ଇଣ୍ଡିଆନ୍ ଆଇଡଲ୍ ୧୨ରେ ନଜର ଆସିବେନି VISHAL DADLANI ! ଆସନ୍ତୁ ଜାଣିବା ଏହା ପଛର କାରଣ…

ଇଣ୍ଡିଆନ୍ ଆଇଡଲ୍ ୧୨ରେ ନଜର ଆସିବେନି VISHAL DADLANI ! ଆସନ୍ତୁ ଜାଣିବା ଏହା ପଛର କାରଣ…

ଆଜିକାଲି ଲୋକପ୍ରିୟ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ ୧୨’ ଖୁବ୍ ଚର୍ଚ୍ଚାରେ ଅଛି । ଗତ କିଛି ଦିନ ତଳେ କିଶୋର୍ କୁମାରଙ୍କ ପୁଅ ଅମିତ୍ କୁମାର୍ ଏହି ଶୋ’ରେ ଅତିଥି ଭାବେ ପହଞ୍ଚିଥିଲେ । ଏହାପରେ ସେ ଏହି ଶୋ’ ବିଷୟରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ବର୍ତ୍ତମାନ କିଛିଦିନ ହେବ ବିଶାଲ୍ ଡଢ଼ଲାନି, ନେହା କକ୍କର୍ ଏବଂ ହିମେଶ ରେଶମିଆଙ୍କୁ ଆଉ ଶୋ’ରେ ବିଚାରପତି ଭାବେ ଦେଖିବାକୁ ମିଳୁନି ବରଂ ତାଙ୍କ ସ୍ଥାନରେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ୍ ଏବଂ ଗୀତିକାର୍ ମନୋଜ୍ ମୁନ୍ତାଶିର୍ ଏହି ଶୋ’ରେ ଜର୍ଜ ଭାବେ ନଜର ଆସୁଛନ୍ତି ।

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଆଦିତ୍ୟ ନାରାୟଣ କହିଛନ୍ତି ଯେ ନେହା କକ୍କର୍ ଏବଂ ହିମେଶ୍ ରେଶମିଆ ଖୁବ୍ ଶୀଘ୍ର ଶୋ କୁ ଫେରିବେ କିନ୍ତୁ ବିଶାଲ୍ ଡ଼ଢ଼ଲାନି ଆଉ ଶୋ’ରେ ନଜର ଆସିବେ ନାହିଁ କାରଣ ଵିଶାଲ୍ ନିଜ ପିତାମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି । କରୋନା ଯୋଗୁଁ ସେ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନାହାଁନ୍ତି ।

କରୋନା ଭାଇରସ୍ ଯୋଗୁଁ ଏହି ଶୋ’ର ସୁଟିଂ ଦମନରେ ହେଉଛି । ବିଶାଲ୍ ତାଙ୍କ ପିତାମାତାଙ୍କ ସହ ଲୋନାଭଲାରେ ରହୁଛନ୍ତି । ଲୋନାଭଲା ଠାରୁ ଦମନ୍ ଯାତ୍ରା କରିବା ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ଅଧିକ ରହୁଛି । ତେଣୁ ସତର୍କତା ଅବଲମ୍ବନ କରି ବିଶାଲ ଶୋ’ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗତ କିଛି ଦିନ ତଳେ କିଶୋର୍ କୁମାରଙ୍କ ପୁଅ ଅମିତ୍ କୁମାର୍ ଏହି ଶୋ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ଏହି ଶୋ’ରେ ତାଙ୍କୁ ପ୍ରତିଯୋଗୀମାନଙ୍କୁ ଜବରଦସ୍ତ ପ୍ରଶଂସା କରିବାକୁ କୁହାଯାଇଥିଲା । ଏହାକୁ ନେଇ ଗାୟିକା ସୁନୀଧି ଚୌହାନ୍ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସୁନିଧି କହିଛନ୍ତି ଯେ ତାଙ୍କୁ ମଧ୍ୟ ପ୍ରତିଯୋଗୀମାନଙ୍କୁ ପ୍ରଶଂସା କରିବାକୁ କୁହାଯାଇଥିଲା କିନ୍ତୁ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶଂସା କରିବାକୁ ପଡିବ ବୋଲି ନିର୍ଦେଶ ନଥିଲା । ସେ କହିଥିଲେ ଯେ ଶୋ’ର ନିର୍ମାତା ଯାହା ଚାହୁଁଛନ୍ତି ସେ ତାହା ନକରିବାରୁ ତାଙ୍କୁ ଶୋ’ ଛାଡିବାକୁ ପଡିଲା । ସୁନିଧି ଚୌହାନ୍ ଏହା ମଧ୍ୟ କହିଛନ୍ତି ଯେ ଏଭଳି ପ୍ଲାଟଫର୍ମ ସଂଗୀତ ସୌକିନ୍ ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ଟିକେଟ୍ ସଦୃଶ୍ୟ ଅଟେ କିନ୍ତୁ ପ୍ରକୃତ କଳାକାରମାନଙ୍କର ଏହା ଦ୍ୱାରା କ୍ଷତି ହେଉଛି ।

Leave a Reply

Your email address will not be published. Required fields are marked *