ରଣବୀର୍ କପୂର୍ ଓ ଆଲିୟା ଭଟ୍ଟଙ୍କ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ସିନେମା ‘ହଲ୍’ରେ କରିବ ମୁକ୍ତିଲାଭ ! ବର୍ତ୍ତମାନ ୨୦୨୨ରେ ଆସିବ ଚଳଚ୍ଚିତ୍ର…

ରଣବୀର୍ କପୂର୍ ଓ ଆଲିୟା ଭଟ୍ଟଙ୍କ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ସିନେମା ‘ହଲ୍’ରେ କରିବ ମୁକ୍ତିଲାଭ ! ବର୍ତ୍ତମାନ ୨୦୨୨ରେ ଆସିବ ଚଳଚ୍ଚିତ୍ର…

ବ୍ରହ୍ମାସ୍ତ୍ର କୁ ନେଇ ଦୀର୍ଘ ସମୟରୁ ଫ୍ୟାନ୍ସ ମାନଙ୍କ ମଧ୍ୟରେ କ୍ରେଜ୍ ରହିଛି । କିନ୍ତୁ, ବର୍ତ୍ତମାନ ଲାଗେ ଯେ ଏ ଦୁଇଜଣଙ୍କୁ ଏକାଠି ପରଦାରେ ଦେଖିବା ପାଇଁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ।

ଯେପରିକି ଆପଣ ସମସ୍ତେ ଜାଣନ୍ତି ଯେ, ୨୦୨୦ର ଅଧିକାଂଶ ସମୟ ଲକଡାଉନରେ ବିତିଯାଇଥିବା ଯୋଗୁଁ କିଛି ଚଳଚ୍ଚିତ୍ରକୁ ୨୦୨୧ରେ ମୁକ୍ତିଲାଭ କରିବା ପାଇଁ ଅପେକ୍ଷା ଥିଲା । ଏଥିରେ ରଣବୀର୍ କପୂର୍ ଓ ଆଲିୟା ଭଟ୍ଟଙ୍କ ମୋଷ୍ଟ ୱାଣ୍ଟେଡ଼ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ମଧ୍ୟ ସାମିଲ୍ ଥିଲା, ଯାହା ପ୍ରସ୍ତୁତ ହେବାରେ ଏତେ ଟଙ୍କା ଖର୍ଚ୍ଚ ହୋଇଛି ଯେ ଏହାକୁ ‘ସିନେମା ହଲ୍’ରେ ମୁକ୍ତିଲାଭ କରିବାକୁ ପଡ଼ିବ । ଯଦିଓ, କରୋନାର ଦ୍ୱିତୀୟ ଲହରୀ କାରଣରୁ ପୁଣିଥରେ ସିନେମାହଲ୍ ଗୁଡ଼ିକ ବନ୍ଦ ହୋଇଯାଇଛି । ଏମିତିରେ ନିର୍ମାତା ମାନେ ଚଳଚ୍ଚିତ୍ରର ରିଲିଜ୍ ଡେଟ୍ କୁ ସିଧା ୨୦୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ରିପୋର୍ଟ ଅନୁଯାୟୀ, ବ୍ରହ୍ମାସ୍ତ୍ରର ନିର୍ମାତାମାନେ କରୋନା ମାମଲା ବୃଦ୍ଧିକୁ ଲକ୍ଷ୍ୟ କରି ବର୍ତ୍ତମାନ ଚଳଚ୍ଚିତ୍ରକୁ ଆଗାମୀ ବର୍ଷ ଗ୍ରୀଷ୍ମ ଋତୁରେ ମୁକ୍ତିଲାଭ କରିବା ପାଇଁ ସ୍ଥିର କରିଛନ୍ତି । ତାଙ୍କ ଅନୁଯାୟୀ ଯଦି ୨୦୨୧ ଶେଷରେ ପରିସ୍ଥିତି ସାମାନ୍ୟ ହୋଇଯିବ ତେବେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅୟାନ୍ ମୁଖାର୍ଜୀ ଏହାର ବଳକା କାର୍ଯ୍ୟ ଅକ୍ଟୋବର୍ କିମ୍ବା ନଭେମ୍ବର୍ ପର୍ଯ୍ୟନ୍ତ ଶେଷ କରିଦେବେ । ବ୍ରହ୍ମାସ୍ତ୍ର ଏକ ବଡ଼ ବଜେଟ୍ ଚଳଚ୍ଚିତ୍ର ଅଟେ ଯେଉଁଥିରେ ରଣବୀର୍ ଓ ଆଲିୟା ସମେତ ତାଙ୍କର ସମସ୍ତ ଫ୍ୟାନ୍ସମାନଙ୍କ ଠାରୁ ଅନେକ ଆଶା ରହିଛି ।

ଏହି ଚଳଚ୍ଚିତ୍ର ଜରିଆରେ ଅଫ୍ ସ୍କ୍ରିନ୍ ଯୋଡ଼ି ରଣବୀର୍ ଓ ଆଲିୟାଙ୍କ ଅନ୍ ସ୍କ୍ରିନ୍ କେମିଷ୍ଟ୍ରି ପ୍ରଥମଥର ପାଇଁ ଦର୍ଶକ ମାନଙ୍କୁ ଦେଖିବାକୁ ମିଳିବ । ଚଳଚ୍ଚିତ୍ରରେ ରଣବୀର୍-ଆଲିୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ମୌନିରଏ ଓ ନାଗାର୍ଜୁନ୍ ଭଳି କଳାକାର ନଜର ଆସିବାକୁ ଯାଉଛନ୍ତି । ସେପଟେ ସୂଚୀତ କରିଦେଉଛୁ ଯେ ଶାହରୁଖ୍ ଖାଁ ଏହି ଚଳଚ୍ଚିତ୍ରରେ ସ୍ପେଶାଲ୍ ଅପିରିଏନ୍ସ ଚରିତ୍ରରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *