ଏବେ ମାସିକ କିସ୍ତି ରେ ବି କିଣିପାରିବେ ଏମିତି ସାଇକେଲ,ପେଡାଲ ନମାରି ଗଡିବ ୮୦ କିମି

ଏବେ ମାସିକ କିସ୍ତି ରେ ବି କିଣିପାରିବେ ଏମିତି ସାଇକେଲ,ପେଡାଲ ନମାରି ଗଡିବ ୮୦ କିମି

ବେଙ୍ଗାଲୁରୁ ବେଷଡ୍ ଷ୍ଟାର୍ଟଅପ Toutche ନିଜର ନୂଆ ଇଲେକ୍ଟ୍ରିକ୍ ସାଇକେଲ Heileo H100 ଲଞ୍ଚ କରିସାରିଛି । ଏହି ଇଲେକ୍ଟ୍ରିକ୍ ସାଇକେଲ ସିଙ୍ଗଲ ଚାର୍ଜ ଅର୍ଥାତ୍ ଗୋଟିଏ ଥର ଚାର୍ଜରେ ୬୦ ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ।

ଦୈନନ୍ଦିନ ଜୀବନରେ ସବୁକିଛି ପରିବର୍ତ୍ତନ ହେବାରେ ଲାଗିଛି । ଲୋକମାନେ ଏବେ ସୁସ୍ଥ ଜୀବନ ଯାପନ କରିବା କ୍ଷେତ୍ରରେ ବେଶ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି । ବାଇକ୍,କାର ଛାଡି଼ ଏବେ ସାଇକେଲ ପ୍ରତି ବେଶି ଆକୃଷ୍ଟ ହେଉଛନ୍ତି। ତେବେ ଲୋକଙ୍କ ଚାହିଦାକୁ ନେଇ ବିଭିନ୍ନ କମ୍ପାନୀ ଏମିତି ବେଷ୍ଟ ମଡେଲର ସାଇକେଲ ତିଆରି କରୁଛନ୍ତି । ଏଥିମଧ୍ୟରେ ବେଙ୍ଗାଲୁରୁ ର କମ୍ପାନୀ ମଧ୍ୟ ରହିଛି । ବେଙ୍ଗାଲୁରୁର ବେଷଡ୍ ଷ୍ଟାର୍ଟଅପ Toutche ନିଜର ନୂଆ ଇଲେକ୍ଟ୍ରିକ୍ ସାଇକେଲ Heileo H100 ଲଞ୍ଚ କରିସାରିଛି । ଏହି ଇଲେକ୍ଟ୍ରିକ୍ ସାଇକେଲ ସିଙ୍ଗଲ ଚାର୍ଜ ଅର୍ଥାତ୍ ଗୋଟିଏ ଥର ଚାର୍ଜରେ ୬୦ ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ । ପ୍ରତି ଘଣ୍ଟାକୁ ୨୫ କିଲୋମିଟର ଯାଏଁ ସାଇକେଲ ଗଡ଼ିପାରିବ ।

ଇଲେକ୍ଟ୍ରିକ୍ ମୋବିଲିଟି ଷ୍ଟାର୍ଟଅପ୍(Toutche)ଭାରତୀୟ ବଜାରରେ ପରିବର୍ତ୍ତନ ଟ୍ରେଣ୍ଡକୁ ନଜରରେ ରଖି ନୂଆ ପୀଢି ପାଇଁ ହିଲିଓ ଏଚ ୧୦୦ (Heileo H100 electric bicycle)ଇଲେକ୍ଟ୍ରିକ୍ ସାଇକେଲ ଲଞ୍ଚ କରିଛି । ଦେଖିବାକୁ ଏହା ଏକ ସାଧାରଣ ସାଇକେଲ ପରି । ହେଲେ ଏଥିରେ ବିଭିନ୍ନ ପ୍ରକାରର ବୈଶିଷ୍ଟ ରହିଛି । ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିବାରେ ଲାଗିଛି ।

କମ୍ପାନୀ ଅନୁସାରେ, ଏହି ଇଲେକ୍ଟ୍ରିକ୍ ସାଇକେଲରେ Li-ion ବ୍ୟାଟେରୀ ଓ ୨୫୦ ବୋଟ୍ ରିୟର ହବ୍ ମୋଟର ବି ଦିଆଯାଇଛି । ଯାହାର ସାହାଯ୍ୟରେ ଏହି ସାଇକେଲରେ ବିନା ପେଡାଲରେ ସାଇକେଲ ୬୦ ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ଏହାସହ ବ୍ୟାଟେରୀରୁ ଚାର୍ଜ ସରିବା ପରେ ପେଡାଲ ମାରିକି ବି ଆପଣ ସାଇକେଲ ଚଳାଇ ଯାଇପାରିବେ । ପ୍ରାରମ୍ଭରପ କମ୍ପାନୀ (Heileo H100 electric bicycle) ଦୁଇଟି ରଙ୍ଗ ଯଥା, (Spring Grenn) ଓ (White) ରଙ୍ଗର ଆଣିଥିଲା । ଏହାର ଫ୍ରେମ ସାଇଜ୍ ୧୯ ଇଞ୍ଚ ରହିଛି । ଯେଉଁ କାରଣରୁ ଏହି ସାଇକେଲକୁ ୨୫ କିଲୋମିଟର ପ୍ରତିଘଣ୍ଟାର ସ୍ପିଡ୍ ପର୍ଯ୍ୟନ୍ତ ଚଲାଯାଇପାରେ ।

ଏହି ସାଇକେଲରେ ତିନୋଟି ଅଲଗା ଅଲଗା ଡ୍ରାଇଭିଂ ମୋଡ୍ ରହିଛି । ଏହାକୁ ଆପଣ ସାଧାରଣ ସାଇକେଲ ପରି ଚଲାଇପାରିବେ । ପରେ ହ୍ୟାଣ୍ଡେଲବାର ରେ ଦିଆଯାଇଥିବା ଥ୍ରୋଟଲର ପ୍ରୟୋଗ କରି ମଧ୍ୟ ଏକ ଇଲେକ୍ଟ୍ରିକ୍ ବାଇକ୍ ପରି ଏହାକୁ ଚଲାଇ ପାରିବେ । ଇଲେକ୍ଟ୍ରିକ ମୋଡରେ ପେଡାଲ ଆସିଷ୍ଟର ସାହାଯ୍ୟରେ ମଧ୍ୟ ଚଳାଇପାରିବେ । ଆଲୁମିନିୟମ ଫ୍ରେମ ଦ୍ୱାରା ତିଆରି କରାଯାଇଥିବା ଏହି ସାଇକେଲକୁ (Toutche) ୪୮ ହଜାର ୯୦୦ ଅର୍ଥାତ୍ ଏହାର ପ୍ରାରମ୍ଭିକ ମୂଲ୍ୟ ରଖିଛି । ଏହାସହ ଆପଣଙ୍କୁ ଏହି ସାଇକେଲ କିଣିବାକୁ ହେଲେ ୨ ହଜାର ୩୩୪ ଟଙ୍କାର EMI ମଧ୍ୟ ଦେଇ କିଣିପାରିବେ ।

Leave a Reply

Your email address will not be published. Required fields are marked *