ୟକ୍ତି ନିଜର ଆୟ ବିଷୟରେ ଅନ୍ୟକୁ କହିବା ଉଚିତ୍ ନୁହେଁ । ଆପଣ କେତେ ରୋଜଗାର କରନ୍ତି ? ଏ ସମ୍ବନ୍ଧରେ ଆପଣ କାହା ସହିତ ବି ସେୟାର୍ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *