ପେଟ୍ରୋଲ କି ଡିଜେଲ ନୁହେଁ ବରଂ ଏହି ତେଲରେ ଚାଲିବ ଯାନବାହନ ! ଲିଟର ପିଛା ମୂଲ୍ୟ ୬୦ରୁ ୬୨ ଟଙ୍କା ମଧ୍ୟରେ ମିଳିବ ।

ପେଟ୍ରୋଲ କି ଡିଜେଲ ନୁହେଁ ବରଂ ଏହି ତେଲରେ ଚାଲିବ ଯାନବାହନ ! ଲିଟର ପିଛା ମୂଲ୍ୟ ୬୦ରୁ ୬୨ ଟଙ୍କା ମଧ୍ୟରେ ମିଳିବ ।

ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବଢିବାରେ ଲାଗିଛି । ଉପଭକ୍ତମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର ଆସନ୍ତା ୮/୧୦ ଦିନ ମଧ୍ୟରେ ଏକ ବଡ ନିଷ୍ପତ୍ତି ନେଇପାରନ୍ତି । ଅଟୋମୋବାଇଲ ଶିଳ୍ପରେ ଫ୍ଲେକ୍ସ-ଇନ୍ଧନ ଇଞ୍ଜିନ (Flex-fuel Engine) ବାଧ୍ୟତାମୂଳକ କରିବାକୁ ସରକାର ବିଚାର କରୁଛନ୍ତି । କେନ୍ଦ୍ର ସଡକ ପରିବହନ ଓ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (Ministry of Road Transport and Highways) ଏହି ସୂଚନା ଦେଇଛି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଏହି ପଦକ୍ଷେପ କୃଷକମାନଙ୍କୁ ସାହାଯ୍ୟ କରିବ ଓ ଭାରତୀୟ ଅର୍ଥନୀତିକୁ ବୃଦ୍ଧି କରିବ ।

ଭିଡିଓ କନଫରେନ୍ସ ଜରିଆରେ ରୋଟାରୀ ଜିଲ୍ଲା ସମ୍ମିଳନୀ ୨୦୨୦-୨୧କୁ ସମ୍ବୋଧିତ କରି ନିତିନ ଗଡକରୀ (Nitin Gadkari) କହିଛନ୍ତି ଯେ ବିକଳ୍ପ ଇନ୍ଧନ ଇଥାନଲର ମୂଲ୍ୟ ଲିଟର ପିଛା ୬୦ରୁ ୬୨ ଟଙ୍କା ଥିବାବେଳେ ଦେଶର ଅନେକ ସ୍ଥାନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ରୁ ଅଧିକ ଟପିଛି । ତେଣୁ ଭାରତୀୟମାନେ ଇଥାନଲ ବ୍ୟବହାର କରି ଲିଟର ପିଛା ୩୦ରୁ ୩୫ ଟଙ୍କା ସଞ୍ଚୟ କରିବେ ।

ଫ୍ଲେକ୍ସ-ଇନ୍ଧନ ଇଞ୍ଜିନ (Flex-fuel Engine) ଏକ ବିକଳ୍ପ ହେବ :

ସେ କହିଛନ୍ତି ପେଟ୍ରୋଲର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସେ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଯେ, ଆଗାମୀ ଦିନରେ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ କେବଳ ପେଟ୍ରୋଲ ଇଞ୍ଜିନ ରହିବ ନାହିଁ ବରଂ ଫ୍ଲେକ୍ସ-ଇନ୍ଧନ ଇଞ୍ଜିନ ମଧ୍ୟ ବ୍ୟବହାର କରାଯିବ । ଯେଉଁଠାରେ ଲୋକମାନେ ଶତପ୍ରତିଶତ ଅଶୋଧିତ ତୈଳ ବ୍ୟବହାର କରିବାର ବିକଳ୍ପ ପାଇପାରିବେ । ଏହା ବ୍ୟତୀତ କେନ୍ଦ୍ର ପରିବହନ ମନ୍ତ୍ରୀ କହିଛନ୍ତି, ଏପରି ପଦକ୍ଷେପ ଆଗାମୀ ୮ରୁ ୧୦ ଦିନ ମଧ୍ୟରେ ନିଆଯିବ । ଅଟୋମୋବାଇଲ ଶିଳ୍ପ ପାଇଁ ଆମେ ଏହାକୁ (ଫ୍ଲେକ୍ସ-ଇନ୍ଧନ ଇଞ୍ଜିନ୍) ବାଧ୍ୟତାମୂଳକ କରିବୁ ।

ଏହି ଦେଶଗୁଡିକରେ ଫ୍ଲେକ୍ସ-ଇନ୍ଧନ ଇଞ୍ଜିନ ଉତ୍ପାଦିତ ହେଉଛି :

