ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସୁରୁଖୁରୁରେ ଶୁଭାରମ୍ଭ ହୋଇଛି । ଏହି ରଥଯାତ୍ରାକୁ ନେଇ ସମଗ୍ର ଦେଶ ଉତ୍ସାହିତ ରହିଛି । ଭଗବାନ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ଆଶୀର୍ବାଦ ପାଇବା ପାଇଁ ସମସ୍ତ ଷଦ୍ଧାଳୁ ଭକ୍ତବୃନ୍ଦ ରଥଯାତ୍ରାରେ ଅଂଶଗ୍ରହଣ କରନ୍ତି । ସେ ଜଣେ ସାଧାରଣ ନାଗରିକ ହୁଅନ୍ତୁ କିମ୍ବା ଜଣେ ଜଣାଶୁଣା ପ୍ରସିଦ୍ଧ ବ୍ୟକ୍ତି ହୁଅନ୍ତୁ । ଏହି କ୍ରମରେ ପଶ୍ଚିମବଙ୍ଗର ବଙ୍ଗାଳୀ ଅଭିନେତ୍ରୀ ତଥା ଟିଏମସିର ସାଂସଦ ନୁସରତ ଜାହାନ ଯିଏକି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ପାଇଁ ସ୍ୱାମୀ ନିଖିଳ ଜୈନଙ୍କ ସହ ରଥଯାତ୍ରାରେ ଯୋଗ ଦେଇଥିଲେ ।
ପ୍ରଭୁ ଜଗନ୍ନାଥଙ୍କ ରଥ ଟାଣିଲେ ନୁସରତ ଜାହାନ :
ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାନକୁ ଅନେକଥର ଉତ୍ସାହର ସହିତ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି । ନିକଟରେ ହିଁ ଯେତେବେଳେ ରଥଯାତ୍ରାର ଆୟୋଜନ ହୋଇଥିଲା, ସେତେବେଳେ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ସହ କୋଲକତାର ଇସ୍କୋନ ମନ୍ଦିରରେ ଆୟୋଜିତ ହୋଇଥିବା ଓଲଟା ରଥଯାତ୍ରାରେ ଯୋଗ ଦେଇଥିଲେ ଏବଂ ପ୍ରଭୁଙ୍କର ରଥ ଟାଣିବା ସହିତ ଆଳତୀ ମଧ୍ୟ କରିଥିଲେ । ନୁସରତ ଜାହାନଙ୍କ ସେହି ସମୟର କିଛି ଫୋଟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ଫୋଟ ଗୁଡିକ ଭାଇରଲ୍ ହୋଇଛି :
"Humanity above All" 🙏
Honoured to be a part of Rath Yatra Celebrations today organised by @IskconKolkata with @NikhilJainOffcl #UltaRathyatra pic.twitter.com/uTXuuObzZt
— Nusrat (@nusratchirps) July 1, 2020
ଏହି ଫୋଟଗୁଡିକୁ ନୁସରତ ଜାହାନ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଯେଉଁଥିରେ ନୁସରତ ଜାହାନ ମେହେନ୍ଦୀ ରଙ୍ଗର ବହୁତ ସୁନ୍ଦର ସୁଟ୍ ପିନ୍ଧିଥିଲେ । କୋରନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ନୁସରତ ମାସ୍କ ମଧ୍ୟ ପିନ୍ଧିଥିଲେ ଏବଂ ସାମାଜିକ ଦୂରତା ମଧ୍ୟ ପାଳନ କରିଥିବା ଦେଖିବାକୁ ମିଳିଛି । ନୁସରତ ଏବଂ ନିଖିଳଙ୍କ ପ୍ରସଂଶକମାନେ ଏହି ଫୋଟ ଗୁଡିକୁ ବହୁତ ପସନ୍ଦ କରୁଛନ୍ତି ।