କରୋନା ଯୁଦ୍ଧ ମୁକାବିଲା ପାଇଁ ପ୍ରସ୍ତୁତ ହେଲା ନୂତନ ଯୋଜନା ! ବର୍ତ୍ତମାନ ଏହି ଲୋକଙ୍କ ହେବ SERO ସର୍ଭେ !

ଚୀନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ବର୍ତ୍ତମାନ ସମଗ୍ର ବିଶ୍ୱରେ ଧ୍ୱଂସର ତାଣ୍ଡବ ଲୀଲା ପ୍ରଦର୍ଶନ କରୁଛି । ଏହି ଭୂତାଣୁ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଭୟଙ୍କର ରୂପ ବଢି ଚାଲିଛି । ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ଠାରୁ ମଧ୍ୟ ଅଧିକ ହୋଇଯାଇଛି । ଯାହାଦ୍ୱାରା ବର୍ତ୍ତମାନ ଭାରତୀୟ ଅନୁସନ୍ଧାନ ପରିଷଦ (ICMR) ମଧ୍ୟ ବଢୁଥିବା ସଂକ୍ରମିତ ରୋଗୀଙ୍କୁ ନେଇ ଚିନ୍ତା ପ୍ରକାଶ କରିଛି । ଆଇ.ସି.ଏମ୍.ଆର୍ (ICMR) ବର୍ତ୍ତମାନ ରାଜ୍ୟମାନଙ୍କ ଠାରୁ SERO ସର୍ବେକ୍ଷଣ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି । ଯେଉଁଥିରୁ ସରକାର କରୋନା ସଂକ୍ରମଣ ଧାରା ଉପରେ ନଜର ରଖିପାରିବେ । ଏହା ସହିତ କରୋନା ଭୂତାଣୁକୁ ରୋକିବା ପାଇଁ ସରକାରଙ୍କୁ ଉଚିତ ପଦକ୍ଷେପ ଉଠାଇବା ପାଇଁ ସାହାଯ୍ୟ ମଧ୍ୟ ମିଳିପାରିବ ।

ଆଇସିଏମଆର୍ ନିଜ ବିବୃତ୍ତିରେ କହିଛି, SERO ସର୍ଭେ କରିବା ଦ୍ୱାରା କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବାରେ ଉଚିତ ରଣନୀତି ପ୍ରସ୍ତୁତ କରାଯାଇପାରେ । ଆଇସିଏମଆର୍ ସରକାରଙ୍କୁ ପରାମର୍ଶ ଦେଇ କହିଛି, ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର କର୍ମଚାରୀ, ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା-ସମ୍ପର୍ଣ୍ଣ ବ୍ୟକ୍ତି ଏବଂ ନିଷେଦ୍ଧ ଅଞ୍ଚଳ ମାନଙ୍କରେ ରହୁଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଦେଖାଶୁଣା ଓ ପୋଲିସ୍ କର୍ମଚାରୀଙ୍କ ଏଣ୍ଡୋବୋଡି ଚିହ୍ନଟ କରିବା ପାଇଁ ସେରମ୍ ପରୀକ୍ଷା କରନ୍ତୁ ।

କଣ ଅଟେ SERO ସର୍ଭେ ?

SERO ସର୍ଭେ ମାଧ୍ୟମରେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଟିଏ ସାଥିରେ ବହୁତ ଲୋକଙ୍କ ରକ୍ତ ସିରମ କରାଯାଇଥାଏ । ଏହା ମାଧ୍ୟମରେ ଗୋଟିଏ ଥରେ ହିଁ ସମ୍ପୂର୍ଣ୍ଣ ଜିଲ୍ଲାର ଯାଞ୍ଚ କରାଯାଇଥାଏ । ଯେଉଁଥିରେ କିଛି ଲୋକଙ୍କ ରକ୍ତ ନମୁନା ନିଆଯାଇଥାଏ । ଏହି ମାଧ୍ୟମରେ ଜଣା ଯାଇଥାଏ ଯେ, ସଂକ୍ରମଣ କେଉଁ ସ୍ତରରେ ବ୍ୟାପୁଛି । ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହି ଯାଞ୍ଚ, ସର୍ଭିଲାନ୍ସ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚ (ICMR), ନ୍ୟାସନାଲ୍ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ (NCDC) ଏବଂ ସରକାରଙ୍କ ଦ୍ଵିତୀୟ ବିଭାଗ ପକ୍ଷରୁ କରାଯାଉଛି ।

Be the first to comment

Leave a Reply

Your email address will not be published.


*