କେନ୍ଦ୍ର ପରିବହନ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ବ୍ରାଜିଲ, କାନାଡା ଏବଂ ଆମେରିକାର ଅଟୋମୋବାଇଲ କମ୍ପାନୀଗୁଡିକ ଫ୍ଲେକ୍ସ-ଇନ୍ଧନ ଇଞ୍ଜିନ ଉତ୍ପାଦନ କରୁଛନ୍ତି, ଯାହା ଗ୍ରାହକଙ୍କୁ ୧୦୦ ପ୍ରତିଶତ ପେଟ୍ରୋଲ କିମ୍ବା ୧୦୦ ପ୍ରତିଶତ ବାୟୋ-ଇଥାନଲ (Bio-ethanol) ବ୍ୟବହାର କରିବାର ବିକଳ୍ପ ଯୋଗାଇଥାଏ ।

ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ :

ଆପଣଙ୍କୁ କହିରଖୁଛୁ ଯେ, ସରକାର ଆସନ୍ତା ଦୁଇ ବର୍ଷ ମଧ୍ୟରେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଯାହା ଦେଶକୁ ମହଙ୍ଗା ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ । ଏହାପୂର୍ବରୁ ସରକାର ୨୦୨୫ ସୁଦ୍ଧା ଏହା ହାସଲ କରିବାର ଲକ୍ଷ୍ୟ ରଖିଥିଲେ, ଯାହାକୁ ବର୍ତ୍ତମାନ ଅଧିକ ନିକଟତର କରି ୨୦୨୩ କରିଦିଆଯାଇଛି ।

ନିତିନ ଗଡକରୀ (Nitin Gadkari) କହିଛନ୍ତି ଯେ ବର୍ତ୍ତମାନ ପେଟ୍ରୋଲରେ ୮.୫ ପ୍ରତିଶତ ଇଥାନଲ ମିଶ୍ରିତ ହେଉଛି । ଯାହା ୨୦୧୪ରେ ୧ରୁ ୧.୫ ପ୍ରତିଶତ ମିଶ୍ରଣ ହେଉଥିଲା । ସେ କହିଛନ୍ତି ଯେ ପେଟ୍ରୋଲ ଅପେକ୍ଷା ଇଥାନଲ ଏକ ଉତ୍ତମ ଇନ୍ଧନ ଏବଂ ଏହା ଆମଦାନୀ ବିକଳ୍ପ, ବ୍ୟୟବହୁଳ, ପ୍ରଦୂଷଣମୁକ୍ତ ଏବଂ ସ୍ୱଦେଶୀ ଅଟେ । ଫ୍ଲେକ୍ସ-ଇନ୍ଧନ ଇଞ୍ଜିନ ବାଧ୍ୟତାମୂଳକ କରିଯିବ କାରଣ ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ବୃଦ୍ଧି କରିବାରେ ଯଥେଷ୍ଟ ସହାୟତା ପ୍ରଦାନ କରିବ ।

ଇଥାନଲ କ’ଣ ?

ଇଥାନଲ ହେଉଛି ଏକ ପ୍ରକାର ଆଲକହଲ, ଯାହା ପେଟ୍ରୋଲ ସହିତ ମିଶ୍ରିତ ହୋଇ ଯାନରେ ଇନ୍ଧନ ରୂପେରେ ବ୍ୟବହୃତ ହୁଏ । ଆଖୁରୁ ଇଥାନଲ ଉତ୍ପନ୍ନ ହୁଏ । ଏହାକୁ ପେଟ୍ରୋଲରେ ମିଶାଇ କାର୍ବନ ମନୋକ୍ସାଇଡ୍ ୩୫ ପ୍ରତିଶତ ହ୍ରାସ କରାଯାଇପାରେ । ଇଥାନଲ ମିଶ୍ରଣ ପେଟ୍ରୋଲରୁ ସାଧାରଣ ଲୋକ ମଧ୍ୟ ବହୁତ ଲାଭବାନ ହେବେ । ଇଥାନଲ ଦ୍ୱାରା ଚାଳିତ ଗାଡ଼ି ପେଟ୍ରୋଲ ଠାରୁ ବହୁତ କମ ଗରମ ହୁଏ । ଇଥାନଲରେ ଆଲକହଲ ଶୀଘ୍ର ବାଷ୍ପୀଭୂତ ହୁଏ, ଯେଉଁ କାରଣରୁ ଇଞ୍ଜିନ ଶୀଘ୍ର ଗରମ ହୁଏ ନାହିଁ ।

Leave a Reply

Your email address will not be published. Required fields are marked *