ଚାକିରୀ କରୁଥିବା ଲୋକଙ୍କ ପାଇଁ ବଡ ଖବର ! Aprilରୁ ସରକାର କରିବାକୁ ଯାଉଛନ୍ତି ବଡ ପରିବର୍ତ୍ତନ…

ଚାକିରୀ କରୁଥିବା ଲୋକଙ୍କ ପାଇଁ ବଡ ଖବର ! Aprilରୁ ସରକାର କରିବାକୁ ଯାଉଛନ୍ତି ବଡ ପରିବର୍ତ୍ତନ…

ଯଦି ଆପଣ ଚାକିରି କରୁଥାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଏପ୍ରିଲ ୧ ତାରିଖରୁ ମୋଦୀ ସରକାର ନିଯୁକ୍ତି ପାଇଥିବା ଲୋକଙ୍କ ପାଇଁ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଖବର ଅଛି ଯେ ଚାକିରୀ କରୁଥିବା ବ୍ୟକ୍ତିଙ୍କ ଗ୍ରାଚ୍ୟୁଇଟି, ପିଏଫ୍ ଏବଂ କାର୍ଯ୍ୟ ସମୟ ମଧ୍ୟରେ ପରିବର୍ତ୍ତନ ଆସିବ ।

ସୂଚନାଯୋଗ୍ୟ ଯେ ଗତବର୍ଷ ସଂସଦରେ ପାସ୍ ହୋଇଥିବା ତିନିଟି ବେତନ କୋଡ୍ ବିଲ୍ (କୋଡ୍ ଅଫ୍ ୱେଜ୍ ବିଲ୍) ହେତୁ ଏହି ପରିବର୍ତ୍ତନ ହୋଇପାରେ । ଏହି ବିଲ୍ ଚଳିତ ବର୍ଷ ଏପ୍ରିଲ ୧ରୁ ଲାଗୁ ହେବାର ସମ୍ଭାବନା ରହିଛି ।

ବେତନରେ ଆସିବ ପରିବର୍ତ୍ତନ

ସରକାରଙ୍କ ଯୋଜନା ଅନୁଯାୟୀ, ଏପ୍ରିଲ ୧ରୁ ମାସିକ ବେତନ (ସରକାରୀ ଚାକିରିରେ ମୂଳ ଦରମା ଏବଂ ମହଙ୍ଗା ଭତ୍ତା) ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବା ଉଚିତ୍ । ଏହି ପରିବର୍ତ୍ତନ ଦ୍ୱାରା ଉଭୟ ନିଯୁକ୍ତିଦାତା ଏବଂ ଶ୍ରମିକ ଉପକୃତ ହେବେ ବୋଲି ସରକାର ଦାବି କରିଛନ୍ତି ।

କରୋନା ସହିତ ମୁକାବିଲା ପାଇଁ ମୋଦୀ ସରକାର ନେଲେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପି ଏଫ୍ ବୃଦ୍ଧି ପାଇବ

ନୂତନ ନିୟମ ଅନୁଯାୟୀ, ଆପଣଙ୍କର ପି ଏଫରେ ବୃଦ୍ଧି ଘଟିବ, ଆପଣଙ୍କ ଦରମା ହ୍ରାସ ପାଇବ । ଜଣେଇ ରଖୁଛି ଯେ ମୂଳ ବେତନ ମୋଟ ବେତନର ୫୦ପ୍ରତିଶତ କିମ୍ବା ଅଧିକ ହେବା ଉଚିତ୍ । ଏହି ପରିବର୍ତ୍ତନ ପରେ ଅଧିକାଂଶ ଲୋକଙ୍କ ବେତନରେ ପରିବର୍ତ୍ତନ ହୋଇପାରେ । ସୂଚନାଯୋଗ୍ୟ ଯେ କର ଯେ ମୂଳ ବେତନ ବୃଦ୍ଧି ହେବା ଦ୍ୱାରା ଆପଣଙ୍କର ପି ଏଫ୍ ମଧ୍ୟ ବୃଦ୍ଧି ପାଇବ କାରଣ ଏହା ଆପଣଙ୍କର ମୂଳ ବେତନ ଉପରେ ଆଧାରିତ ।

୧୨ ଘଣ୍ଟା କାମ କରିବାର ପ୍ରସ୍ତାବ

ଏହା ବ୍ୟତୀତ ସର୍ବାଧିକ କାର୍ଯ୍ୟ ସମୟକୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହା ବ୍ୟତୀତ, ଅଧିକ ସମୟ ମଧ୍ୟରେ ୧୫ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ କାର୍ଯ୍ୟ କୁ ଓଭରଟାଇମର ଅନ୍ତର୍ଭୁକ୍ତ କରିବାର ବ୍ୟବସ୍ଥା ଅଛି । ଯଦି ଆପଣ ୩୦ ମିନିଟରୁ କମ୍ ସମୟ ପାଇଁ ଅତିରିକ୍ତ କାର୍ଯ୍ୟ କରନ୍ତି ତେବେ ଏହା ଓଭରଟାଇମରେ ଗଣନା କରାଯିବ ନାହିଁ । ଭାରତକୁ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ବଦନାମ୍ କରିଥିବା ଗ୍ୟାଙ୍ଗ ର ପର୍ଦାଫାସ୍ ।

୫ ଘଣ୍ଟା କାର୍ଯ୍ୟ ପରେ ଅଧ ଘଣ୍ଟା ବିରତି

ଏହା ବ୍ୟତୀତ ୫ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର କାମ କରିବା ଉପରେ ପ୍ରତିବନ୍ଧକ ଲଗାଯିବ । ସରକାରଙ୍କ କହିବା ଅନୁଯାୟୀ ୫ ଘଣ୍ଟା କାମ କରିବା ପରେ କର୍ମଚାରୀ ମାନଙ୍କୁ ଅଧ ଘଣ୍ଟାର ବିରତି ଦିଆଯିବା ଉଚିତ୍ ।

ଅବସର ରାଶି ବୃଦ୍ଧି ପାଇବ

‘ପି ଏଫ୍’ର ପରିମାଣ ବୃଦ୍ଧି ସହିତ ଅବସର ରାଶି ମଧ୍ୟ ବୃଦ୍ଧି ପାଇବ । ଅବସର ପରେ ଲୋକମାନେ ଏହି ରାଶିରୁ ବହୁତ ସାହାଯ୍ୟ ପାଇବେ । ପି ଏଫ୍ ଏବଂ ଗ୍ରାଚ୍ୟୁଇଟି ବୃଦ୍ଧି କରିବା ଦ୍ୱାରା କମ୍ପାନୀଗୁଡିକର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ କାରଣ ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ପାଇଁ ‘ପି ଏଫ୍’ରେ ଅଧିକ ଅବଦାନ ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *